ୟୁଏଇ ପରେ ଏବେ ମୋଦିଙ୍କୁ ଋଷ ଦେଲା ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ,୧୨।୪: ଲୋକସଭା ନିର୍ବାଚନ ଜାରି ରହିଥିବା ବେଳେ ବିରୋଧୀ ଦଳର ଟାର୍ଗେଟରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଏବେ ଆଉ ଏକ ଭଲ ଖବର। ୟୁଏଇ ପରେ ଏବେ ଋଷରୁ ମୋଦିଙ୍କୁ ମିଳିଛି ବିଶ୍ବର ଆଉ ଏକ ବଡ ସମ୍ମାନ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଋଷର ସର୍ବୋଚ୍ଚ ନାଗରିକ ସମ୍ମାନ ’ସେଣ୍ଟ ଆଣ୍ଡ୍ରୟୁ  ପୁରସ୍କାର’ ଦିଆଯାଇଛି। ଋଷର ରାଷ୍ଟ୍ରପତି ବ୍ଲାଦିମିର ପୁତିନ ମଧ୍ୟ ଏହାକୁ ମଞ୍ଜୁରୀ ଦେଇଛନ୍ତି। ଉଲ୍ଲେଖନୀୟ ଯେ ଗତ କିଛି ଦିନ ଭିତରେ ମୋଦିଙ୍କୁ ବହୁ ଅନ୍ତଃର୍ଜାତୀୟ ସମ୍ମାନ ମିଳିସାରିଛି। ନିକଟରେ ୟୁଏଇରେ ତାଙ୍କୁ ‘ଜାୟଦ ମେଡେଲ’ପୁରସ୍କାର ପ୍ରଦାନ କରାଯାଇଥିଲା।

ଋଷର ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଯେ, ୧୨ ଅପ୍ରେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ’ସେଣ୍ଟ ଆଣ୍ଡ୍ରୟୁ’ ଅର୍ଥାତ ଋଷର ସର୍ବୋଚ୍ଚ ନାଗରିକ ସମ୍ମାନ ଦେବାର ଘୋଷଣା କରିଛନ୍ତି।’ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ମାନ ଭାରତ ଓ ଋଷର ସମ୍ପର୍କକୁ ସୁଦୃଢ କରିବା ପାଇଁ ଦିଆଯିବ। ମୋଦି ମଧ୍ୟ ଋଷର ସର୍ବୋଚ୍ଚ ନାଗରିକ ସମ୍ମାନ ଦିଆଯିବା ନେଇ ଧନ୍ୟବାଦ ପ୍ରଦାନ କରିଛନ୍ତି। ସେ ଋଷର ଜନତା ଏବଂ ରାଷ୍ଟ୍ରପତି ବ୍ଲାଦିମିର ପୁତିନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମୋଦି ଟ୍ବିଟ୍ କରିଛନ୍ତି ‘ଏଭଳି ଗାରିମାପୂର୍ଣ୍ଣ ପୁରସ୍କାର ପାଇଁ ଧନ୍ୟବାଦ। ମୁଁ ରାଷ୍ଟ୍ରପତି ପୁତିନ ଓ ଋଷର ଜନତାଙ୍କୁ ଧନ୍ୟବାଦ ଦେଉଛି। ଋଷ ଓ ଭାରତର ବନ୍ଧୁତ୍ବର ମୂଳଦୂଆ ଖୁବ୍ ଗଭୀର। ଆରମ ମିଳିତ ସହଯୋଗ ଭବିଷ୍ୟତରେ ଖୁବ୍ ଉଜ୍ବଳ  ଅଟେ। ଦୁଇ ରାଷ୍ଟ୍ର ମଧ୍ୟରେ ସହଯୋଗ ଆମର ନାଗରିକଙ୍କ ପାଇଁ ଅପ୍ରତ୍ୟଶିତ ପରିଣାମକୁ ନେଇ ଆସିବ।’ ଉଲ୍ଲେଖନୀୟ ଯେ ଏହି ପୁରସ୍କାର ପାଇଥିବା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ପୂର୍ବରୁ ଏହି ପୁରସ୍କାର ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ମିଳିସାରିଛି। କିଛି ଦିନ ପୂର୍ବେ ୟୁଏଇରେ ଜାୟେଦ ମେଡାଲର ସମ୍ମାନ ପାଇଥିବା ବେଳେ ମୋଦିଙ୍କୁ ଚଳିତ ବର୍ଷ ଫେବୃଆରୀରେ ଦକ୍ଷିଣ କୋରିଆ ପ୍ରଧାନମନ୍ତ୍ରୀ ‘ସିୟୋଲ ଶାନ୍ତି’ ପୁରସ୍କାରରେ ସମ୍ମାନିତ କରିଥିଲେ। ଏହି ସବୁ ପୁରସ୍କାର ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ପାଇଛନ୍ତି।

   ସମ୍ବନ୍ଧିତ ଖବର


୨୬/୧୧ ମୁମ୍ବାଇ ଆଟାକ୍‌କୁ ପୂରିଲା ୧୨ ବର୍ଷ

ଆଜି ଭାରତ ବନ୍ଦ, ଧର୍ମଘଟ ଯୋଗୁ ପ୍ରଭାବିତ ହେବ ବ୍ୟାଙ୍କ ସେବା

ସ୍ପଷ୍ଟ କଲା ଗୁଗଲ, ‘Google Pay’ରେ ଲାଗିବନି କୌଣସି ଚାର୍ଜ

ମାସ୍କ ପିନ୍ଧୁନଥିଲେ ସାବଧାନ ! ୨୪ ଘଣ୍ଟା ଆପଣଙ୍କ ଉପରେ ନଜର ରଖୁଛି ଡ୍ରୋନ କ୍ୟାମେରା…

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ

କରୋନା ବଦଳାଇ ଦେଲା ଜୀବନ ଜୀବିକା; ଦିନେ ଏରୋପ୍ଲେନ ଚଲାଉଥିଲେ, ଆଜି ଦୁଆର ଦୁଆର ବୁଲି କରୁଛନ୍ତି ଫୁଡ ଡେଲିଭରୀ…