PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଆଜିଠୁ ପ୍ରତିଦିନ ଚାଲିବ ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ୍‌

ଭୁବନେଶ୍ୱର ୨୮/୧୨: ଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ନେଇଛି ନୂଆ ନିଷ୍ପତ୍ତି । ଏଣିକି ରାଉରକେଲା-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ୍‌ ପ୍ରତିଦିନ ଚାଲିବ । ଆଜି ଠାରୁ ରାଉରକେଲାରୁ ଓ ୨୯ରୁ ଗୁଣୁପୁରରୁ ଏହାର ଆରମ୍ଭ ହେବ । ପରିବର୍ତ୍ତିତ ନିଷ୍ପତ୍ତି ଅନୁସାରେ ସପ୍ତାହର ୬ ଦିନ ବଦଳରେ ୭ ଦିନ ଯାକ ଗଡିବ ରାଜ୍ୟରାଣୀ ଏକ୍ସପ୍ରେସ୍‌ । ଏହି ଟ୍ରେନ୍‌ ପାଇଁ ପୂର୍ବରୁ ରହିଥିବା ରହଣି ଷ୍ଟେସନ୍‌ ଓ ସମୟ ସାରଣୀରେ କୌଣସି ପରିବର୍ତ୍ତନ ହେବ ନାହିଁ ।

୨୦୧୧ ନଭେମ୍ବରରୁ ରାଜ୍ୟରାଣୀ ଏକ୍ସପ୍ରେସ୍‌ ସପ୍ତାହକୁ ୩ ଦିନ ଝାରସୁଗୁଡ଼ା ଓ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିଲା । ପରେ ୨୦୧୨ ଜୁଲାଇରୁ ଏହାକୁ ରାଉରକେଲାକୁ ସମ୍ପ୍ରସାରିତ କରାଯାଇଥିଲା । ଏହି ଟ୍ରେନ୍‌କୁ ପୁଣି ୨୦୧୭ ମାର୍ଚ୍ଚରୁ ଗୁଣୁପୁରକୁ ସମ୍ପ୍ରସାରିତ କରାଗଲା । ଫଳରେ ଏହା ରାଉରକେଲା ଓ ଭୁବନେଶ୍ୱର ସହିତ ଗଜପତି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସହରକୁ ସିଧାସଳଖ ଭାବେ ସଂଯୋଗ ହୋଇପାରିଲା ।

ଯାତ୍ରୀଙ୍କର ଚାହିଦାକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚରୁ ଏହି ଟ୍ରେନ୍‌କୁ ସପ୍ତାହରେ ୩ ଦିନ ପରିବର୍ତ୍ତେ ୬ ଦିନ ଚଳାଚଳ କରାଗଲା । ଏହାର ସେବାକୁ ପୁଣି ଚଳିତ ମାସ ୨୮ ତାରିଖରୁ ରାଉରକେଲାରୁ ଏବଂ ୨୯ରୁ ଗୁଣୁପୁରରୁ ସପ୍ତାହରେ ସବୁଦିନ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।