ବାଇକ ସୋ’ରୁମ୍‌କୁ ଲକ୍ଷେ ଫାଇନ୍‌ : ଗାଡି ଚେକିଂ ସମୟରେ ଧରାପଡ଼ିଲା ସବୁକିଛି

ସମ୍ବଲପୁର ୮।୩ : ବାଇକ ସୋରୁମକୁ ୧ ଲକ୍ଷ ଟଙ୍କା ଫାଇନ୍। ନିୟମ ଉଲ୍ଲଂଘନ ପାଇଁ ବାଇକ ସୋରୁମକୁ ୧ ଲକ୍ଷ ଟଙ୍କା ଫାଇନ୍ ହୋଇଛି। ବିନା ରେଜିଷ୍ଟ୍ରେସନ ନମ୍ବରରେ ଗାଡି ବିକ୍ରି କରିଥିବାରୁ ଏହି ଫାଇନ କରିଛି ସମ୍ବଲପୁର ପରିବହନ ବିଭାଗ ।

ସୂଚନାଯୋ ଯେ, ଗତ ୪ ତାରିଖରେ ଝାରସୁଗୁଡାର ଶ୍ରୀ ସ୍ବପ୍ନେଶ୍ବର ମୋଟରକୁ ସମ୍ବଲପୁର ପରିବହନ ବିଭାଗ ଏହି ଫାଇନ କରିଛି। ବିନା ରେଜିଷ୍ଟ୍ରେସନ ନମ୍ବରରେ ଗାଡି ବିକ୍ରି କରିଥିବାରୁ ୧ ଲକ୍ଷ ଫାଇନ ପଡିଛି। ତେବେ ଗାଡି କିଣିଥିବା ସମ୍ବଲପୁରର ଶିବାଶିଷ ପଟେଲଙ୍କୁ ମଧ୍ୟ ଲାଇସେନ୍ସ ନଥିବା କାରଣରୁ ୫ ହଜାର ଓ ହେଲମେଟ ପାଇଁ ୧ ହଜାର ଫାଇନ ପଡିଛି ।

ତେବେ ସର୍ବମୋଟ ଗାଡି ମାଲିକ ଓ ସୋରୁମକୁ ୧ ଲକ୍ଷ ୬ ହଜାର ଟଂକା ଫାଇନ ହୋଇଛି । ଗତ ୪ ତାରିଖ ଦିନ ସନ୍ଧ୍ୟାରେ ସମ୍ବଲପୁର ଲକ୍ଷ୍ମୀ ଟକିଜ ଛକଠାରେ ଗାଡି ଚେକିଂ ସମୟରେ ଏହା ଧରାପଡିଥିଲା । ତେବେ ଏନେଇ ସୋମରୁମ ମାଲିକ ନିୟମ ହିସାବରେ ଗାଡି ବିକ୍ରି ହୋଇଥିବା କହିବା ସହ କାଗଜ ପତ୍ର ସବୁ ଠିକ ଥିବା କହିଛନ୍ତି ।