
ପଦ୍ମପୁର,12।1(ଆପ୍ର): ବରଗଡ଼ ଜିଲ୍ଲା ପଦ୍ମପୁର ବୋରାସମ୍ବର ସ୍ପୋର୍ଟିଂ ଆନୁକୂଲ୍ୟରେ ସ୍ଥାନୀୟ ଆର୍Ùବି ହାଇସ୍କୁଲ୍Ù ପଡ଼ିଆରେ ଚାଲିଥିବା ସର୍ବଭାରତୀୟ ବୋରାସମ୍ବର କ୍ରିକେଟ୍ କପ୍ରେ ଆଜି ସେଲ୍ ରାଞ୍ଚି ଓ ୟୁଥ୍ କ୍ରିକେଟ୍ କ୍ଲବ ରାଉରକେଲା ବିଜୟୀ ହୋଇ ସେମି ଫାଇନାଲ୍ରେ ପ୍ରବେଶ କରିଛନ୍ତି।
ପ୍ରଥମ ମ୍ୟାଚ୍ରେ ଜୋବ୍ରା ସୋଲାର୍ କଟକ ପ୍ରଥମେ ବ୍ୟାଟିଂ କରି ଚିନ୍ମୟ ସାହୁଙ୍କ ଧୂଆଁଧାର 101(51) ରନ୍ ସହାୟତାରେ ନିର୍ଦ୍ଧ।ରିତ 20 ଓଭରରେ 7 ବିକେଟ୍ ହରାଇ 182 ରନ୍ ସଂଗ୍ରହ କରିଥିଲେ। ଜବାବରେ ସେଲ୍ ରାଞ୍ଚି ବିନୟ ସିଂଙ୍କ 63(37) ରନ୍ ସହାୟତାରେ 19.3 ଓଭରରେ 9 ବିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟୀ ହୋଇ ସେମି ଫାଇନାଲ୍ରେ ପ୍ରବେଶ କରିଛି।
ଦ୍ବିତୀୟ ମ୍ୟାଚ୍ରେ ୟୁଥ୍ କ୍ରିକେଟ୍ କ୍ଲବ ରାଉରକେଲା ପ୍ରଥମେ ବ୍ୟାଟିଂ କରି 19.5 ଓଭରରେ ସମସ୍ତ ବିକେଟ୍ ହରାଇ 133 ରନ୍ ସଂଗ୍ରହ କରିଥିଲା। ଜବାବରେ ଜୁଭେନାଇଲ୍ କଟକ 16.3 ଓଭରରେ ସମସ୍ତ ବିକେଟ୍ ହରାଇ 71 ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା। ରାଉରକେଲା ଦଳ ପକ୍ଷରୁ ପପୁ ରାୟ ଓ ରାଜୀବ ନାୟକ 3ଟି ଲେଖାଏଁ ବିକେଟ୍ ନେଇଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଅଞ୍ଚଳ କଲେଜ୍ର ପ୍ରଫେସର କୃଷ୍ଣମୋହନ ପଣ୍ଡା ଅତିଥି ଭାବେ ଯୋଗଦେଇ ପ୍ରଥମ ମ୍ୟାଚ୍ର କଟକ ଦଳର ଚିନ୍ମୟ ସାହୁ ଓ ଦ୍ବିତୀୟ ମ୍ୟାଚ୍ର ରାଉରକେଲା ଦଳର ପପ୍ପୁ ରାୟଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ଶ୍ୟାମ ସୁନ୍ଦର ପଣ୍ଡା, ଅନୀଲ ଦାଶ, ସୁଶାନ୍ତ ପାଣିଗ୍ରାହୀ ଓ ଚୂଡ଼ାମଣି ପାଢ଼ୀ ଖେଳ ପରିଚାଳନା କରିଥିଲେ।