SBI ଗ୍ରାହକଙ୍କୁ ଦେଉଛି ଏହି ନୂଆ ସର୍ଭିସ୍, ମାଗଣାରେ ମିଳିବ ୨ ଲକ୍ଷ ଟଙ୍କାର ଇନସ୍ଯୁରାନ୍ସ

ନୁଆଦିଲ୍ଲୀ ୩/୯: ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଖୁବ ଶୀଘ୍ର ନିଜ ଗ୍ରାହକଙ୍କୁ ନୂଆ ସୁବିଧା ପ୍ରଦାନ କରିବ । ନୂଆ ସୁବିଧା ଅନୁସାରେ ଏସବିଆଇର ଗ୍ରାହକଙ୍କୁ ୨ ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ ମିଳିବ । ତାହା ପୁଣି ମାଗଣାରେ । ଏସବିଆଇ କାର୍ଡ ଖୁବ ଶୀଘ୍ର ରୂପେ କ୍ରେଡିଟ୍ କାର୍ଡ ଆଣିବ । ଋପେ(RuPay) କୁ ଭାରତୀୟ ଭାରତୀୟ ଜାତୀୟ ପୈଠ ନିଗମ ଡେଭଲପ୍ କରିଛି । ଏହା ଏକ ବିକଶିତ ପୈଠ ଗେଟୱେ ପ୍ରଣାଳୀ ଯାହା UPI, IMPS ଓ BHIM ଆପ୍ ଭଳି ପୈଠ ବିକଳ୍ପ ଉପଲବ୍ଧ କରାଏ ।  RuPay ପ୍ରଥମ ପ୍ରାଇଭେଟ୍ ଡେବିଟ୍ ଓ କ୍ରେଡିଟ୍ କାର୍ଡ ପୈଠ ପ୍ରଣାଳୀ ।

ଏହି ଦେଶରେ ମାନ୍ୟ ଏହି କାର୍ଡ
ଏବେ ରୂପେ କାର୍ଡ ସିଙ୍ଗାପୁର, ଭୁଟାନରେ ମାନ୍ଯ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନିକଟରେ ସଂଯୁକ୍ତ ଆରବ ଅମିରାତରେ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସମୟରେ ରୂପେ ଗ୍ଲୋବାଲ୍ କାର୍ଡ୍ସ ୫ ଭେରିୟଣ୍ଟରେ ଜାରି କରାଯାଉଛି । ରୂପେ କ୍ଲାସିକାଲ୍ ଡେବିଟ୍ କାର୍ଡ, ରୂପେ କ୍ଲାସିକ୍ କ୍ରେଡିଟ୍ କାର୍ଡ, ରୂପେ ପ୍ଲାଟିନମ୍ ଡବିଟ୍ କାର୍ଡ, ରୂପେ ପ୍ଲାଟିନମ୍ କ୍ରେଡିଟ୍ କାର୍ଡ ଓ ରୂପେ ସେଲେକ୍ଟ କ୍ରେଡିଟ୍ କାର୍ଡ । ସେ କହିଛନ୍ତି ଯେ ରୂପେ ସେଲେକ୍ଟ କ୍ରେଡିଟ୍ କାର୍ଡରେ ଅନେକ ପ୍ରକାର ସୁବିଧା ଦିଆଯାଉଛି ।

