PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଆର୍‌ଆର୍‌ବି-ଏନଟିପିସି ରେଜଲ୍ଟ ବିବାଦ ନେଲା ଉଗ୍ର ରୂପ , ଟ୍ରେନରେ ଲଗାଇଲେ ନିଆଁ, ପ୍ରଧାନମନ୍ତ୍ରାଙ୍କ କୁଷ ପୁତ୍ତଳିକା ଦାହ

pic- ndtv.in

ପାଟନା,୨୬/୦୧: ଆର୍‌ଆର୍‌ବି-ଏନଟିପିସି ରେଜଲ୍ଟ  ବିବାଦ ଏବେ ଉଗ୍ର ରୂପ ନେଇଛି। ବୁଧବାର ବିହାରରେ କିଛି ସ୍ଥାନରେ ଛାତ୍ରମାନେ ଆନ୍ଦୋଳନ କରିଛନ୍ତି ଏବଂ ଏହି ସମୟରେ ଏକ ଟ୍ରେନରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଉତ୍ତେଜିତ ଛାତ୍ରମାନେ ୟାର୍ଡ ଷ୍ଟେସନରେ ଛିଡ଼ା ହୋଇଥିବା ଯାତ୍ରୀବାହି ଟ୍ରେନକୁ ନିଁଆ ଲଗାଇ ଦେଇଛନ୍ତି। ନିଆଁକୁ କାବୁ କରିବା ପାଇଁ ତୁରନ୍ତ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆୟତ କରିଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି କ୍ରୋଧିତ ଛାତ୍ରଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ।  ହେଲେ କ୍ରୋଧିତ ଛାତ୍ରମାନେ ପୁଲିସର ନିୟନ୍ତ୍ରଣରେ ବାହାରକୁ ଆସିଥିଲେ। ଅନ୍ୟପଟେ ଆଉ ଏକ ରେଲୱେ ଷ୍ଟେସନରେ ଚଳନ୍ତା ଟ୍ରେନକୁ ପଥରମାଡ଼ କରିଥିଲେ।    

ଉତ୍ତେଜିତ ଛାତ୍ରମାନେ ଟ୍ରେନକୁ ଟାର୍ଗେଟ କରିଥିଲେ ଓ ଶ୍ରମଜିବୀ ଏକ୍ସପପ୍ରେସର ବହୁ କ୍ଷତି ଘଟାଇଛନ୍ତି। ସେହିଭଳି ଜହାନାବାଦରେ ଛାତ୍ରମାନେ ରେଲୱେ ଟ୍ରାକକୁ ଜାମ କରିଥିଲେ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ କୁଷ ପତ୍ତଳିକା ଜଣାଇଥିଲେ। ଏହାସହ କେନ୍ଦ୍ରସରକାରଙ୍କ ବିରୋଧରେ ନାରାବାଜୀ ଦେଇଥିଲେ। ପଲୁସ ଛତ୍ରମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା।

 ସୂଚନାଥାଉକି, ମଙ୍ଗଳବାର ମଧ୍ୟ ସୀତାମଢିରେ ଭଙ୍ଗାରୁଜା ଓ ପଥରମାଡ କରାଯାଇଥିଲା।  ସ୍ଥିତି ଅଣାୟତ ହେବାରୁ ଲେକଙ୍କୁ ଉପରକୁ ପୁଲିସ ଫାଙ୍କା ଗୁଳିଚାଳନା କରିଥିଲା। ପ୍ରବଳ ବିରୋଧ ପରେ ବୁଧବାର ସକାଳେ ଏନଟିପିସି ଓ ଗ୍ରୁପ୍‌-ଡି(ଶ୍ରେଣୀ-୧)ର ପରୀକ୍ଷା ସ୍ଥଗିତର ଘୋଷଣା କରାଯାଇଥିଲା। କିନ୍ତୁ ରେଲଓ୍ବେର ଏହି ନିଷ୍ପତ୍ତି ପରେ ମଧ୍ୟ ଛାତ୍ରଙ୍କର ରାଗ କମିନଥିଲା ଓ ପୁରା ବିହାରରେ ଏହି ଘଟଣାର ପ୍ରଭାବ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର