PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ମହାରାଷ୍ଟ୍ର ବିଧାନସଭାରେ ହଙ୍ଗାମା: ବିଜେପି-ଶିବସେନା ବିଧାୟକଙ୍କ ଠେଲାପେଲା

ନାଗପୁର,୧୭।୧୨: ମହାରାଷ୍ଟ୍ର ବିଧାନସଭାରେ ମଙ୍ଗଳବାର ଯୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା। ଏହି ସମୟରେ ବିରୋଧୀ ଦଳ ବିଜେବି ଓ ଶାସକ ଶିବସେନାର ବିଧାୟକ ପରସ୍ପରକୁ ଦୋଷାରୋପ କରିବାକୁ ଯାଇ ଠେଲାପେଲା ହୋଇଛନ୍ତି। ହଙ୍ଗାମା କାରଣରୁ ବିଧାନସଭା ଅଧ୍ୟକ୍ଷ ଗୃହକାର୍ଯ୍ୟକୁ ଅଧା ଘଣ୍ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ଶିବସେନା ବିଧାୟକ ସଞ୍ଜୟ ଗାୟକଓ୍ବାଡ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଆମେ ବିଧାନସଭା ଭିତରେ ଥିଲୁ, ଏହି ସମୟରେ ହଙ୍ଗାମା ହେଉଥିଲା। ମୁଁ ବିଜେପି ବିଧାୟକଙ୍କ ହାତରୁ ବିରୋଧ ପ୍ରଦର୍ଶନ କରୁଥିବା ବ୍ୟାନର ଟାଣି ନେଇଥିଲି। ସେମାନେ ବିଧାନସଭାରେ ଦୁଇ ଦିନ ହେବ ହଙ୍ଗାମା କରୁଛନ୍ତି। ସେମାନେ ଯଦି ଆମକୁ କାମ କରିବାକୁ ଦେବେନି ତେବେ ଗୃହର କାର୍ଯ୍ୟ କିପରି ଚାଲିବ?

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ୍ ଅଦିନିଆ ବର୍ଷା କାରଣରୁ କୃଷକଙ୍କର କ୍ଷତି ହୋଇଥିବା ପ୍ରସଙ୍ଗ ଉଠାଇଥିଲେ। ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ ବିଜେପି ବିଧାୟକ ପ୍ଲେକ୍ସ ବୋର୍ଡ ସହିତ ବିଧାନସଭା ପର୍ଯ୍ୟନ୍ତ ପହଁଞ୍ଚିଥିଲେ, ଯାହାକୁ ନେଇ ଶିବସେନା ମୁଖପତ୍ର ‘ସାମନା’ରେ ପ୍ରକାଶିତ ଏକ ରିପୋର୍ଟ ମଧ୍ୟ ଉପସ୍ଥାପିତ କରାଯାଇଥିଲା। ଅଦିନିଆ ବର୍ଷା କାରଣରୁ କୃଷକଙ୍କର ପ୍ରତି ହେକ୍ଟର ୨୫,୦୦୦ ଟଙ୍କା ଦାବି କରାଯାଇଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେପି ବିଧାୟକମାନେ ଅଧ୍ୟକ୍ଷଙ୍କ ଆସନ ନିକଟକୁ ଆସି ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ।

ସମ୍ବନ୍ଧିତ ଖବର