PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

ଆଉ ମାତ୍ର ଦୁଇ ଦିନର ଅପେକ୍ଷା : ବିଶ୍ବର ପ୍ରଥମ କରୋନା ଟିକା ହେବ ପଞ୍ଜୀକୃତ, ଜାଣନ୍ତୁ କେମିତି ମିଳିବ ପ୍ରଥମେ

ନୂଆଦିଲ୍ଲୀ ୧୦।୮ : କରୋନା ଭାଇରସ ବୃଦ୍ଧି ପାଉଥିବା ବେଳେ ଏପଟେଲୋକମାନେ ଏହାର ଟିକା ପାଇଁ ଅପେକ୍ଷା କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ବର୍ତ୍ତମାନ ସମଗ୍ର ବିଶ୍ୱରେ ୨୧ ରୁ ଅଧିକ ଟୀକାକରଣର କ୍ଲିନିକାଲ୍ ଟ୍ରାଏଲ୍‌ ଚାଲିଛି । ଟିକା ବିକାଶିତ କରିବା ପ୍ରକ୍ରିୟାରେ ରୁଷ ଏବେ ଆଗରେ ଥିବା ଜଣାପଡିଛି।

ରିପୋର୍ଟ ଅନୁଯାୟୀ, ରୁଷ ଦୁଇ ଦିନ ପରେ ଅର୍ଥାତ୍ ଅଗଷ୍ଟ ୧୨ରେ ଏହାର ପ୍ରଥମ କରୋନା ଟିକାକୁ ପଞ୍ଜିକରଣ କରିବ। ରୁଷର ଅଧିକାରୀ ଏବଂ ବିଶେଷଜ୍ଞଙ୍କ ଦାବି ଅନୁଯାୟୀ ଏହା ବିଶ୍ୱର ପ୍ରଥମ କରୋନା ଟିକା ହେବ। ରୁଷରେ କରୋନା ଟିକା ବିକଶିତ କରିବାର କାମ ଗମଲେୟା ଗବେଷଣା ପ୍ରତିଷ୍ଠାନ ଦ୍ୱାରା କରାଯାଉଛି । ଏହି ଅନୁଷ୍ଠାନ ରୁଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଅଛି । ରୁଷର ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ୍ ମୁରାଶ୍କୋଙ୍କ ଅନୁଯାୟୀ, ଯଦି ମାନବ ପରୀକ୍ଷଣର ଶେଷ ପର୍ଯ୍ୟାୟ ସଫଳ ହୁଏ, ତେବେ ଅକ୍ଟୋବର ସୁଦ୍ଧା ଦେଶର ଲୋକଙ୍କୁ ଟିକା ଦେବା କାର୍ଯ୍ୟ ଆରମ୍ଭ ହେବ।

ସ୍ପେଟନିକ୍ ନ୍ୟୁଜ୍ ଅନୁଯାୟୀ, ଗମଲେୟା ଜାତୀୟ ଅନୁସନ୍ଧାନ କେନ୍ଦ୍ରର ନିର୍ଦ୍ଦେଶକ ଆଲେକ୍ସଜାଣ୍ଡାର୍ ଗିଣ୍ଟେସବର୍ଗ କହିଛନ୍ତି ଯେ ଅଡେନୋ ଭାଇରସ ଆଧାରରେ ଏହି ଟିକା ପ୍ରସ୍ତୁତ କରାଯାଇଛି। ସେ କହିଛନ୍ତି ଯେ ଏହି ଟିକା ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ, ସେପରି କୌଣସି ଚିନ୍ତା ନାହିଁ।

ସେ କହିଛନ୍ତି ଯେ ପରୀକ୍ଷା ସମୟରେ ଏହା ଦେଖାଯାଇଛି ଯେ ଟିକା ଦେବା ପରେ ଏଭଳି ଲୋକମାନଙ୍କ ମଧ୍ୟରେ କରୋନା ସହ ଲଢ଼ିବା ପାଇଁ ରୋଗ ପ୍ରତିରୋଧକ କ୍ଷମତାରେ ବୃଦ୍ଧି ହୋଇଛି। ଏଥିରେ ପ୍ରମାଣିତ ହେଉଛି ଯେ, ଏହି ଟୀକା ସଠିକ୍‌ ଦିଗରେ କାମ କରୁଛି। ଆଲେକ୍ସଜାଣ୍ଡାର୍ ଗିଣ୍ଟେସବର୍ଗ କହିଛନ୍ତି ଯେ, କିଛି ଲୋକଙ୍କୁ ଟୀକା ଦେଇସାରିବା ପରେ ସ୍ବାଭାବିକ ଭାବରେ ଜ୍ୱରରେ ଆକ୍ରାନ୍ତ ହୁଅନ୍ତି। ଟିକା ହେତୁ ସେହି ବ୍ୟକ୍ତିଙ୍କ ପ୍ରତିରକ୍ଷା ପ୍ରଣାଳୀ ଏକ ଶକ୍ତି ମିଳିଥାଏ ଏବଂ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଦ୍ବାରା ଜ୍ୱର ଆସିଥାଏ। କିନ୍ତୁ  ସେମାନଙ୍କୁପାରାସିଟାମୋଲ ଦେଇ ସହଜରେ ଦୂର କରାଯାଇପାରିବ।

ରିପୋର୍ଟରେ କୁହାଯାଇଛି ଯେ, ଗମଲେୟା ଇନଷ୍ଟିଚ୍ୟୁଟର ମୁଖ୍ୟ ପ୍ରଫେସର ଆଲେକ୍ସଜାଣ୍ଡାର ଗିଣ୍ଟେସବର୍ଗ ଏବଂ ଅନ୍ୟ ଗବେଷକମାନେ ମଧ୍ୟ ନିଜକୁ ଟୀକାକରଣ କରିବାକୁ ଚେଷ୍ଟା କରିଥିଲେ। ରୁଷର ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ୍ ମୁରାଶକୋ ଏହା ପୂର୍ବରୁ କହିଥିଲେ ଯେ କରୋନା ଭାଇରସ ସହ ଲଢ଼ୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ଏହି ଟିକା ଦିଆଯାଇପାରିବ। ତେବେ ଆମେରିକା ଏବଂ ବ୍ରିଟେନ ଭଳି ଦେଶ ରୁଷର କରୋନା ଟିକା ପ୍ରଭାବ ଉପରେ ପ୍ରଶ୍ନ ଉଠାଉଛନ୍ତି। ଏହି ପ୍ରଶ୍ନ ଉଠିଛି କାରଣ ରୁଷ ପରୀକ୍ଷଣର ବୈଜ୍ଞାନିକ ତଥ୍ୟ ପ୍ରକାଶ କରି ନାହିଁ।