PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ସେହି ସୁନ୍ଦରୀ ବୈଜ୍ଞାନିକ, ଯିଏ ସିରିଏଲ କିଲିଂକୁ କରିନେଇଥିଲେ ପେଶା,ପରେ ମିଳିଥିଲା ଏଭଳି ଭୟଙ୍କର ଦଣ୍ଡ

ସେ ଫ୍ରାନ୍ସର ଜଣେ ସୁନ୍ଦରୀ ମହିଳା ବୈଜ୍ଞାନିକ ଥିଲେl ତାଙ୍କୁ ବନସ୍ପତି ବିଜ୍ଞାନର ଖୁବ ଭଲ ଜ୍ଞାନ ଥିଲାl ସେ ନିଜର ଏହି ଜ୍ଞାନର ବ୍ୟବହାର ଭୁଲ ଭାବରେ ବ୍ୟବହାର କରିଥିଲେ l ଏଥି ପାଇଁ ସେ ପାଲଟି ଗଲେ ଜଣେ ସିରିଏଲ କିଲର l ଐତିହାସିକଙ୍କ କହିବାନୁସାରେ, ଲୋକୋଷ୍ଟ ଜଣେ ବହୁତ ସୁନ୍ଦର ମହିଳାl ବିଜ୍ଞାନ ପଢିବା ଏବଂ ଏହା ଉପରେ ପରୀକ୍ଷଣ କରିବାକୁ ବହୁତ ପସନ୍ଦ କରୁଥିଲେl ସେ ତାଙ୍କ ଚାରିପାଖରେ ଥିବା ସମସ୍ତ ଗଛ ପତ୍ର ଗୁଣ ଏବଂ ଦୋଷ ଖୁବ ଭଲ ଭାବରେ ବୁଝି ପାରିଥିଲେl

ଏହା ଭିତରେ ରୋମର ରାଣୀ ଆଗ୍ରିପିନା ତାଙ୍କୁ ଯୋଗାଯୋଗ କରିଥିଲେ l ଆଗ୍ରିପିନା ଚାହୁଁଥିଲେ ତାଙ୍କ ପୁଅ ନେରୋଙ୍କ ସିଂହାସନ ସୁରକ୍ଷିତ ରହୁl ରାଜ ପରିବାରର ସମସ୍ତ ଲୋକଙ୍କୁ ହତ୍ୟା କରିବାକୁ ସେ ଯୋଜନା କରିଥିଲେl ସେ ହତ୍ୟା କରିବା ପାଇଁ ଲୋକଙ୍କ ଏକ ତାଲିକା ଦେଇଥିଲେ। ଏହି ତାଲିକାରେ ଆଗ୍ରିପିନାଙ୍କ ସ୍ୱାମୀ କ୍ଲାଉଡିୟସ୍ ମଧ୍ୟ ନାଁ ରହିଥିଲା । କାରଣ ତାଙ୍କର ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ଖରାପ ଚାଲିଥିଲା ​​l ତେଣୁ ସେ ତାଙ୍କ ସ୍ୱାମୀଙ୍କୁ ରାସ୍ତାରୁ ହଟାଇ ପୁଅକୁ ରାଜା କରିବାକୁ ଚାହୁଁଥିଲେl ଆଗ୍ରିପିନା ଏହି କାମ ପାଇଁ ଲୋକୋଷ୍ଟାଙ୍କୁ ପ୍ରଚୁର ଅର୍ଥ ଦେଇ ଆକର୍ଷିତ କରିଥିଲl ଏହା ପରେ ସେ ଏହି କାମ ପାଇଁ ରାଜି ହୋଇ ଫ୍ରାନ୍ସରୁ ରୋମକୁ ଆସିଥିଲେ l କିଛି ଦିନ ପରେ ସେ ରାଣୀଙ୍କ ସହ ମିଶି ମହାରାଜାଙ୍କ ପ୍ରିୟ ଖାଦ୍ୟ ଛତୁରେ ବିଷ ମିଶାଇଥିଲେl ବିଷକ୍ତ ଖାଦ୍ୟ ଖାଇ ରାଜା ମରିଯାଇଥିଲେl ଏଥିରେ କେହି ଯେପରି କେହି ସନ୍ଦେହ କରିବେନି,ତେଣୁ ରାଣୀ ଲୋକୋଷ୍ଟାଙ୍କୁ ବିଷ ଦେବା ଅଭିଯୋଗରେ ଜେଲରେ ରଖିଥିଲେ।

