ଆରଟିଆଇ ସୂଚନା: ଗତ ୪ ବର୍ଷରେ ରେଳଯାତ୍ରୀଙ୍କ ଠାରୁ ବଳପୂର୍ବକ ଟଙ୍କା ନେଉଥିବା ବେଳେ ଏତେ ହଜାର କିନ୍ନର ଗିରଫ ହୋଇଛନ୍ତି

ନୂଆଦିଲ୍ଲୀ, ୨୫।୪: ରେଳଯାତ୍ରୀଙ୍କ ଠାରୁ ବଳପୂର୍ବକ ଟଙ୍କା ଅସୁଲ କରୁଥିବା କିନ୍ନରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯାଇଛି। ଏ ସମ୍ପର୍କରେ ଏକ ଆରଟିଆଇର ଏକ ଉତ୍ତରରୁ ଜଣାପଡିଛି। ରେଳ ମନ୍ତ୍ରଣାଳୟକୁ ଆରଟିଆଇ ଦ୍ବାରା ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ଜବାବ୍ ମିଳିଛି। ଗତ ୪ ବର୍ଷ ଧରି ବଳପୂର୍ବକ ଟ୍ରେନ ଯାତ୍ରୀଙ୍କ ଠାରୁ ଟଙ୍କା ନେଉଥିବା ୭୩ ହଜାରରୁ ଅଧିକ କିନ୍ନରଙ୍କୁ ଗିରଫ କରାଯାଇଛି। ଯଦି ଏହି ଆଭରେଜକୁ ଦେଖିବା ତେବେ ପ୍ରତିଦିନ ୫୦ ଜଣ କିନ୍ନରଙ୍କୁ ଗିରଫ କରାଯାଉଛି। ଉଲ୍ଲେଖନୀୟ ଯେ ଗତ ବର୍ଷ ୨୦ ହଜାରରୁ ଅଧିକ କିନ୍ନରଙ୍କୁ ଏହି ମାମଲାରେ ଗିରଫ କରାଯାଇଛି।

ଆରଟିଆଇର ଜବାବରେ ରେଳ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ୨୦୧୫ରେ ୧୩,୫୪୬, ୨୦୧୬ରେ ୧୯,୮୦୦, ୨୦୧୭ରେ ୧୮,୫୨୬ ଏବଂ ୨୦୧୮ରେ ୨୦,୫୬୬ ଜଣ କିନ୍ନରଙ୍କୁ ଗିରଫ କରାଯାଇଥିଲା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଚଳିତ ବର୍ଷ ଜାନୁଆରୀରେ ୧,୩୯୯ କିନ୍ନରଙ୍କୁ ଗିରଫ କରାଯାଇଛି। ରେଳ ଅଧିକାରୀ କହିଛନ୍ତି ସବୁାବେଳେ ଯାତ୍ରୀମାନେ ଚଳନ୍ତା ଟ୍ରେନରେ କିନ୍ନରମାନେ ତାଙ୍କୁ ଟଙ୍କା ପାଇଁ ହଇରାଣ କରିବା ସହ ବଳପୂର୍ବକ ଟଙ୍କା ନେଉଥିବା ଅଭିଯୋଗ କରିଥିଲେ। ଟଙ୍କା ନଦେଲେ କିନ୍ନରମାନେ ଶାରିରିକ ଉତ୍ପୀଡନ ଦେଉଥିବାର ମାମଲା ମଧ୍ୟ ଦେଖିବାକୁ ମିଳିଥିଲା। ଯାହାଫଳରେ ରେଲଓ୍ବେ ସୁରକ୍ଷା ବଳ(ଆରପିଏଫ୍) ଏହି ଘଟଣାର ତଦନ୍ତ କରି ଏହାକୁ ରୋକିବା ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା।

   ସମ୍ବନ୍ଧିତ ଖବର


ଯୁବ ୟୁଟ୍ୟୁବର ଧକ୍କା କରିଦେଲେ ପିତାଙ୍କର ୨୫କୋଟିର କାର୍ – ଆଘାତ ପାଇ ଏମିତି ବାର୍ତ୍ତା ଦେଲେ

ମାର୍ଶଲ ଆର୍ଟ ବୟଙ୍କ କମାଲ୍: ୧ ମିନିଟ୍‌ରେ ମୁଣ୍ଡରେ ଖୋଲିଲେ ୬୮ଟି ବୋତଲର ଠିପି, କଲେ ୱାର୍ଲଡ ରେକର୍ଡ

ସ୍ଥଳ ସେନାର ବ୍ରହ୍ମୋସ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ

‘ଆରେ ତୁମେ କ’ଣ କରୁଛ..ପୁରା କେଶ କାଟିଦେବ କି..ଆରେ ୟାର…’ ଇଣ୍ଟରନେଟ୍‌ରେ ଧମାଲ କରୁଛି ଏହି କୁନିର ଝିଅର ହେୟାର କଟିଂ ଭିଡ଼ିଓ

କୁକୁରର ହେବ ଡିଏନ୍‌ଏ ଟେଷ୍ଟ: ଶାଦାବ୍‌ଙ୍କ ‘କୋକୋ’ ନା କାର୍ତ୍ତିକଙ୍କ ‘ଟାଇଗର’…

ଆଶ୍ଚର୍ଯ୍ୟ ଲାଗିଲେ ବି ସତ: ଅନ୍ତିମ ସଂସ୍କାରର ସପ୍ତାହେ ପରେ ଘରକୁ ଫେରିଲେ ‘ଶିବ’