୫ ସୁଦ୍ଧା ସବୁ ରାସନକାର୍ଡଧାରୀଙ୍କୁ ୧ ହଜାର ଟଙ୍କା ବାଣ୍ଟ, ଜିଲ୍ଲାପାଳଙ୍କୁ ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ୩/୫: ଆସନ୍ତା ୫ତାରିଖ ସୁଦ୍ଧା ରାସନକାର୍ଡଧାରୀଙ୍କୁ ୧ହଜାର ଟଙ୍କା ବାଣ୍ଟନ । ଏଥିସହ ରାଜ୍ୟର ସମସ୍ତ ପଞ୍ଜିକୃତ ଚାଷୀଙ୍କଠାରୁ ଧାନ ସଂଗ୍ରହ ନିମନ୍ତେ ଆଗକୁ ଟୋକେନ୍‌ ପ୍ରଦାନ କରି ବୋଲି ଜିଲ୍ଲାପାଳମାନଙ୍କୁ ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ ।


ଶନିବାର ଲୋକସେବା ଭବନଠାରେ ଆୟୋଜିତ ଭିଡିଓ କନ୍‌ଫରେନ୍ସିଂ ବୈଠକରେ ଜିଲ୍ଲାପାଳମାନଙ୍କ ସହ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଲୋଚନା କରିଛନ୍ତି । କୋଭିଡ୍‌-୧୯ ସଂକ୍ରମଣ ଭଳି ଏକ ଅସ୍ୱାଭାବିକ ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ଲକ୍‌ଡାଉନ୍‌ ପରିସ୍ଥିତିରେ ଜିଲ୍ଲାରେ ରବି ଧାନ ସଂଗ୍ରହ ଏବଂ ଜନସାଧାରଣଙ୍କ ଖାଦ୍ୟ ନିରାପତ୍ତାର ସଦ୍ୟତମ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟରେ କେହି ଜଣେ ଗରିବ ଲୋକ ଖାଦ୍ୟ ନିରାପତ୍ତାରୁ ବଞ୍ଚିତ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାର ଅନୁପାଳନକୁ ନିଶ୍ଚିତ କରିବା ପାଇଁ ଜିଲ୍ଲାପାଳମାନେ ଅଗ୍ରାଧିକାର ଭିତ୍ତିରେ ପଦାକ୍ଷପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।


ବୈଠକରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀମାନଙ୍କୁ ଆଗୁଆ ୩ ମାସର ରାସନ ସାମଗ୍ରୀ ଏକକାଳୀନ ଦେବାକୁ ନିର୍ଦ୍ଦେଶ ହୋଇଛି । ରାସନକାର୍ଡଧାରୀ ପିଛା ୧ହଜାର ଟଙ୍କା ନଗଦ ଅର୍ଥ ବଣ୍ଟନ କାର୍ଯ୍ୟକୁ ମେ ୫ତାରିଖ ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ଚାଉଳ, ଡାଲି ବଣ୍ଟନ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଯଥାଶୀଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସମସ୍ତ ପଞ୍ଜିକୃତ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ନିମନ୍ତେ ଆଗକୁ ଟୋକେନ୍‌ ପ୍ରଦାନ କରିବାକୁ କୁହାଯାଇଥିଲାବେଳେ ଏହି କାର୍ଯ୍ୟରେ ଚଳିତ ବର୍ଷ ୯୭ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଂଶଗ୍ରହଣ କରୁଛନ୍ତି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ବୀର ବିକ୍ରମ ଯାଦବ, ମିଶନ ଶକ୍ତି ବିଭାଗର କମିଶନର ତଥା ନିର୍ଦ୍ଦେଶକ ସୁଜତା କାର୍ତ୍ତିକେୟନ, ଜିଲ୍ଲା ଯୋଗାଣ ଅଧିକାରୀ, ଡିଆର୍‌ସିଏସ୍‌, ଏଆର୍‌ସିଏସ୍‌ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

   ସମ୍ବନ୍ଧିତ ଖବର


ମଦ କାଉଣ୍ଟର ପରିସରରେ ଦୁଇ ଜଣ ଚାଷୀଙ୍କୁ ପଥର ଓ ବାଡ଼ିରେ ଆକ୍ରମଣ କଲେ ମଦ୍ୟପ: ଚାଷୀ ଗୁରୁତର, ୪ ଯୁବକ ଅଟକ

ଦୋହା ବିମାନ ବନ୍ଦରରେ ହଙ୍ଗାମା: ମହିଳାଙ୍କ କପଡା ଖୋଲି ଯାଞ୍ଚ କଲେ ଅଧିକାରୀ, ଜାଣନ୍ତୁ କ’ଣ ଥିଲା ପୁରା ଘଟଣା

ଦରମା ମାଗିବାରୁ ସେଲସମ୍ୟାନକୁ ଜୀଅନ୍ତା ଜାଳିଦେଲା ମଦ ଭାଟି ମାଲିକ

ଶିକ୍ଷକଙ୍କୁ କଚାଡି ମାରିଲା ହାତୀ

ରାଜ୍ୟରେ ପୁଣି ୧୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୫୯ କୁ ବୃଦ୍ଧି

ପୁଣି ଚିହ୍ନଟ ହେଲେ ୧୪୮୦ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ଡେଇଁଲା