PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ବାରବାଟୀରେ ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ୨୨ ବର୍ଷର ରେକର୍ଡ୍

କଟକ, ୨୨|୧୨:  ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆରେ ଭାରତ ଆଗରେ ୩୧୬ ରନର ଟାର୍ଗେଟ୍ ରହିଛି। ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଦ୍ ନିର୍ଧାରିତ ୫୦ ଓଭରରେ କିରଣ ପୋଲାର୍ଡ ଓ ନିକୋଲସ୍ ପୁରଣଙ୍କ ଅର୍ଧଶତକୀୟ ପାଳି ବଳରେ ୫ ଓ୍ୱିକେଟ୍ ହରାଇ ୩୧୫ ରନ୍ କରିଥିଲା।

ଏବେ ଭାରତ ବ୍ୟାଟିଂ କରୁଛି। ଶେଷ ଖବର ସୁଧା କ୍ରିଜରେ ଭାରତୀୟ ଓପନର ରୋହିତ ଶର୍ମା ଓ କେଏଲ ରାଉଲ ରହିଛନ୍ତି। ରୋହିତ ୩୪ ରନ୍ କରିଥିବା ବେଳେ ରାହୁଲ ୨୪ ରନ୍ କରିଛନ୍ତି।

ତେବେ ଆଜିର ମ୍ୟାଚରେ ରୋହିତ ୨୨ ବର୍ଷର ଏକ ରେକର୍ଡ ଭାଙ୍ଗିଛନ୍ତି। ସେ କୌଣସି ଏକ ବର୍ଷରେ ଓପନର୍ ଭାବେ ସର୍ବାଧିକ ରନ୍ ହାସଲ କରିଥିବା ବ୍ୟାଟସମ୍ୟାନ ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି ରେକର୍ଡ ଶ୍ରୀଲଙ୍କା ବ୍ୟାଟସମ୍ୟାନ ସନତ ଜୟସୂର୍ଯ୍ୟା ୧୯୯୭ରେ ହାସଲ କରିଥିଲେ।

୧୯୯୭ରେ ଜୟସୂର୍ଯ୍ୟା ମୋଟ୍ ୨୩୮୭ ରନ୍ କରିଥିଲେ। ତେବେ ରୋହିତ ଗତ ମ୍ୟାଚ୍ ସୁଧା ୨୩୭୯ ରନ୍ କରିଥିଲେ। ରେକର୍ଡ ଭାଙ୍ଗିବାକୁ ତାଙ୍କୁ ଆଉ ମାତ୍ର ୯ ରନ୍ ଦରକାର ଥିଲା। ଯାହା ଆଜି ସେ କରିଦେଖାଇଛନ୍ତି। ଏହାସହ ବାରବାଟୀରେ ସେ ଏକ ନୂଆ କୀର୍ତ୍ତି ସ୍ଥାପନା କରିଛନ୍ତି।  

ସମ୍ବନ୍ଧିତ ଖବର