କଣ ଏହି RuPay କାର୍ଡ
ରୂପେ ଶବ୍ଦଟି ୨ଟି ଇଂରାଜୀ ଶବ୍ଦକୁ ଏକାଠି କରା ପ୍ରସ୍ତୁତ କରାଯାଇଛି । ଏବେ ଯେଉଁ ଭିସା ଓ ମାଷ୍ଟରକାର୍ଡ ଡେବିଟ୍ କାର୍ଡ ଆମେ ସାଧାରଣତଃ ବ୍ୟବହାର କରୁଛନ୍ତି ତାର ପେମେଣ୍ଟ ସିଷ୍ଟମ ବିଦେଶୀ । ଏଥିପାଇଁ ଆମେ ଆମକୁ ଫିସ୍ ଦେବାକୁ ପଡିଥାଏ ଏବଂ ବିଦେଶ ଉପରେ ଡିପେଣ୍ଡ ହେବାକୁ ପଡିଥାଏ । ଯଦିଓ ଭାରତ ପାଖରେ ସବୁ ପ୍ରକାର ଟେକନିକ୍ ଉପଲବ୍ଧ ଅଛି । ଏଥିପାଇଁ ରୂପେ କାର୍ଡ ଲଞ୍ଚ କରାଯାଇଛି । ଏହି ଅନ୍ଯ କାର୍ଡ ତୁଳନାରେ ଶସ୍ତା । ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ ଇଣ୍ଡିଆ ଏହାର ପ୍ରାରମ୍ଭ କରିଥିଲା । ଇନସ୍ଯୁରାନ୍ସ ରକମ ମଧ୍ଯ ଏହି ସଂସ୍ଥା ପକ୍ଷରୁ ମିଳିବ ।

୨ ଲକ୍ଷ ଟଙ୍କାର ଇନସ୍ଯୁରାନ୍ସ ଫ୍ରି
ରୂପେ କାର୍ଡ ଧାରକଙ୍କ ଆକ୍ସିଡେଣ୍ଟରେ ମୃତ୍ୟୁ ହେଲେ କିମ୍ବା ସ୍ଥାୟୀ ବିକଳାଙ୍ଗ ହେଲେ ଆକ୍ସିଡେଣ୍ଟାଲ୍ ଇନସ୍ଯୁରାନ୍ସ ଦିଆଯାଏ । ଏହି ପଲିସି ଅନୁସାରେ ରୂପେ କ୍ଲାସିକ୍ କାର୍ଡ ହୋଲ୍ଡର୍ସଙ୍କୁ ୧ ଲକ୍ଷ ଟଙ୍କାର ଇନସ୍ଯୁରାନ୍ସ, ପ୍ଲାଟିନମ୍ କାର୍ଡ ହୋଲ୍ଡର୍ସଙ୍କୁ ୨ ଲକ୍ଷ ଟଅହାକର ଇନସ୍ଯୁରାନ୍ସ ମିଳିବ । ଏହା ଆକ୍ସିଡେଣ୍ଟାଲ୍ ଇନସ୍ଯୁରାନ୍ସ । ଅର୍ଥାତ୍ ଯଦି ଆକ୍ସିଡେଣ୍ଟ କାରଣରୁ ଆପଣଙ୍କ ମୃ୍ତ୍ୟୁ ହୁଏ ତେବେ କିମ୍ବା ଆପଣଙ୍କ ଶରୀରର କୌଣସି ଅଙ୍ଗ କାମ କରିବା ବନ୍ଦ କରିଦିଏ ତେବେ ଆପଣଙ୍କୁ ୧ରୁ ୨ ଲକ୍ଷ ଟଙ୍କା ମିଳିବ । ନର୍ମାଲ୍ ଡେଥ୍ ସ୍ଥିତିରେ ଏହି ପଲିସିର କୌଣସି ଲାଭ ମିଳିବନି ।

   ସମ୍ବନ୍ଧିତ ଖବର


ଏଥର ପୂଜା ପେଣ୍ଡାଲରେ ହେବ ‘ନୋ ଏଣ୍ଟ୍ରି ଜୋନ୍‌’, କେବଳ ଆୟୋଜକଙ୍କୁ ପ୍ରବେଶକୁ ଅନୁମତି ଦେଲେ କୋର୍ଟ

ଏସିଆରେ ‘ସୁପରପାୱାର’: ଭାରତ ଚତୁର୍ଥ ଶକ୍ତିଶାଳୀ

କୋଭିଡ୍‌ ଚିକିତ୍ସାର ନୂଆ ଆବିଷ୍କାର ନିମନ୍ତେ ୧୪ ବର୍ଷୀୟା ଭାରତୀୟ-ଆମେରିକୀୟ ବୈଜ୍ଞାନିକ ସମ୍ମାନିତ

ବିଧାନସଭାରେ ରାତି ବିତେଇଲେ ଆମ୍ ଆଦମୀ ବିଧାୟକ !

କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା