PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଇଣ୍ଟରନେଟ୍ ଦୁନିଆରେ ଆମେରିକାକୁ ମାତ୍ ଦେଲା ଋଷ, www ବନ୍ଦ ହୋଇଗଲେ ମଧ୍ୟ ଚାଲିବ ନେଟ୍

ନୂଆଦିଲ୍ଲୀ,୨୬।୧୨: ସୂଚନା କ୍ରାନ୍ତି ଓ ମୋବାଇଲର ଏହି ଯୁଗରେ ବିନା ଇଣ୍ଟରନେଟ ଓ ମୋବାଇଲ ବିନା ଜୀବନର ପରିକଳ୍ପନା କରିବା ଅସମ୍ଭବ। ଭାବନ୍ତୁ ଯଦି ଆପଣଙ୍କ ଦେଶର ଇଣ୍ଟରନେଟ୍ କୌଣସି କାରଣରୁ ବନ୍ଦ ହୋଇଯାଏ ତେବେ କ’ଣ ହେବ? ଟ୍ରେନରୁ ନେଇ ବିମାନ ଓ ଆପଣ ଅନଲାଇ୍ ଯୋଗେ ଯାହା କିଛି ଅର୍ଡର କରୁଛନ୍ତି ତାହା ବନ୍ଦ ହୋଇଯିବ। ତେବେ ଏଭଳି ସ୍ଥିତିର ସମାଧାନ ପ୍ରଥମ ଥର ପାଇଁ ଋଷ ଆରମ୍ଭ କରିଛି, ଯାହାକୁ ବିଶ୍ବର କୌଣସି ଶକ୍ତିଶାଳୀ ଦେଶ ମଧ୍ୟ ତିଆରି କରିପାରିନାହିଁ। ତାହା ହେଲା ସାରା ବିଶ୍ବରେ ଯେତେବେଳେ ଇଣ୍ଟରନେଟ୍ ବନ୍ଦ ହୋଇଯାଏ କିମ୍ବା କାମ ନକରେ ସେତେବେଳେ କିନ୍ତୁ ଋଷରେ ଇଣ୍ଟରନେଟ୍ କାମ କରିବ। ନିଜସ୍ବ ଇଣ୍ଟରନେଟ୍ ସିଷ୍ଟମ ବାହାର କରିଛି।

ଋଷର କହିବା ଅନୁସାରେ ଯଦି, ସାରା ବିଶ୍ବରେ ଓ୍ବାର୍ଲ୍ଡ ଓ୍ବାଇଡ୍ ଓ୍ବେବ୍(www)ର ସୁବିଧା କୌଣସି କାରଣରୁ ବନ୍ଦ ହୋଇଯାଏ ତେବେ ତାଙ୍କ ଦେଶରେ ବିନା କୌଣସି ଅସୁବିଧାରେ ଇଣ୍ଟରନେଟ୍ ଚାଲିବ। ଏହି କଥାକୁ ଋଷର ଉପ-ସଞ୍ଚାର ମନ୍ତ୍ରୀ ଅଲେକ୍ସି ସୋକୋଲୋଭ କହିଛନ୍ତି। ସେ କହିଛନ୍ତି, ଋଷ ସୋମବାର ଏହା ଯାଞ୍ଚ କରିବା ପାଇଁ ବହୁ ପରୀକ୍ଷଣ ଶେଷ କରିଛି। ଏହାର ଇଣ୍ଟରନେଟ୍ ସେବା ବିନା ଓ୍ବାର୍ଲ୍ଡ ଓ୍ବାଇଡ୍ ଓ୍ବେବ୍ କାମ କରିପାରେ କିମ୍ବା ନାହିଁ।

ଋଷ ବିଶେଷ ଭାବରେ ତିଆରି କରାଯାଇଥିବା ଇଣ୍ଟରନେଟ୍ ନେଟଓ୍ବର୍କକୁ ବହୁଦିନ ପର୍ଯ୍ୟନ୍ତ ପରୀକ୍ଷଣ କରିବା ପରେ ଏହାର ସମୀକ୍ଷା କରାଯାଇଥିଲା। ଉପ-ସଞ୍ଚାରମନ୍ତ୍ରୀଙ୍କ ସୂଚନା ଅନୁସାରେ ଏହି ନେଟଓ୍ବର୍କ ଋଷରେ ଇଣ୍ଟରନେଟ୍ ସେବା ଦେବା ପାଇଁ ତିଆରି କରାଯାଇଛି, ଯାହାକୁ ଆମେରିକାର ରାଷ୍ଟ୍ରୀୟ ସାଇବର ସୁରକ୍ଷା ଋଣନୀତିର ଆକ୍ରାମକ ଜବାବ୍ ବୋଲି କୁହାଯାଇଛି। ତେବେ ଋଷର ଏହି ନିଜସ୍ବ ଇଣ୍ଟରନେଟ୍ ବ୍ୟବସ୍ଥାକୁ  ଆମେରିକା, ବ୍ରିଟେନ ସହିତ ଆଉ କିଛି ଦେଶ ନିନ୍ଦା କରିଛନ୍ତି। ଏଭଳି କରି ଋଷ ନିଜର ଦେଶର ନାଗରିକଙ୍କୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରୁଛି।