PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ଶଙ୍ଖ ଧରିଲେ ରୁଦ୍ର ନାରାୟଣ

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ସମାଜସେବୀ ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଜୟ ଓଡ଼ିଶା’ର ପ୍ରତିଷ୍ଠାତା ରୁଦ୍ରନାରାୟଣ ସାମନ୍ତରାୟ ଆଜି ବିଜେଡିରେ ମିଶିଛନ୍ତି । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରୁଦ୍ର ତାଙ୍କ ହଜାର ହଜାର ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି । ପ୍ରଥମେ ସହିଦନଗର ଦୁର୍ଗାପୂଜା ମଣ୍ଡପ ପାଖରୁ ରୁଦ୍ରଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ୍‌ ରାଲି ବାହାରିଥିଲା । ବିଜେଡି ଓ ନବୀନଙ୍କ ପ୍ଲାକାର୍ଡ ଓ ପତାକା ଧରି ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଥିଲେ । ସେପଟେ ରାଜ୍ୟ କାର୍ଯ୍ୟାଳୟରେ ବି ବଡ଼ ଆୟୋଜନ ହୋଇଥିଲା । ପ୍ରାୟ ୫ହଜାର ଲୋକଙ୍କ ସମାଗମ ହୋଇଥିଲା । ନବୀନ ସେଠାରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ନବୀନଙ୍କ ଉପସ୍ଥିତିରେ ରୁଦ୍ର ଓ ତାଙ୍କ ସମର୍ଥକମାନେ ଦଳରେ ମିଶିଥିଲେ ।

ନବୀନ ରୁଦ୍ରଙ୍କୁ ଦଳକୁ ସ୍ୱାଗତ କରିବା ସହ ତାଙ୍କ ଯୋଗଦାନ ଦ୍ୱାରା ଦଳ ଆହୁରି ସୁଦୃଢ ହେବ ବୋଲି କହିଛନ୍ତି । ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତିରେ ସେ ପ୍ରଭାବିତ ହୋଇ ବିଜେଡିରେ ମିଶିଛନ୍ତି । ଆଗାମୀ ଦିନରେ ବିଜେଡିକୁ ସଶକ୍ତ କରିବାକୁ ସେ ଆପ୍ରାଣ ଉଦ୍ୟମ କରିବେ ବୋଲି ରୁଦ୍ର କହିଛନ୍ତି । ରୁଦ୍ରଙ୍କୁ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରୁ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ରୁଦ୍ର ‘ଜୟ ଓଡ଼ିଶା’ ସଂଗଠନ ମାଧ୍ୟମରେ ଦୀର୍ଘ ବର୍ଷ ତଳୁ ଅନେକ ସାମାଜିକ କାର୍ଯ୍ୟକ୍ରମ କରି ଆସୁଛନ୍ତି । ବିଶେଷ କରି ସହରର ବସ୍ତି ଅଞ୍ଚଳରେ ତାଙ୍କ ପ୍ରଭାବ ରହିଛି । ଦଳ ତାଙ୍କୁ ଟିକେଟ ଦେଇ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।