ଇମ୍ରାନଙ୍କ ବୈବାହିକ ଜୀବନ ସମ୍ପର୍କରେ ପ୍ରୋଗାମ ଦେଖାଇ ଅଡୁଆରେ ପାକିସ୍ତାନୀ ଚ୍ୟାନେଲ, ଦେବାକୁ ପଡିବ ଜୋରିମନା

ନୂଆଦିଲ୍ଲୀ,୨୮।୪: ପାକିସ୍ତାନର ଏକ ଟିଭି ଚ୍ୟାନେଲକୁ ଇମ୍ରାନ ଖାନଙ୍କ ବୈବାହିକ ଜୀବନ ନେଇ ଏକ କାର୍ଯ୍ୟକ୍ରମ ପ୍ରସାରଣ କରିବା ମହଙ୍ଗା ପଡିଲା। କାର୍ଯ୍ୟକ୍ରମରେ ଇମ୍ରାନ ଓ ତାଙ୍କର ତୃତୀୟ ପତ୍ନୀ ବୁଶ୍ରାଙ୍କ ସମ୍ପର୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ ସମ୍ପର୍କାର ମଧ୍ୟ ଏଥିରେ ଦେଖାଯାଇଥିଲା। ଯାହାକୁ ନେଇ ପାକିସ୍ତାନ ଇଲୋଟ୍ରୋନିକ୍ ମିଡିଆ ରେଗୁଲେଟରି ବଡି ଶନିବାର ଏହି ଟିଭି ଚ୍ୟାନେଲରେ ୧୦ ଲକ୍ଷ ଟଙ୍କାର ଜୋରିମନା ଲଗାଇ ଦେଇଛନ୍ତି।

ଏହା ସହ ଚ୍ୟାନେଲକୁ ନିର୍ଦେଶ ଦିଆଯାଉଛି ଏହାକୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ପ୍ରାଇମ ଟାଇମ୍ ପୋଗ୍ରାମରେ ଲଗାତାର କ୍ଷମା ମାଗିବାର ପ୍ରସାରଣ କରିବାକୁ ହେବ। କ୍ଷମାକ ମଧ୍ୟ ସେଭଳି ଷ୍ଟାଇଲରେ ଉପସ୍ଥାପିତ କରିବାକୁ ହେବ ଯେଉଁଭଳି ଅଭିଯୋଗ ଲଗାଯାଇଥିଲା।ଉଲ୍ଲେଖନୀୟ ଯେ, ପୂର୍ବତନ ପାକିସ୍ତାନ କ୍ରିକେଟ ବୋର୍ଡର ଚେୟାରମ୍ୟାନ୍ ନଜମ ସେଠି ଚ୍ୟାନେଲ ୨୪ର ଏକ କାର୍ଯ୍ୟକ୍ରମରେ କହିଥିଲେ ଇମ୍ରାନ ଖାନଙ୍କ କିଛି ଅଭ୍ୟାସ କାରଣରୁ ତାଙ୍କର ତୃତୀୟ ପତ୍ନୀଙ୍କ ସହ ମଧ୍ୟ ସମ୍ପର୍କ ଖରାପ ହୋଇଛି। ସେ ଆହୁରି କହିଥିଲେ ଏହି ବିବାହର ସ୍ଥିତି ମଧ୍ୟ ଇମ୍ରାନଙ୍କ ପୂର୍ବ ଦୁଇଟି ବିବାହ ଭଳି ରହିଛି।

   ସମ୍ବନ୍ଧିତ ଖବର


ରେଡ୍ ଲାଇଟରୁ ଉଦ୍ଧାର ହୋଇଥିବା ଓଡିଆ କିଶୋରୀଙ୍କୁ ମିଳିଲା ୯ ଲକ୍ଷ

ପାକିସ୍ତାନରେ ଏବେ ଦୁଷ୍କର୍ମକାରୀଙ୍କୁ କରାଯିବ ନପୁଂସକ,ଏହି ସବୁ ଦେଶରେ ଦିଆଯାଏ ଅତି ଭୟଙ୍କର ଦଣ୍ଡ

ଅହମ୍ମଦ ପଟେଲଙ୍କ ପରଲୋକରେ ଗାନ୍ଧି ପରିବାରରେ ଶୋକ: ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା

ଇଣ୍ଟେରିୟର ଡିଜାଇନିଂ ନାଁରେ ଭର୍ଚୁଆଲ ସେକ୍ସ ରାକେଟ୍ : ଅନ୍‌ଲାଇନ୍‌ରେ ଅଙ୍ଗ ପ୍ରଦର୍ଶନ ପାଇଁ ଦିଆଯାଉଥିଲା ତାଲିମ୍, ପର୍ଦ୍ଦାଫାଶ କଲା ପୋଲିସ

୬ ଦିନରେ ୫୩% ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର

ନୂଆବର୍ଷରୁ ନୂଆ ବ୍ୟବସ୍ଥା: ଏଣିକି ଲ୍ୟାଣ୍ଡଫୋନ୍‌ରୁ ମୋବାଇଲକୁ କଲ୍‌ କଲେ ନମ୍ବର ପୂର୍ବରୁ ଲାଗିବ ‘୦’