ରୋହିତ ଶର୍ମା ନିଜ ଆହତ ଜନିତ ସମସ୍ୟାକୁ ନେଇ କଲେ ବଡ଼ ଖୁଲାସା, କହିଲେ ଏହି କଥା..

ନୂଆଦିଲ୍ଲୀ,୨୧/ ୧୧: ଚଳିତ ଆଇପିଏଲ ଶେଷ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ନାମ ଘୋଷଣା କରିଥିଲା ବିସିସିଆଇ। କ୍ରିକେଟର ତିନୋଟି ଫର୍ମାଟରେ ରୋହିତଙ୍କ ନାମ ନଥିବାରୁ ଆରମ୍ଭ ହୋଇଥିଲା ଚର୍ଚ୍ଚା। ଟିମ୍‌ ଇଣ୍ଡିଆର ସୀମିତ ଦଳର ଉପ-ଅଧିନାୟକ ରୋହିତ ଶର୍ମାଙ୍କୁ ହେମଷ୍ଟ୍ରିଙ୍ଗ୍‌ ଜନିତ ଆହତକୁ ନେଇ ଚର୍ଚ୍ଚା, ହୋହାଲ୍ଲା ସହିତ ମନୋରଞ୍ଜନପୂର୍ଣ୍ଣ ଥିଲା। କାରଣ ରୋହିତ ସର୍ବଦା ଜାଣିଥିଲେ ଯେ, ତାଙ୍କର ଆଘାତ ସମସ୍ୟା ସେତେଟା ଗମ୍ଭୀର ନୁହେଁ ଏବଂ ସେ ଅଷ୍ଟ୍ରେଲିଆ ଗସ୍ତରେ ଖେଳିବା ଲାଗି ପ୍ରସ୍ତୁତ।

ଏବେ ଟିମ୍‌ ଇଣ୍ଡିଆର ଏହି ଷ୍ଟାର ବ୍ୟାଟସମ୍ୟାନ୍‌ ରୋହିତ ଶର୍ମା ନିଜ ଆହତକୁ ନେଇ ଦେଇଛନ୍ତି ବଡ଼ ବୟାନ। ରୋହିତ କହିଛନ୍ତି କି, ହେମଷ୍ଟ୍ରିଙ୍ଗ୍‌ ସମୂର୍ଣ୍ଣ ଠିକ୍‌ ଲାଗୁଛି ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି। ସୂଚନାଥାଉକି, ରୋହିତ ୫ମ ଥର ପାଇଁ ଆଇପିଏଲ ଟ୍ରଫି ହାତେଇବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କହିଥିଲେ। ରୋହିତଙ୍କ ଏହି ବୟାନ ପରେ ଟିମ୍‌ ଇଣ୍ଡିଆର ଚୟନକର୍ତ୍ତା କ୍ରିକେଟ ପ୍ରମେୀଙ୍କ ନଜରରେ ଥିଲେ। ପରେ ରୋହିତଙ୍କ ନାମ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଘୋଷଣା କରିଥିଲା ବିସିସିଆଇ।

ରୋହିତ ତାଙ୍କ ଆହତ ଜନିତ ସମସ୍ୟାକୁ ନେଇ କହିଛନ୍ତି ଯେ, ହେମଷ୍ଟ୍ରିଙ୍ଗ୍‌ ଏବେ ଠିକ୍‌ ଲାଗୁଛି। ଏହାକୁ ମଜବୁତ କରିବା ପାଇଁ ପ୍ରୟାସ ଜାରି ରଖିଛି। କ୍ରିକେଟର ଲମ୍ବା ଫର୍ମାଟ୍‌ ଖେଳିବା ପୂର୍ବରୁ ମୁଁ ମୋ ଆହତଜନିତ ସମସ୍ୟାରୁ ଓହରିବା ପାଇଁ ପ୍ରୟାସ ଜାରି ରଖିବି।ନିଜକୁ ସମ୍ପୂର୍ଣ୍ଣ ଫିଟ୍‌ କରି ନେବା ଉଚିତ୍। ଆଶା କରୁଛି ଅଷ୍ଟ‌୍ରେଲିଆ ଗସ୍ତ ପୂର୍ବରୁ ସଂପୂର୍ଣ୍ଣ ଫିଟ୍‌ ହୋଇ ସାରିଥିବି। ‌ଖାସ୍‌ ସେଥିପାଇଁ ମୁଁ ଏନସିଏରେ ଅଛି ବୋଲି ରୋହିତ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ସେତେବେଳେ କ’ଣ ହେଉଥିଲା ଏବଂ ଲୋକେ କାହା ବିଷୟରେ କଥା କହୁଥିଲେ ମୁଁ କିଛି ବୁଝି ପାରୁନଥିଲି। ମାତ୍ର ଆନୁଷ୍ଠାନିକ ଭାବେ କହିବାକୁ ଚାହୁଁଛି ଯେ, ବିସିସିଆଇ ଓ ମୁମ୍ବାଇ ଇଣ୍ଡିଆନ୍ସ ସହିତ କ୍ରମାଗତ ଯୋଗାଯୋଗରେ ଥିଲି ବୋଲି ରୋହିତ କହିଛନ୍ତି। ସୂଚନାଥାଉକି, ଡିସେମ୍ବର ୧୭ ତାରିଖରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ।