ବିଚ୍ ରାସ୍ତାରେ ଆରଟିଓ କର୍ମଚାରୀଙ୍କ ଉପରେ ଚଢ଼ିଗଲା ୧୪ ଚକିଆ ଟ୍ରକ, କର୍ମଚାରୀ ମୃତ

କେନ୍ଦୁଝର ୧୨।୧୧:  ଆରଟିଓ ବିଭାଗ ଗାଡି ଯାଞ୍ଚ କରୁଥିବା ବେଳେ କର୍ମଚାରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝରରେ। ୨୦ନମ୍ବର ଜାତୀୟ ରାଜପଥର ପୋକରାପାଣି ନିକଟରେ ଆରଟିଓ ବିଭାଗ ପକ୍ଷରୁ ଗାଡି ଯାଞ୍ଚ କରାଯାଉଥିଲା। ଏହି ସମୟରେ ଜଣେ କର୍ମଚାରୀଙ୍କ ଉପରେ ଚଢ଼ିଯାଇଥିଲା ୧୪ ଚକିଆ ଟ୍ରକ ।

ସୂଚନାଯୋଗ୍ୟ ଯେ, ଆଜି ସକାଳେ ଜୁନିୟର ଏମ୍‌ଭି ଆଇ କାହ୍ନୁଚରଣ ବାନାରା ଓ ଡ୍ରାଇଭର ଗାଡି ଯାଞ୍ଚ କରୁଥିଲେ । ସେହିସମୟରେ ଅନ୍ୟପଟ ରାସ୍ତାରୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଡ୍ରାଇଭର ବିଜୟ କୁମା ମହାନ୍ତିଙ୍କ ମୃତ୍ୟୁ ଘଟିଛି। ତେବେ ଏନେଇ ପୋଲିସକୁ କିଛି ଖବର ନଦେଇ ଅନ୍ୟ ଆର୍ଟିଓ କର୍ମଚାରୀମାନେ ମୃତ ଡ୍ରାଇଭରଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଦୁର୍ଘଟଣା ଘଟାଇଥିବା ୧୪ ଚକିଆ ଟ୍ରକଟି କେଉଁଆଡ଼େ ଫେରାର ହୋଇଯାଇଛି।

   ସମ୍ବନ୍ଧିତ ଖବର


ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ଭିଜିଲାନ୍ସ ଜାଲରେ କୋଟିପତି ଆକାଉଣ୍ଟାଣ୍ଟ

୭ ବର୍ଷର ଝିଅକୁ ଧରି ପ୍ରେମିକ ସହ ଚମ୍ପଟ ମାରିଲେ ମହିଳା, ବିଚରା ସ୍ୱାମୀ ଥାନାରେ କରୁଛି ଗୁହାରୀ

କରୋନା ସହ ୧୨ଦିନର ଲଢେଇ ପରେ ଆଖିବୁଜିଲେ କଳାକାର: ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ଦେହାନ୍ତ

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆସିଲା ରାୟ: ପ୍ରେମିକ ସମେତ ୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା

ସାମାନ୍ୟ କଥାରୁ ବୀଭତ୍ସ ହତ୍ୟାକାଣ୍ଡ: ପତ୍ନୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ସ୍ୱାମୀ, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର