ମହାଭାରତର ‘ବସ୍ତ୍ର ହରଣ’ ଦୃଶ୍ୟ ପରେ ଅଧଘଣ୍ଟା ଭୋଭୋ ହୋଇ କାନ୍ଦିଥିଲେ ଦ୍ରୌପଦୀ, ଦୁଃଶାସନଙ୍କ ସହ ହୋଇନଥିଲେ କଥା, ସୁଟିଂ ସେଟରେ ରୁପା ଗାଙ୍ଗୁଲିଙ୍କ ସହ ହୋଇଥିଲା କ’ଣ ?

ମୁମ୍ବାଇ ୨୫।୧୧ :  ମହାଭାରତ ଧାରାବାହିକର ଦ୍ରୌପଦୀ ତଥା ରୁପା ଗାଙ୍ଗୁଲିଙ୍କର ଆଜି ଜନ୍ମଦିନ । ରୁପା ଗାଙ୍ଗୁଲିଙ୍କର ପରିଚୟ ବି.ଆର ଚୋପ୍ରାଙ୍କ ଶୋ ମହାଭାରତରୁ ମିଳିଥିଲା। ଟିଭି ଏବଂ ହିନ୍ଦୀ ଚଳଚ୍ଚିତ୍ର ବ୍ୟତୀତ ରୁପା ଗାଙ୍ଗୁଲି ବଙ୍ଗାଳୀ ଚଳଚ୍ଚିତ୍ର ପାଇଁ ଏକ ଜଣାଶୁଣା ନାମ ।

ରୂପା ଗାଙ୍ଗୁଲିଙ୍କ ପୂର୍ବରୁ ଦ୍ରୌପଦୀଙ୍କ ଭୂମିକା ପ୍ରଥମେ ଜୁହି ଚାୱଲାଙ୍କୁ ଦିଆଯାଇଥିଲା। ଜୁହି ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର କୟାମତ ସେ କୟାମତ ତକ ପାଇଁ ସୁଟିଂରେ ବ୍ୟସ୍ତ ଥିଲେ । ଜୁହି ଚାୱଲାଙ୍କ ବ୍ୟତୀତ ରାମ୍ୟା କୃଷ୍ଣନଙ୍କୁ ମଧ୍ୟ ଏକ ଭୂମିକା ପାଇଁ ଅଫର କରାଯାଇଥିଲା। ମହାଭାରତରେ ‘ବସ୍ତ୍ର ହରଣ’ ଦୃଶ୍ୟ ସବୁଠୁ ଗୁରୁତ୍ବପୂର୍ଣ୍ଣ ସିନ୍‌ ଥିଲା।

ଏହି ଦୃଶ୍ୟ ପରେ ରୂପା ସୁଟିଂ ସେଟ୍‌ରେ ଅଧି ଘଣ୍ଟା ପର୍ଯ୍ୟନ୍ତ ଭୋ ଭୋ ହୋଇ କାନ୍ଦିଥିଲେ। ରୁପା ଗାଙ୍ଗୁଲି କହିଥିଲେ ଯେ- ‘ବସ୍ତ୍ର ହରଣ’ ଦୃଶ୍ୟ ପରେ ମୁଁ ଦୂଃଶାସନଙ୍କ ସହ କଥା ହୋଇନଥିଲି।’ ଏହି ମହାଭାରତର ଭିଡିଓ ରବି ଚୋପ୍ରା ପ୍ରସ୍ତୁତ କହିଥିଲେ । ଘଟଣା ସୁଟିଂ ପୂର୍ବରୁ ସେ ରୂପା ଗାଙ୍ଗୁଲିଙ୍କୁ ରିପ୍-ଅଫ୍ ବିଷୟରେ ସମ୍ପୂର୍ଣ୍ଣ ଭାବେ ବୁଝାଇଥିଲେ । ଏହା ବ୍ୟତୀତ ବି.ଆର ଚୋପ୍ରା କହିଥିଲେ ଯେ, ଏହି ଦୃଶ୍ୟର ସୁଟିଂ କରିବା ବେଳେ ଏହାକୁ ମନେ ରଖିବାକୁ ହେବ ଯେ, ଏହା ଯେପରି ଅଶ୍ଳୀଳ ଦେଖାଯିବା ଉଚିତ ନୁହେଁ । ଏଥିସହ ଏହି ସମୟ ମଧ୍ୟରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦ୍ରୌପଦୀଙ୍କୁ ସଭାକୁ ଟାଣିବା ଠାରୁ ବସ୍ତ୍ର ହରଣ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଦୃଶ୍ୟକୁ ଗୋଟିଏ ସ୍କ୍ରିନରେ ସୁଟିଂ କରାଯାଇଥିଲା ।

ରୁପା ଗାଙ୍ଗୁଲିଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ବହୁ ବିବାଦ ଭିତରେ ରହିଛି। ରୁପା ୧୯୯୨ରେ ଧ୍ରୁବୋ ମୁଖାର୍ଜୀଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ଫିଲ୍ମ ଦୁନିଆକୁ ଅଲବିଦା କହିଥିଲେ। ବିବାହ ପରେ ଜଣେ ଗୃହିଣୀ ଭାବେ ରହିବାକୁ ଲାଗିଥିଲେ। କେବଳ ସେତିକି ନୁହେଁ, ତିନି ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ରୁପା ଗାଙ୍ଗୁଲି। ପ୍ରଥମ ଥର ତାଙ୍କ ପୁଅ ଆକାଶ ଜନ୍ମ ହେବା ପୂର୍ବରୁ ଏବଂ ଦୁଇ ଥର ସେ ଜନ୍ମ ହେବା ପରେ। ରୁପା ଏବଂ ତାଙ୍କ ସ୍ବାମୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ୨୦୦୬ରେ ଦୁହେଁ ପରଷ୍ପରକୁ ଛାଡ଼ପତ୍ର ଦେଇ ଅଲଗା ହୋଇଯାଇଛନ୍ତି।