ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

କରୋନା ସମ୍ପର୍କରେ ସୋସିଆଲ୍‌ ମିଡିଆରେ ଗୁଜବ : ଆଉ ଜଣଙ୍କୁ ଗିରଫ କଲା ପୁଲିସ

ସମ୍ବଲପୁର,୧୮।୩ : କରୋନା ସଂକ୍ରମଣ ସମ୍ପର୍କିତ ଗୁଜବ ସୋସିଆଲ ମିଡିଆରେ ପୋଷ୍ଟ କରିବା ଅଭିଯୋଗରେ ଟାଉନ ଥାନା ପୁଲିସ୍‌ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ଯୁବକ ଜଣଙ୍କ ଭୁବନେଶ୍ୱରରେ କରୋନା ସଂକ୍ରମିତ ଯୁବକଙ୍କ ସଂସ୍ପର୍ଶରେ ଆସି ସମ୍ବଲପୁର ଅଞ୍ଚଳରେ ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ମିଛ ଖବର ହ୍ୱାଟସ୍‌ଆପ୍‌ରେ ପ୍ରଚାର କରିଥିଲେ । ଖବର ପ୍ରଚାର ପରେ ପୁରା ସହରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏନେଇ ପୁଲିସ୍‌ ଖବର ପାଇବା ପରେ ସମ୍ପୃୃକ୍ତ ଯୁବକଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ଆଇପିସି ଧାରା ୧୮୮, ୫୦୦, ୫୦୪ ଏବଂ ସେକସନ ୫୪ ପ୍ରାକୃତିକ ବିପର୍ଯ୍ୟୟ ଆକ୍ଟ ୨୦୦୫ ନିୟମ ଅନୁସାରେ ଗିରଫ କରାଯାଇଛି ।

ସୂଚନାନୁସାରେ କ୍ଷେତରାଜପୁର ଥାନାଞ୍ଚଳର ଉକ୍ତ ୨୫ ବର୍ଷିୟ ଯୁବକ ସମ୍ବଲପୁର ସହରରେ କରୋନାରେ ଜଣେ ଆକ୍ରାନ୍ତ ହୋଇଥିବା ନେଇ ଗୁଜବ ସୋସିଆଲ ମିଡିଆ ଯୋଗେ ପ୍ରଚାର କରିଥିଲେ । ଭୁବନେଶ୍ୱରରେ ଚିକିତ୍ସା ହେଉଥିବା ଯୁବକ ଦିଲ୍ଲୀରୁ ଟ୍ରେନ୍‌ ଯୋଗେ ଆସୁଥିବା ବେଳେ ଉକ୍ତ ଟ୍ରେନ୍‌ରେ ଆସୁଥିବା ସମ୍ବଲପୁରର ଜଣେ ଯୁବକ ସଂକ୍ରମିତ ଯୁବକଙ୍କ ସଂସ୍ପର୍ଶରେ ଆସିଥିବାରୁ ସେ ମଧ୍ୟ ସଂକ୍ରମିତ ହୋଇଥିବା ନେଇ ହ୍ୱାଟସ୍‌ ଆପରେ ପ୍ରଚାର କରିଥିଲେ । ଖବର ଚାରିଆଡ଼େ ବ୍ୟାପିବା ପରେ ଆଜି ସମ୍ବଲପୁରର ବିଭିନ୍ନ ଅଞ୍ଚଳରେ ଭୟ ସୃଷ୍ଟି ହୋଇଥିଲା । ପରେ ଘଟଣା ସତ୍ୟାସତ ତଦନ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପୁଲିସକୁ ନିର୍ଦ୍ଦେଶ ଦେଇଥିଲା । ପୁଲିସ୍‌ ଖୋଳତାଡ଼ କରି ଘଟଣା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜାଣିଥିଲା । ଆଉ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଉକ୍ତ ଯୁବକଙ୍କୁ ପୁଲିସ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.