PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

୨୨୨ କୋଟି ଟଙ୍କାର ଟେଣ୍ଡରରେ ବିଭ୍ରାଟ, ଗ୍ରାମ୍ୟ ଉନ୍ନୟନ ବିଭାଗର ୩୭ ପ୍ରକଳ୍ପର ଟେଣ୍ଡର ବାତିଲ

ଯାଜପୁର୧ ୧/୦୧: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ୨୨୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପକୁ ଗୋପନ ଟେଣ୍ଡର ପ୍ରକ୍ରିୟାରେ ଠିକାଦାର ଚୟନ କରାଯାଇଛି । ଏଭଳି ବିଭ୍ରାଟ ଧରା ପଡ଼ିବା ପରେ ରାଜ୍ୟ ସରକାର ୩୭ଟି ପ୍ରକଳ୍ପର ସମ୍ପାଦିତ ଟେଣ୍ଡର ପ୍ରକ୍ରିୟାକୁ ବାତିଲ କରିବା ସହ ସାନି ଟେଣ୍ଡର ଆହ୍ୱାନ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ଯୋଜନାବଦ୍ଧ ଟେଣ୍ଡର ବିଭ୍ରାଟ ପଛରେ କଟକ ମଣ୍ଡଳ ବିଭାଗୀୟ ବରିଷ୍ଠ ଯନ୍ତ୍ରୀ ସମ୍ପୃକ୍ତ ଥିବାର ସନ୍ଦେହ କରାଯାଉଛି ।

ପ୍ରକାଶ ଯୋଗ୍ୟ, ବାତିଲ ହୋଇଥିବା ୩୭ ଗୋଟି ପ୍ରକଳ୍ପ ମଧ୍ୟରୁ ଅଧେ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଗତମାସରେ ଶିଳାନ୍ୟାସ କରିଥିଲେ ଓ ଏହି ପ୍ରକଳ୍ପ ପାଇଁ କେତେକ ଠିକାଦାର ଚୁକ୍ତିପତ୍ର ମଧ୍ୟ ସ୍ୱାକ୍ଷର କରିଥିବାର ଜଣା ପଡ଼ିଛି ।ଗ୍ରାମ୍ୟ ଉନ୍ନୟନ ବିଭାଗ କଟକ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଟେଣ୍ଡର ଆହ୍ୱାନ ବିଜ୍ଞାପନ ସଂଖ୍ୟା-୨୮/୨୦୨୧ରେ ଯାଜପୁର ଜିଲ୍ଲାର ୨୪ ଗୋଟି ଓ କେନ୍ଦ୍ରାପଡ଼ା ଜିଲ୍ଲାର ୧୩ଟି ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ୨୨୨ କୋଟି ଟଙ୍କାର ଟେଣ୍ଡର ନୋଟିସ୍‌କୁ ଖବର କାଗଜରେ ପ୍ରକାଶ ନ କରି ଅନ୍‌ ଲାଇନରେ ଟେଣ୍ଡର ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ମସୁଧା କରିଥିଲା । ଟେଣ୍ଡର ନୋଟିସ୍‌ର ବହୁଳ ପ୍ରଚାର ନ ହେବାରୁ ୨/୩ ଜଣ ଲେଖାଏଁ ଠିକାଦାର ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ତ୍ତୃପକ୍ଷ ଖବର କାଗଜରେ ବିଜ୍ଞାପନ ପ୍ରକାଶ କରିବା ପାଇଁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଚିଠି ଲେଖି ଚୁପ୍‌ ବସିଥିବାର ତଦନ୍ତରୁ ଜଣା ପଡ଼ିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରେରିତ ଟେଣ୍ଡର ନୋଟିସ୍‌କୁ ପ୍ରକାଶ କରି ପାରିବେ ନାହିଁ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଟେଣ୍ଡର ବିଡିଂ ଖୋଲିବା ପୂର୍ବରୁ ଜଣାଇଛନ୍ତି । ଖବର କାଗଜରେ ବିଜ୍ଞାପନ ପ୍ରକାଶ ପାଇ ନଥିବାର ସ୍ପଷ୍ଟ ଲିଖିତ ସୂଚନା ପାଇବା ପରେ ବି ଗ୍ରାମ୍ୟ ଉନ୍ନୟନ ବିଭାଗର କଟକ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ(ସିସିଇ) କିଭଳି ଟେଣ୍ଡର ଫାଇନାଲ କରି ଠିକାଦାର ଚୟନ କରିଛନ୍ତି ତାହା ତଦନ୍ତ ସାପେକ୍ଷ ହୋଇ ପଡ଼ିଛି ।

