PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ବାରବାଟୀରେ ୨୨ ବର୍ଷର ରେକର୍ଡ ଭାଙ୍ଗିବେ ରୋହିତ, ଅପେକ୍ଷାରେ ଫ୍ୟାନ୍ସ୍

ଭୁବନେଶ୍ବର ,୨୦|୧୨:  ବର୍ତ୍ତମାନ ସାରା ଓଡିଶାର ନଜର ବାରବାଟୀ ଉପରେ ରହିଛି । ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ- ୱେଷ୍ଟଇଣ୍ଟିଜ  ସିରିଜ୍‌ ଦିନିକିଆର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ । ବର୍ତ୍ତମାନସୁଦ୍ଦା ସିରିଜ୍‌ ୧-୧ ରେ ବରାବର ଅଛି, ଆଉ ୨୨ ରେ ଯିଏ ଜିତିବ ସେ ସିରିଜ୍‌ ହାତେଇବ ।

ଭାରତୀୟ ଟିମର ସବୁ ବ୍ୟାଟ୍ସମ୍ୟାନ ଏବେ ଚମତ୍କାର ଫର୍ମରେ ରହିଛନ୍ତି। ବିରାଟ କୋହଲି, କେଏଲ ରାହୁଲ, ଋଷଭ ପନ୍ତ ଆଦି ସିରିଜରେ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ବେଶି ନଜର ଭାରତୀୟ ଓପନର  ରୋହିତ ଶର୍ମାଙ୍କ ଉପରେ ରହିଛି । ଏହି ଦମଦାର ବ୍ୟାଟ୍ସମ୍ୟାନ ଏକ ନୂଆ କୀର୍ତ୍ତିମାନ କରିବା ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ଗତ ମ୍ୟାଚରେ ରୋହିତ ଆକର୍ଷଣୀୟ ବ୍ୟାଟିଂ କରିଥିଲେ। କଟକ ଦର୍ଶକ ରୋହିତଙ୍କ ବ୍ୟାଟ୍‌ କମାଲ କରିବ ବୋଲି ଆଶା ରଖିଛନ୍ତି । ଦୀର୍ଘ ୨୨ ବର୍ଷର ରେକର୍ଡ ଭାଙ୍ଗିବାକୁ ବାରବାଟୀରେ ରୋହିତଙ୍କ ଲାଗି ଏକ ବଡ଼ ସୁଯୋଗ ରହିଛି।

ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଜୟସୂର୍ଯ୍ୟାଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରୋହିତ ଅଛନ୍ତି । ଏହି ସମ୍ଭାବନା ବେଶୀ ରହିଛି। କ୍ରିକେଟ ଫ୍ୟାନ୍‌ ବି ଆଶାବାଦୀ ଅଛନ୍ତି । ଏବେ ତୃତୀୟ ୱାନଡେ ଜିତିବାର ସବୁ ଭରସା ଟିମ୍‌ ଇଣ୍ଡିଆ ରୋହିତଙ୍କ ଉପରେ ରଖିଛି । ତେବେ ରୋହିତ କେଉଁ ରେକର୍ଡ ଭାଙ୍ଗିବେ? କଣ ରହିଛି ଏହି ନିଆରା ରେକର୍ଡ ?

 ୨୦୧୯ ରୋହିତଙ୍କ ବର୍ଷ ହୋଇଛି। ଏ ବର୍ଷ ପୁରା ଦମଦାର ସ୍କୋର କରିଛନ୍ତି ଏହି ଓପନର । ଆଉ ବର୍ଷର ଶେଷ ମ୍ୟାଚ୍‌ରେ ରୋହିତଙ୍କ ଶୋ ପୁଣି ଜମିବ ବୋଲି ଆଶା କରାଯାଉଛି ।ଚଳିତ ବର୍ଷ ଆଜି ସୁଦ୍ଧା ରୋହିତ ଶର୍ମା ମୋଟ ୨୩୭୯ ରନ୍ କରିସାରିଛନ୍ତି । ତେବେ ୧୯୯୭ ରେ ଜୟସୂର୍ଯ୍ୟାଙ୍କ  ମୋଟ ସ୍କୋର ଥିଲା ୨୩୮୭ ରନ୍ । ଏବେ ସେହି ରେକର୍ଡ ନିକଟତର ହୋଇଛନ୍ତି ରୋହିତ ଶର୍ମା । ଉଭୟ ଖେଳାଳିଙ୍କ ରନ ମଧ୍ୟରେ ମାତ୍ର ୯ ରନ୍‌ର ବ୍ୟବଧାନ ରହିଛି । ଆଉ ବାରବାଟୀ ପିଚ୍‌ ଏବଂ କ୍ରିକେଟ ଫ୍ରେଣ୍ଡଲି ଦର୍ଶକ ତାଙ୍କ ପାଇଁ ଅନୁକୂଳ ହେବାର ଆଶା ମଧ୍ୟ ବେଶୀ ରହିଛି ।

ଯାହା ବି ହେଉ ରୋହିତ ନିରାଶ କରିବେନି । ୧୫୯ ରନ୍‌ ସହ ବିଜୟରେ  ମୁଖ୍ୟ ଭୂମିକା ନେଇ ବିଶାଖାପାଟନମ୍‌ରେ ମ୍ୟାନ ଅଫ ଦି ମ୍ୟାଚ୍‌ ହୋଇଥିଲେ ରୋହିତ । ଆଉ ବିଶାଖାପାଟନମ୍ ଭଳି ବାରବାଟୀରେ ବି ଗର୍ଜୀବ ରୋହିତଙ୍କ ବ୍ୟାଟ୍ ।ଏହି ଜବରଦସ୍ତ ଆଶା ରଖିଛନ୍ତି ରୋହିତ ପ୍ୟାନ୍ସ ।

ସମ୍ବନ୍ଧିତ ଖବର