ଏହା ପରେ, ନେରୋ ୧୬ବର୍ଷ ବୟସରେ ରାଜା ହେଲେl ନେରୋ ତାଙ୍କ ପିତାଙ୍କ ଚତୁର୍ଥ ପତ୍ନୀଙ୍କ ପୁତ୍ର ଥିଲେ। ସେ ଭୟ କରୁଥିଲେ ଯେ ତୃତୀୟ ପତ୍ନୀଙ୍କ ପୁଅ ବଡ ହେବା ପରେ କ୍ଷମତା ପାଇଁ ଯୁଦ୍ଧ କରିପାରନ୍ତି l ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ରାସ୍ତାରୁ ହଟାଇବା ପାଇଁ ନେରୋ ଲୋକୋଷ୍ଟାଙ୍କ ନିକଟକୁ ଯାଇଥିଲେ। ଏହା ପରେ ଲୋକୋଷ୍ଟା ସର୍ତ୍ତ ରଖିଥିଲେ ତାଙ୍କୁ ମୁକ୍ତ କରାଯାଉ l ନେରୋ ପ୍ରଚୁର ଧନ ସମ୍ପତି ଦେଇଥିଲେ lଲୋକୋଷ୍ଟା ଏହାପରେ ନେରୋଙ୍କ ସାବତ ଭାଇଙ୍କୁ ବିଷ ଦେଇ ହତ୍ୟା କରିଥିଲେ l

ଲୋକୋଷ୍ଟା କେବଳ ରାଜପରିବାର ନୁହେଁ ଅର୍ଥ ଲୋଭରେ ଅନ୍ୟ ଲୋକଙ୍କୁ ପାଇଁ କାମକରି ଥିଲେl ଜମିବାଡ଼ି ବିବାଦ ହେଉ କିମ୍ବା ଶତ୍ରୁକୁ ମାରିବାକୁ ଲୋକୋଷ୍ଟାଙ୍କ ସାହାଯ୍ୟ ନେଉଥିଲେ l ପରେ ସେ ବିଷ ତିଆରି ପାଇଁ ଟ୍ରେନିଂ ସ୍କୁଲ ଖୋଲିଥିଲେ l ବଦନାମୀ ପରେ ବି ଲୋକଙ୍କୁ ହତ୍ୟା କରି ଟଙ୍କା ରୋଜଗାର କରୁଥିଲେl ଲୋକେ ତାଙ୍କୁ agent of death-by-poison’ବୋଲି କହୁଥିଲେ l ଲୋକୋଷ୍ଟାଙ୍କ ଚର୍ଚ୍ଚା ଏତେ ବଢ଼ି ଗଲା ଯେ ସିନେଟରେ ଏ କଥା ପଡିଲାl ସିନେଟ ଲୋକୋଷ୍ଟା ଓ ନେରୋଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବାର ନିଷ୍ପତ୍ତି ନେଇଥିଲେ l ଏକଥା ଜାଣି ରୋମ ଶାସକ ନେରୋ ଆତ୍ମହତ୍ୟା କରିଦେଇଥିଲେ l ଏହାପରେ ଲୋକୋଷ୍ଟାଙ୍କୁ ସିନେଟ ସଜା ଦେଇଥିଲାl ସଜାରେ ଗଣଦୁଷ୍କର୍ମ କରାଯାଇଥିଲାl ଏହାପରେ ଅତି ସଂକଟାଜନକ ଅବସ୍ଥାରେ ଜଙ୍ଗଲୀ ପଶୁଙ୍କ ଆଗରେ ପକେଇ ଦିଆଯାଇଥିଲାl ମାତ୍ର କିଛି ସମୟରେ ଜଙ୍ଗଲୀ ପଶୁମାନେ ଖାଇ ଯାଇଥିଲେl