୨୦୨୧ ନଭେମ୍ବର ୨୫ ତାରିଖରେ କେନ୍ଦ୍ରାପଡ଼ା-ଯାଜପୁର ଗ୍ରାମ୍ୟ ଉନ୍ନୟନ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଉଭୟ ଜିଲ୍ଲାର ୩୭ ଗୋଟି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରିଥିଲେ । ୨୨୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପରେ ୨୦୨୧ ଡିସେମ୍ବର ୬ ତାରିଖରୁ ୨୧ ତାରିଖ ମଧ୍ୟରେ ଆଗ୍ରହୀ ଠିକାଦାର ଭାଗ ନେବାକୁ ସିସିଇ ଉଲ୍ଲେଖ କରିଥିଲେ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପ ନିର୍ଦ୍ଦେଶକଙ୍କୁ ମେମୋ ସଂଖ୍ୟା-୨୯୩୫/୨୫.୧୧.୨୧ରେ ସିସିଇ ସମ୍ପୃକ୍ତ ଟେଣ୍ଡର ନୋଟିସ୍‌କୁ ବିଜ୍ଞାପନ ଆକାରରେ ପ୍ରକାଶ କରିବାକୁ ଅନୁରୋଧ କରିଥିଲେ । ୨୦୨୧ ଡିସେମ୍ବର ୬ ପୂର୍ବରୁ ଦୁଇଟି ପ୍ରମୁଖ ଓଡ଼ିଆ ଖବର କାଗଜ ଓ ଗୋଟିଏ ଜାତୀୟ ଦୈନିକ ଖବର କାଗଜରେ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ସିସିଇ ଚିଠିରେ ଉଲ୍ଲେଖ କରିଥିବାର ଜଣା ପଡ଼ିଛି । ଖବର କାଗଜରେ ପ୍ରକାଶ ପାଇବା ପରେ ଡିସେମ୍ବର ୬ ତାରିଖରୁ ୨୧ ତାରିଖ ମଧ୍ୟରେ ଠିକାଦାରମାନେ ଅନ୍‌ ଲାଇନ୍‌ରେ ବିଡିଂ କରିବାକୁ ଟେଣ୍ଡର ବିଜ୍ଞପ୍ତିରେ ଦର୍ଶାଯାଇଥିଲା ।

ସୂଚନା ମୁତାବକ, ଟେଣ୍ଡର ବିଜ୍ଞପ୍ତି ସଂଖ୍ୟା-୨୯୩୪/୨୫.୧୧.୨୧ ଡିସେମ୍ବର ମାସ ୬ ତାରିଖ ସୁଦ୍ଧା ପ୍ରକାଶ ପାଇ ନଥିଲା । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୨୦୨୧ ଡିସେମ୍ବର ୨୦ ତାରିଖରେ ଉପ ନିର୍ଦ୍ଦେଶକ(ବିଜ୍ଞାପନ) ପତ୍ର ସଂଖ୍ୟା-୧୪୫୩୩/୨୧ରେ ଦର୍ଶାଇଥିଲେ ଯେ ଏହି ବିଜ୍ଞାପନକୁ ବୈଷୟିକ ତ୍ରୁଟି ଯୋଗୁ ପ୍ରକାଶ କରାଯାଇ ନାହିଁ । ଖବର କାଗଜରେ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇ ନଥିଲେ ମଧ୍ୟ ଅନ୍‌ ଲାଇନରେ ବିଡିଂ କରିଥିବା ଠିକାଦାରଙ୍କୁ ସିସିଇ ମହୋଦୟ ଚୟନ କରିବା ସହ ଏମାନଙ୍କ ସହ ପ୍ରକଳ୍ପ ଏଗ୍ରିମେଣ୍ଟ କରିବାକୁ ୨୦୨୧ ଡିସେମ୍ବର ୨୨ ରେ ଯାଜପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ । ସିସିଇଙ୍କ ନିର୍ଦ୍ଦେଶ ମୁତାବକ, ଯାଜପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନ କେତେକ ପ୍ରକଳ୍ପରେ ଠିକାଦାରଙ୍କ ସହ କାର୍ଯ୍ୟ ଆରମ୍ଭ ନିମନ୍ତେ ଚୁକ୍ତିପତ୍ର ସ୍ୱାକ୍ଷର କରିଥିବାର ଜଣା ପଡ଼ିଛି । ଅନ୍ୟ କେତେକ ପ୍ରକଳ୍ପର ଟେଣ୍ଡର ଚୂଡ଼ାନ୍ତ କାଗଜାଦ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପଡ଼ି ରହିଛି ।

୨୦୨୧ ଡିସେମ୍ବରରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଶିଳାନ୍ୟାସ ହୋଇଥିବା ବହୁଶହ କୋଟି ଟଙ୍କାର ପ୍ରକଳ୍ପ ଟେଣ୍ଡର ପ୍ରକ୍ରିୟା ଦ୍ୱାରା ବୈଧ ହୋଇ ନଥିବା ବେଳେ, କିଭଳି ଏହାର ଶିଳାନ୍ୟାସ କରାଯାଇଥିଲା ତାହା ତଦନ୍ତସାପେକ୍ଷ ହୋଇ ପଡ଼ିଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ମଧ୍ୟ ଭୁଆଁ ବୁଲାଇଥିବାର ଅଭିଯୋଗ ହେଉଛି । କାହା ସ୍ୱାର୍ଥରେ ସିସିଇ ମହୋଦୟ ଟେଣ୍ଡର ପ୍ରକ୍ରିୟାକୁ ଗୋପନ ରଖିବା ସହ ସରକାରଙ୍କୁ ଅନ୍ଧକାରରେ ରଖିଥିଲେ ଏହାର ତଦନ୍ତ ହେବା ଆବଶ୍ୟକ । ଗ୍ରାମ୍ୟ ଉନ୍ନୟନ ବିଭାଗରେ ଟେଣ୍ଡର ଫିକ୍ସିଂ ଅଭିଯୋଗର ଜଳଜଳ ପ୍ରମାଣ ମିଳିବା ପରେ ସରକାରଙ୍କ ପଦକ୍ଷେପ କିଭଳି ରହିବ ତାହା ସାଧାରଣରେ ଅପେକ୍ଷା କରାଯାଇଛି ।