PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

ଚଳାନ୍ତା ଟ୍ରେନ ଇଞ୍ଜିନରୁ ଖସି ଗଲା ୯ ବଗି, ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମୁମ୍ବାଇ,୭।୩: ଗୁରୁବାର ସକାଳେ ଏକ ବଡ ଧରଣର ଟ୍ରେନ ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏକ ଚଳନ୍ତା ଟ୍ରେନ ରେଳଧାରଣାରେ ଦୁଇ ଭାଗରେ ବାଣ୍ଟି ହୋଇଯାଇଥିଲା। ଇଞ୍ଜିନ ସହିତ ୩ଟି ବଗି ଚାଲିଯାଇଥିବା ବେଳେ ଆଉ ୯ଟି ବଗି ଇଞ୍ଜିନ ଠାରୁ ଅଲଗା ହୋଇଯାଇଥିଲା। ଏହି ଘଟଣା ମୁମ୍ବାଇରେ ଘଟିଥିବା ବେଳେ ଏବେ ଏହାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି। ଘଟଣାଟି ଗତ ମଙ୍ଗଳବାର ସକାଳେ ମନମାଡରୁ ମୁମ୍ବାଇ ଆସୁଥିବା ପଞ୍ଚବଟୀ ସୁପରଫାଷ୍ଟ ଏକ୍ସପ୍ରେସରେ ଘଟିଥିଲା। ଟ୍ରେନର ଇଞ୍ଜିନ ସହିତ ୩ ଟି ବଗି ଚାଲିଯାଇଥିବା ବେଳେ ଟ୍ରାନରେ ରହିଯାଇଥିଲା ୯ଟି ବଗି। ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବାର ଖବର ମିଳିଛି।

source:https://aajtak.intoday.in

ଘଟଣାଟି ଥାନେର କଲ୍ୟାଣ ଷ୍ଟେସନ ପାଖରେ ସକାଳ ୮ଟା୩୦ ମିନିଟରେ ହୋଇଥିଲା। ଏହି ବିଷୟରେ ଯେତେବେଳେ ଜଣାପଡିଥିଲା ଟ୍ରେନର ବାକି କୋଚ ଗୁଡିକୁ ଯୋଡି ଦିଆଯାଇଥିଲା ଓ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ ପର୍ଯ୍ୟନ୍ତ ଆଗକୁ ଯାତ୍ରା ପାଇଁ ଟ୍ରେନଟି ବାହାରିଥିଲା। ତେବେ ଏହି ଘଟଣାର କିଛି ସମୟ ପର୍ଯ୍ୟନ୍ତ ଲୋକାଲ ସହିତ ଦୂରଗାମୀ ଟ୍ରେନର ସେବା ଉପରେ ପ୍ରଭାବ ପଡିଥିଲା। ଗାର୍ଡଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣା ଟଳି ଯାଇଥିଲା।