ଏହି ଦିଗରେ ଅଛି କି କିଚେନ୍, ଗେଷ୍ଟ୍ ରୁମ୍ ଏବଂ ପୂଜାସ୍ଥଳ..ହୋଇଯାଆନ୍ତୁ ସାବଧାନ…

ଅନେକ ଥର ଏପରି ହୋଇଥାଏ ଯେ ଘରର ନିର୍ମାଣ କରିବା ସମୟରେ ମୁଖ୍ୟ ଦ୍ବାର ବ୍ୟତୀତ ଅନ୍ୟ ରୁମ୍ ଏବଂ ରୋଷେଇ ଘର ସମ୍ବନ୍ଧିତ ଗୁରୁତ୍ବପୂର୍ଣ୍ଣ ଜିନିଷ ଉପରେ ଧ୍ୟାନ ଦିଆଯାଇନଥାଏ। ଏପରି କ୍ଷେତ୍ରରେ ବାସ୍ତୁର ବିପରୀତ ଅର୍ଥାତ୍ ଭୁଲ୍ ଦିଗ କିମ୍ବା ସ୍ଥାନ ଉପରେ ହୋଇଥିବା ଜିନିଷ ସମସ୍ୟାର କାରଣ ହୋଇଥାଏ।  ବାସ୍ତୁ ଅନୁସାରେ ଉତ୍ତରମୁଖୀ ଘରକୁ ଭଲ ବୋଲି କୁହାଯାଇଥାଏ। ଘରର ଉତ୍ତର ଦିଗର ବାସ୍ତୁ ଦୋଷ ମୁକ୍ତ ହେବା ଦ୍ବାରା ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। ଆସନ୍ତୁ ଜାଣିବା ଘର ସହ ଜଡ଼ିତ ଖାସ୍ ବାସ୍ତୁ ଟିପ୍ସ :

– ଘରର ଉତ୍ତର ଦିଗରେ ଗେଷ୍ଟ୍ ରୁମ୍ କରିବା ଶୁଭ ହୋଇଥାଏ।

– ଘରର ଆଗ୍ନେୟ କୋଣ ଅର୍ଥାତ୍ ଦକ୍ଷିଣ-ପୂର୍ବ ଦିଗରେ ରୋଷେଇ ଘର ହେବା ଉଚିତ୍।

–  ଘରର ଈଶାନ କୋଣରେ ପୂଜାସ୍ଥଳ କରନ୍ତୁ।

–  ଘରର ଉତ୍ତର ଦିଗରେ ଟୟେଲେଟ୍,ବାଥରୁମ୍ ବନାନ୍ତୁ ନାହିଁ।

– ଘରେ ସୁଖ ଶାନ୍ତି ପାଇଁ ଉତ୍ତର ଦିଗରେ ରୋଷେଇ ଘର କରନ୍ତୁ ନାହିଁ।

–  ଘରର ସଦସ୍ୟଙ୍କ ପ୍ରେମ ବଜାୟ ରଖିବା ପାଇଁ ଉତ୍ତର ଦିଗରେ କୌଣସି ଭଙ୍ଗା କାନ୍ଥ କିମ୍ବା କାନ୍ଥରେ ଫାଟ ନ ହେବା ଉଚିତ୍।

–  ଭୂମିଗତ ଓ୍ବାଟର ଟ୍ୟାଙ୍କ ଉତ୍ତର-ପୂର୍ବରେ ନିର୍ମାଣ କରନ୍ତୁ,ଏହା ଦ୍ବାରା ଘରର ସଦସ୍ୟଙ୍କ ଧନ ସଞ୍ଚୟ କରିବାରେ ସହାୟତା ମିଳିଥାଏ।

– ଉତ୍ତର ଦିଗ ଆଡ଼କୁ ଖୋଲା ଛାତ ରଖିବା ଦ୍ବାରା ସକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ।

–  ଯଦି ଆପଣଙ୍କ ଘରେ କାମବାଲି ଅଛନ୍ତି ତେବେ ତାଙ୍କ ରୁମ୍ ଉତ୍ତର-ପଶ୍ଚିମ ଦିଗରେ ହେବା ଉଚିତ୍।

   ସମ୍ବନ୍ଧିତ ଖବର


ମୋବାଇଲ ନମ୍ବର ନଥିଲେ ଆଧାରକାର୍ଡରେ ହୋଇପାରିବନି କିଛି ବି ପରିବର୍ତ୍ତନ, ଏମିତି ସହଜରେ କରନ୍ତୁ ଅପଡେଟ୍

ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…

କ୍ରିଷ୍ଟାଲ୍ ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ ଏହାର ସଠିକ୍‌ ବ୍ୟବହାର

ଆଜିଠୁ ଶାରଦୀୟ ନବରାତ୍ରି ଆରମ୍ଭ, ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ଘଟ ସ୍ଥାପନା

ମାତ୍ର ୩୦୦ ଟଙ୍କାରେ କାରକୁ ରଖନ୍ତୁ ସୁରକ୍ଷିତ

ଏବେ କେହି ବି ନେଇ ପାରିବ ଟର୍ମ ପ୍ଲାନ୍, ଆସିଲା ‘ସରଳ ଜୀବନ ବୀମା’