CAA ନେଇ ମୁସଲିମ୍‌ଙ୍କ ସବୁ ସନ୍ଦେହ ଦୂର କରିବ RSS, ଏମିତି ରହିଛି ପ୍ଲାନିଂ

ନୁଆଦିଲ୍ଲୀ ୧୪/୧: ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ନେଇ ସାରା ଦେଶରେ ହେଉଥିବା ବିରୋଧ ମଧ୍ୟରେ ଏବ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ(ଆରଏସଏସ) ମୁସଲମାନଙ୍କ ସହିତ ଆଲୋଚନା କରିବ । ଆରଏସଏସ୍ ଗୋଟେ ପଟେ ସରକାରଙ୍କୁ ଏଥିରେ ସହଯୋଗ କରିବ ଏବଂ ଅନ୍ୟପଟେ ସରକାରଙ୍କ ଚିନ୍ତା କମାଇବା ପାଇଁ ଦାୟିତ୍ୱ ମଧ୍ୟ ନିଜ ମୁଣ୍ଡକୁ ନେବ । ଏଥିପାଇଁ ସଙ୍ଘ ରାଷ୍ଟ୍ରୀୟ ମୁସଲିମ୍ ମଞ୍ଚକୁ ଖାସ୍ ଦାୟିତ୍ୱ ଦେଇଛି । ସୂଚନା ଅନୁସାରେ ରାଷ୍ଟ୍ରୀୟ ମୁସଲିମ୍ ମଞ୍ଚ ସାରା ଦେଶର ଉଲେମାଙ୍କୁ ସମ୍ବୋଧନ କରିବ । ଏଥିପାଇଁ ୧୬ ଜାନୟାରୀରେ ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବରେ ଉଲେମା ମିଟିଂ ଡକାଯାଇଛି ଯେଉଁଥିରେ ସାରା ଦେଶର ୨୦୦ରୁ ଅଧିକ ଉଲେମା ଓ ଧର୍ମଗୁରୁଙ୍କୁ ଡକାଯାଇଛି ।

ରାଷ୍ଟ୍ରୀୟ ମୁସଲିମ୍ ମଞ୍ଚର ଜଣେ ପଦାଧିକାରୀଙ୍କ ସୂଚନା ଅନୁସାରେ ଏହି ସମ୍ମିଳନୀରେ ନାଗରିକତା ସଂଶୋଧନ ଆଇନ୍ ଏବଂ ଏଥିରେ ହେଉଥିବା ଅସୁବିଧା ଉପରେ ଚର୍ଚ୍ଚା ହେବ । ସେ ଏହା ମଧ୍ୟ କହିଛନ୍ତି କି ଏହି ମୁଦ୍ଦା ଉପରେ ମୁସଲମାନମାନଙ୍କ ମଧ୍ୟରେ ବଢୁଥିବା କ୍ରୋଧ ଓ ଭ୍ରମ ଜଡିତ ଅନେକ ପ୍ରଶ୍ନ ଉପରେ ମଧ୍ୟ ଆଲୋଚନା ହେବ । ମୁସଲିମ୍ ମଞ୍ଚର ମାନିବା ଅନୁସାରେ ସାରା ଦେଶରେ ଗୁଜବ ସୃଷ୍ଟି କରାଯାଉଛି ଯେ ଆଗକୁ ଏହି ଆଇନ ନେଇ ନାଗରିକତାର ପ୍ରମାଣ ମଗାଯିବ । ଏଥିପାଇଁ ଏହି ମୁଦ୍ଦା ଉପରେ ଅଭିଯାନ ଚଳାଇ ସନ୍ଦେହ ଦୂର କରିବା ଉଚିତ୍ ।

ରାଷ୍ଟ୍ରୀୟ ମୁସଲିମ୍ ମଞ୍ଚର ପ୍ରବକ୍ତା ନଫିସ୍ ହୁସେନଙ୍କ ଅନୁସାରେ ଏହି ସମ୍ମିଳନୀ ଜମାତ ଉଲେମା ହିନ୍ଦର ଅଧ୍ୟକ୍ଷ ସୁହେବ କାସମୀଙ୍କ ନେତୃତ୍ୱରେ ହେଉଛି ଯେଉଁଥିରେ ଦେବବନ୍ଦ, ଅହଲେ ହଦିସ, ବରେଲି ସରିଫ ଓ ନିଜାମୁଦ୍ଦିମ୍ ଦରଗାହ ଭଳି ଧାର୍ମିକ ସଂସ୍ଥାର ଧର୍ମଗୁରୁଙ୍କୁ ଡକାଯାଇଛି । ଏହା ବ୍ୟତୀତ ଏହି ସମ୍ମିଳନୀରେ ଜାମିୟା ମିଲିୟା ଏସ୍ଲାମିୟା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଡକାଯାଇଛି ଯେଉଁଠୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା । ହୁସେନଙ୍କ ସୂଚନା ଅନୁସାରେ ଏଭଳି ଆୟୋଜନ ଦେଶର ଅନ୍ୟ ସହରରେ ମଧ୍ୟ ହେବ ।

   ସମ୍ବନ୍ଧିତ ଖବର


ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି କରୋନା ପଜିଟିଭ୍

ଲାଲ୍‌ କିଲ୍ଲାରୁ ସାଇବର ଓ୍ୱାର ପ୍ରତିହତ ପାଇଁ ପ୍ରଧାନମନ୍ତ୍ରୀଙ୍କର ବଡ ଘୋଷଣା

ଇଏ ସେହି ମହିଳା, ଯିଏ ପୁରା ବିଶ୍ୱ ପାଇଁ ତିଆରି କରନ୍ତି Indian Flag

କରୋନା କାଳରେ ଚାଲିଛି ଅରବପତିଙ୍କ ବିଳାସପୂର୍ଣ୍ଣ ପାର୍ଟି, ଅତିଥିଙ୍କର ପ୍ରତି ୧୫ ମିନିଟରେ ହେଉଛି କୋଭିଡ୍ ଟେଷ୍ଟ

କୋଭିଡ୍‌ ପାଇଁ ରୁଷ୍‌ରେ ପ୍ରଥମ ବ୍ୟାଚ ଟିକା ଉତ୍ପାଦନ ଆରମ୍ଭ

ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ନଥିଲା ଡେଥ୍ ଟାଇମ୍, ପ୍ରଶ୍ନ ଉଠାଇଲେ ଓକିଲ