PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ଫିଟ୍‌ ହେଉଛନ୍ତି ରୋହିତ, ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷ ଘରୋଇ ସିରିଜ ଖେଳିବା ସମ୍ଭାବନା

ନୂଆଦିଲ୍ଲୀ,୧୮/୦୧: ଆହତ ସମସ୍ୟା ଯୋଗୁଁ ଚଳିତ ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ ପଡ଼ିଥିବା ସୀମିତ ଓଭର କ୍ରିକେଟ୍‌ ଦଳର ଅଧିନାୟକ ରୋହିତ ଶର୍ମା ଇତି ମଧ୍ୟରେ ଫିଟ୍‌ ହୋଇ ଅଭ୍ୟାସ ଆରମ୍ଭ କରିଛନ୍ତି । ଆଗାମୀ ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷ ଘରୋଇ ସୀମିତ ଓଭର ସିରିଜରେ ସେ ଖେଳିବା ସମ୍ଭାବନା ରହିଛି ।

ଆସନ୍ତା ମାସ ୬ ତାରିଖରୁ ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ ଆରମ୍ଭ ହେବ । ଏହି ସମୟ ବେଳକୁ ରୋହିତ ସମ୍ପୂର୍ଣ୍ଣ ମ୍ୟାଚ୍‌ ଫିଟ୍‌ ହୋଇଯିବେ ବୋଲି ଆଶା କରାଯାଉଛି । ଅହମ୍ମଦାବାଦରେ ପ୍ରଥମ ଦିନିକିଆ ଖେଳାଯିବ । ଭାରତ ଗସ୍ତରେ ୱେଷ୍ଟ ଇଣ୍ଡିଜ୍‌ ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଖେଳିବାର କାର୍ଯ୍ୟକ୍ରମ ରହିଛି । ଫେବ୍ରୁଆରୀ ୬ରୁ ୧୨ ତାରିଖ ମଧ୍ୟରେ ଦିନିକିଆ ସିରିଜ ଓ ୧୫ରୁ ୨୦ ତାରିଖ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ ଖେଳାଯିବ ।

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ମୁମ୍ବାଇରେ ଅଭ୍ୟାସ କରୁଥିବାବେଳେ ରୋହିତ ଆହତ ହୋଇଥିଲେ । ତାଙ୍କ ବାମ ଜଙ୍ଘ ପଛ ପାଶ୍ୱର୍ ମାଂସପେଶୀରେ ଆଘାତ ଲାଗିଥିଲା । ପ୍ରାଥମିକ ପର୍ଯ୍ୟାୟରେ ତାଙ୍କୁ ଟେଷ୍ଟ ସିରିଜରୁ ବାଦ ଦିଆଯାଇ ଜାତୀୟ କ୍ରିକେଟ୍‌ ଏକାଡେମୀ ପଠା ଯାଇଥିଲା । ଦିନିକିଆ ସିରିଜ ପାଇଁ ଦଳ ଘୋଷଣା ହେବା ବେଳକୁ ସେ ଫିଟ୍‌ ହୋଇ ପାରି ନଥିଲେ । ଫଳରେ ତାଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲଙ୍କୁ ଅଧିନାୟକ ଓ ଜଶପ୍ରୀତ ବୁମରାଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଥିଲା ।