ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଉତ୍ତପ୍ତ ଧାତୁ ଉତ୍ପାଦନ କ୍ଷେତ୍ରରେ କଲା ନୂତନ ରେକର୍ଡ଼

ରାଉରକେଲା : ସେଲ୍‌ ଅଧୀନ ଆର୍‌ଏସ୍‌ପି ଏହାର ସଫଳତାର ଧାରାକୁ ବଜାୟ ରଖି ଗତ ୧୬ ତାରିଖ ୧୩,୫୯୦ ଟନ୍‌ ଉତ୍ତପ୍ତ ଧାତୁ ଉତ୍ପାଦନ କରି ଏକ ଦିବସୀୟ ଉତ୍ତପ୍ତ ଧାତୁ ଉତ୍ପାଦନରେ ରେକର୍ଡ଼ ସୃଷ୍ଟି କରିଛି । ମାତ୍ର ୨୪ ଘଣ୍ଟା ପୂର୍ବରୁ ୧୩,୩୧୬ ଟନ୍‌ ଉତ୍ତପ୍ତ ଧାତୁ ଉତ୍ପାଦନ କରି କାରଖାନା ତାର ଏକ ଦିବସୀୟ ରେକର୍ଡ ସ୍ଥାପନ କରିଥିଲା । ଗତକାଲିର ରେକର୍ଡ଼ ଅନୁସାରେ ୧ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସ ୨୮୩୪ ଟନ୍‌, ୪ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସ ୨୪୧୩ ଟନ୍‌ ଏବଂ ୫ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସ ଅବଶିଷ୍ଟ ୮୩୪୩ ଟନ୍‌ ଉତ୍ପାଦନ କରିଥିଲା । ସିଇଓ ଦୀପକ ଚଟ୍ଟରାଜ ବ୍ଲାଷ୍ଟ ଫର୍ଣ୍ଣେସ୧ ପରିସର ପରିଦର୍ଶନ କରିଥିଲେ ।

କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପି କେ ଦାସ ଓ ଅନ୍ୟ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ । ଶ୍ରୀ ଚଟ୍ଟରାଜ ବ୍ଲାଷ୍ଟ ଫର୍ଣ୍ଣେସ ବିଭାଗର ସିଜିଏମ୍‌ ବି ଆର୍‌ ବାବୁ ତଥା ବ୍ଲାଷ୍ଟ ଫର୍ଣ୍ଣେସ ଓ ଅନ୍ୟ ସହାୟକ ବିଭାଗର ପ୍ରତିନିଧିଙ୍କ ସହ ମତବିନିମୟ କରିଥିଲେ ।

   ସମ୍ବନ୍ଧିତ ଖବର


ବିଶ୍ୱ ସ୍ତରରେ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ରିଙ୍କୁ, ଯୋଗାସନରେ କଲେ ନୂଆ ରେକର୍ଡ

ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପଥରରେ ପିଟି ହୋଇ ବାଇକ ଆରୋହୀ ମୃତ…

ଅନୁଗୁଳରେ ନିରାଡ଼ମ୍ବରରେ ଚାଲିଛି ମାଆଙ୍କର ମହାସପ୍ତମୀ ପୂଜା, କୋଭିଡ କଟକଣା ଭିତରେ 7 ଜଣଙ୍କୁ ନେଇ ହେଉଛି ପୂଜାବିଧି …

ଭଗାମୁଣ୍ଡାରେ କଣ୍ଟେନର ସହ ଟ୍ରକ ମୁହାଁ-ମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ବନ୍ଧୁକ ମୁନରେ ବିଲ୍‌ଡର୍‌ଙ୍କୁ ୨୦ ଲକ୍ଷ ବଟି ଧମକ: ୨ ଅଭିଯୁକ୍ତ ଗିରଫ, ଦୁଇ ମାଉଜର ଓ ଗାଡ଼ି ଜବତ

ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କରୋନା