ଏବି ଡିଭିଲିୟର୍ସଙ୍କ ଦମଦାର ବ୍ୟାଟିଂ, ଆରସିବି ୭ ଓ୍ବିକେଟରେ ବିଜୟୀ

ଦୁବାଇ, ୧୭/ ୧୦: ରୋମାଞ୍ଚକର ମ୍ୟାଚରେ ବିଜୟୀ ହେଲା ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋର। ଏବି ଡିଭିଳଇୟର୍ସଙ୍କ ମ୍ୟାଚ୍‌ ଇନିଂସ ପାରି ବଳରେ ରାଜସ୍ଥାକୁ ମାତ୍‌ ଦେଲା ବାଙ୍ଗାଲୋର। ଶନିବାର ଖେଳାଯାିଥିବା ୩୩ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୭ ଓ୍ବିକେଟ ହରାଇଲା ଆରସିବି। ଏହି ବିଜୟ ସହିତ ଆରସିବି ପଏଣ୍ଟ ତାଲିକାରେ ୩ୟ ସ୍ଥାନରେ ନିଜକୁ ମଜବୁତ କରିଛି।

ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ରାଜସ୍ଥାନ ରୟାଲ୍ସ ଟିମ୍‌ ପଡ଼ିଆକୁୂ ଆସିଥିଲା। ଅଧିିନାୟକ ଷ୍ଟିଭ ସ୍ମିଥଙ୍କ ଅର୍ଦ୍ଦଶତକୀୟ ପାରି ଓ ରବିନ ଉଥ୍ପାଙ୍କ ୪୧ ରନ୍‌ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ୧୭୭ ରନ୍‌ କରିଥିଲା।

https://twitter.com/IPL?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1317460264703459329%7Ctwgr%5Eshare_3%2Ccontainerclick_1&ref_url=https%3A%2F%2Fwww.aajtak.in%2Fsports%2Fipl-2020%2Fstory%2Fipl-2020-33rd-match-rajasthan-royals-vs-royal-challengers-bangalore-match-report-tspo-1147119-2020-10-17

ଏହାର ଜବାବରେ ୧୭୮ ରନର ବିଜୟ ଳକ୍ଷ୍ୟକୁ ପିଛା କରିଥିବାକୁ ପଡ଼ିଆକୁ ଓହ୍ଲାଇଥିଲା ଆରସିବି। ଆରସିବିର ଦୁଇ ଓପନର ଆରୋନ୍‌ ଫିଞ୍ଚ ଓ ଦେବଦୁତ୍ତ ପାଡ଼ିକଲ ପଡ଼ିଆକୁ ଆସି ଭଲ ଆରମ୍ଭ କରିଥିଲେ ହେଁ ଦଳର ସ୍କୋରର ୨୩ ରନ୍‌ ହୋଇଥିବା ବେଳେ ଦଳକୁ ପ୍ରଥମ ଝଟକା ଲାଗିଥିଲା। ଆରୋନା ଫିଞ୍ଚ ୧୪ ରନ୍‌ କରି ପ୍ୟାଭିଲିଅନ୍‌ ଫେରି ଯାଇଥିଲେ। ପରେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ। ସେ ପାଡିକଲଙ୍କ ସହ ମିଶି ଇନିଂସକୁ ଆଗକୁ ବଢ଼ାଇଥିଲେ। ହେଲେ ପାଡିକଲ ୩୫ ରନ୍‌ କରି ଆଉଟ୍‌ ହୋଇ ଯାଇଥିଲେ। ପରେ ପରେ ବିରାଟ ୪୩ ରନ୍‌ କରି ଆଉଟ ହୋଇ ଯାଇଥିଲେ। ପରେ ଆରସିବି ପାଇଁ ପୁଣିଥରେ ସଙ୍କଟମୋଚକ ସାଜିଲେ ଡିଭିଲିୟର୍ସ।

ଏବି ବ୍ୟାଟିଂ କରିବାକୁ ଆସିବା ମାତ୍ରେ ନିଜ ଅନ୍ଦାଜରେ ଖେଳ ଖେଳିଥିଲେ। ଟିମ୍‌କୁ ଶେଷ ୪ ଓଭରରୁ ୫୪ ରନ୍‌ ଦରକାର ଥିଲା। ପରେ ଦଳକୁ ଶେଷ ୨ ଓଭରରେ ଜିତିବାକୁ ୩୫ ରନ୍‌ ଦରକାର ଥିଲା। ହେଲେ ହେଲେ ଏବି ଡିଭିଲିୟର୍ସଙ୍କ ଧୁଆନ୍ଧାର ବ୍ୟାଟିଂ ବଳରେ ବେଙ୍ଗାଲୁରୁ ଏହି ମ୍ୟାଚ୍‌କୁ ୧୯.୪ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ଡିଭିଲିୟର୍ସ ମାତ୍ର ୨୨ ବଲରୁ ୧ ଚୌକା ଓ ୬ ଛକା ସହ ଆଇପିଏଲରେ ୩୭ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୫୫ ରନ କରି ଅପରାଜିତ ଥିଲେ। ଗୁରୁକିରତ ମନଙ୍କ ସହ ଚତୁର୍ଥ ଓ୍ଵିକେଟ୍‌ରେ ୭୭ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି। ତାଙ୍କର ଏହି ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ବଳରେ ବେଙ୍ଗାଲୁରୁ ରାଜସ୍ଥାନ ହାତରୁ ବିଜୟ ଛଡାଇ ଆଣିଛି।

   ସମ୍ବନ୍ଧିତ ଖବର


ମେଡିକାଲରୁ ଡିସଚାର୍ଜ ହେଲେ କପିଲ ଦେବ, ଚେତନ ଶର୍ମା କହିଲେ..

IPL-2020: ଆଜି ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ, ପ୍ଲେ-ଅଫ୍‌ ଦୌଡ଼ରେ ରହିବା ପାଇଁ RRର ‘କର ବା ମର’ ସ୍ଥିତି

ଅଲିମ୍ପିଆନ ହକି ତାରକା ମୋହିନ୍ଦର ପାଲ ସିଂହ ଅସୁସ୍ଥ, ଦିଲ୍ଲୀ ଆପୋଲୋ ହସ୍‌ପିଟାଲରେ ଚିକିତ୍ସାଧୀନ

IPL-2020: ଆଜି ଅପରାହ୍ନରେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ମଧ୍ୟରେ ମୁକାବିଲା

ସୁସ୍ଥ ହେଉଛନ୍ତି କପିଳ ଦେବ: ହସ୍‌ପିଟାଲ ବେଡ୍‌ରୁ ହସ ସହ ‘ଥମ୍ପସ୍‌ ଅପ୍‌’ ଫଟୋ ସେୟାର କଲେ

ଆଜି କିଙ୍ଗ୍‌ସ ଏକାଦଶ ବ୍ୟାଟ୍ସମ୍ୟାନ୍‌ ଓ ସନ୍‌ରାଇଜର୍ସ ବୋଲରଙ୍କ ମଧ୍ୟରେ କଡ଼ା ଟକ୍କର