ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଓଡ଼ିଶାରେ ରୁଫ୍‌ ଟପ୍‌ ସୌର ପ୍ରକଳ୍ପ :୧୦୦୦ ସରକାରୀ କୋଠାରୁ ମିଳିବ ବିଜୁଳ

ଭୁବନେଶ୍ୱର,୨୭ା୧(ବ୍ୟୁରୋ): ଓଡ଼ିଶାର ପ୍ରମୁଖ ସହରରେ ଥିବା ସରକାରୀ ବିଲ୍ଡିଂ ବା କୋଠାରେ ସ୍ଥାପନ ହେବ ରୁଫ୍‌ ଟପ୍‌ ସୌର ପ୍ରକଳ୍ପ । ମୋଟ୍‌ ୧୦୦୦ ସରକାରୀ ବିଲ୍ଡିଂରେ ଏହି ରୁଫ୍‌ ଟପ୍‌ ସୌର ପ୍ରକଳ୍ପ ସ୍ଥାପନ ହେବ । ଏହି ଉପାୟରେ ୧୫ ମେଗାୱାଟ୍‌ ବିଜୁଳି ଉôପାଦନ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।
ରୁଫ୍‌ ଟପ୍‌ ସୌର ପ୍ରକଳ୍ପରେ ଦେଶର ଅଗ୍ରଣୀ ରାଜ୍ୟ ଓଡ଼ିଶା ଏ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଢେର୍‌ ଆଗରେ ରହିବାକୁ ଆଶା ରଖିଛି । ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଦେଶର ବିଭିନ୍ନ ଭାଗରେ ରୁଫ୍‌ ଟପ୍‌ ସୌର ପ୍ରକଳ୍ପ ସ୍ଥାପନ ହେଉଛି । ତେବେ କୌଣସି ରାଜ୍ୟ ସରକାର ବ୍ୟାପକ ଭାବେ ଏହି ପ୍ରକଳ୍ପ ହାତକୁ ନେଇ ନାହାନ୍ତି । ଓଡ଼ିଶା ସରକାର କିନ୍ତୁ ରାଜ୍ୟର ୧୭ଟି ସହରର ପ୍ରାୟ ୯୦୦-୧,୦୦୦ ସରକାରୀ ବିଲ୍ଡିଂରେ ରୁଫ୍‌ ଟପ୍‌ ପ୍ୟାନେଲ୍‌ ସ୍ଥାପନ କରି ସୌରଶକ୍ତି ଉôପାଦନ ପାଇଁ ଲକ୍ଷ୍ୟ ରଖିଛନ୍ତି ।
ବର୍ତ୍ତମାନ ରାଜ୍ୟ ସରକାର ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ଥିବା ସରକାରୀ ବିଲ୍ଡିଂରେ ୪ ମେଗାୱାଟ୍‌ର ରୁଫ୍‌ ଟପ୍‌ ସୌର ପ୍ରକଳ୍ପ ସ୍ଥାପନ କରିଛନ୍ତି । ଆଜ୍ୟୁର୍‌ ପାୱାର ମରକ୍ୟୁରୀ ପ୍ରାଇଭେଟ୍‌ ଲିମିଟେଡ୍‌ ଏହି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରୁଛି । ଚଳିତ ବର୍ଷ ଫେବ୍ରୁଆରୀରେ ଏହାକୁ ରାଜ୍ୟ ଗ୍ରୀଡ୍‌ ସହ ସଂଯୋଗ କରାଯିବ ।
ସରକାରୀ କୋଠାରେ ପ୍ରସ୍ତାବିତ ସୌର ରୁଫ୍‌ ଟପ୍‌ ପ୍ରକଳ୍ପ ସ୍ଥାପନ ପାଇଁ ରାଜ୍ୟ ସରକାର ସମ୍ବଲପୁର, ବୁର୍ଲା, ହିରାକୁଦ, ରାଉରକେଲା, ପୁରୀ, ଖୋର୍ଦ୍ଧା, ବ୍ରହ୍ମପୁର, ଛତ୍ରପୁର, ଜୟପୁର, କୋରାପୁଟ, ସୁନାବେଡ଼ା, ବାଲେଶ୍ୱର, ଭଦ୍ରକ ଓ ବାରିପଦା ସହରକୁ ଚିହ୍ନଟ କରିଛନ୍ତି । ଏହାବ୍ୟତୀତ କଟକ ଓ ଭୁବନେଶ୍ୱରର ଯେଉଁ ସରକାରୀ ବିଲ୍ଡିଂରେ ମଧ୍ୟ ରୁଫ୍‌ ଟପ୍‌ ସୌର ପ୍ରକଳ୍ପ ସ୍ଥାପନ କରାଯାଇନି, ସେଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯିବ । ଖୁବ୍‌ଶୀଘ୍ର ପ୍ରସ୍ତାବିତ ସୌର ପ୍ରକଳ୍ପଗୁଡ଼ିକ ପାଇଁ ରାଜ୍ୟ ସରକାରଙ୍କ ଗ୍ରୀନ୍‌ ଏନର୍ଜୀ ଡେଭଲପ୍‌ମେଣ୍ଟ କମ୍ପାନି (ଜେଡ୍‌କଲ୍‌) ଟେଣ୍ଡର ଆହ୍ୱାନ କରିବ ।
ସୌର ରୁଫ୍‌ ଟପ୍‌ ପ୍ରକଳ୍ପକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସବ୍‌ସିଡି ଯୋଗାଇବା ଉଚିତ ବୋଲି ରାଜ୍ୟ ସରକାର ବାରମ୍ବାର ଦାବି କରିଆସୁଛି । ଏହାବାଦ୍‌ ରାଜ୍ୟ ସରକାର ଏଭଳି ପ୍ରକଳ୍ପକୁ ରିହାତି ମଧ୍ୟ ଦେଉଛନ୍ତି । ସୂଚନା ଥାଉକି, ଅକ୍ଷୟ ଶକ୍ତି ନୀତି-୨୦୧୬ରେ ରାଜ୍ୟ ସରକାର ୨୦୨୨ ସୁଦ୍ଧା ଓଡ଼ିଶାରେ ୨,୨୦୦ ମେଗାୱାଟ୍‌ର ସୌରଶକ୍ତି ଉôପାଦନ ପାଇଁ ଲକ୍ଷ୍ୟ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.