PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ରୁଷ୍‌ ସେନାରେ ସାମିଲ ହେଲା ହାଇପରସୋନିକ ମିସାଇଲ୍‌: ଘଣ୍ଟା ପ୍ରତି ସର୍ବାଧିକ ୩୩ ହଜାର କି.ମି. ବେଗରେ କରିବ ଗତି

ମସ୍କୋ ୩୦/୧୨: ଶବ୍ଦ ଠାରୁ ୨୦ ଗୁଣ ଅଧିକ ବେଗରେ ଯାତ୍ରା କରିପାରୁଥିବା ବିଶ୍ୱର ପ୍ରଥମ ହାଇପରସୋନିକ ମିସାଇଲ ରୁଷ୍‌ ସେନାରେ ସାମିଲ ହୋଇଛି । ଗତ ୨୭ ତାରିଖ ସ୍ଥାନୀୟ ସମୟ ପୂର୍ବାହ୍ନ ୧୦ଟାରେ ଏହାକୁ ସେନାରେ ସାମିଲ କରାଯାଇଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି । ଏହି ଅବନଗାର୍ଡ ମିସାଇଲ ଆଣବିକ ଶକ୍ତି ସମ୍ପନ୍ନ । ଦ୍ରୁତଗତିରେ ଏହା ଯାଉଥିବାରୁ ଏହାକୁ କୌଣସି ବ୍ୟବସ୍ଥା ରୋକି ପାରିବ ନାହିଁ । ଏହାର ଭିଡିଓ ମଧ୍ୟ ରୁଷ ପ୍ରତିରକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଛି । କିନ୍ତୁ କେଉଁ ସୈନ୍ୟ ୟୁନିଟରେ ଏହାକୁ ସାମିଲ କରାଯାଇଛି ତାହା ରୁଷ ପକ୍ଷରୁ ଗୋପନ ରଖାଯାଇଛି । ତେବେ ୟୁରଲର ପାହାଡିଆ ଅଞ୍ଚଳରେ ଥିବା କୌଣସି ସେନା ୟୁନିଟ୍‌ରେ ଏହାକୁ ମୁତୟନ କରାଯାଇଥିବା ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି ।

ଘଣ୍ଟାପ୍ରତି ଏହି ମିସାଇଲର ବେଗ ସବୁଠାରୁ କମ୍‌ ୬,୧୭୪ ଥିଲା ବେଳେ ସର୍ବାଧିକ ବେଗ ରହିଛି ୩୩ ହଜାର କି.ମି. । ଏଥିରେ ଉଭୟ କ୍ରୁଜ ଓ ବାଲିଷ୍ଟିକ୍‌ ପ୍ରଯୁକ୍ତି କୌଶଳ ବ୍ୟବହୃତ ହୋଇଛି । ଏହି ମିସାଇଲ ବ୍ୟବହାର କରାଯିବା ଦ୍ୱାରା ଏହା ପ୍ରଥମେ ପୃଥିବୀର ବାୟୁମଣ୍ଡଳରୁ ବାହାରକୁ ଚାଲିଯିବ । ତା ପରେ ଏହା ପୃଥିବୀରେ ଥିବା ଯେକୌଣସି ଟାର୍ଗେଟକୁ ଲକ୍ଷ୍ୟଭେଦ କରିବ । ଅଧିକ ବେଗ ଯୋଗୁ ଏହାକୁ ରୋକିବା ସମ୍ଭବ ହେବ ନାହିଁ କିମ୍ବା ରାଡାର ମଧ୍ୟ ଏହାକୁ ଠାବ କରି ପାରିବ ନାହିଁ । ରୁଷର ଦାବି ଯେ ଏହା ଶବ୍ଦ ଠାରୁ ୨୭ ଗୁଣ ଅଧିକ ବେଗରେ ଗତି କରିପାରିବ । ଶବ୍ଦର ବେଗ ଘଣ୍ଟା ପ୍ରତି ପ୍ରାୟ ୧,୨୩୫ କି.ମି । ଏହା ବିଶ୍ୱର ପ୍ରଥମ ହାଇପରସୋନିକ ମିସାଇଲ । ଏହି ହାଇପରସୋନିକ ମିସାଇଲ ଯେକୌଣସି ବାୟୁ ପ୍ରତିରୋଧ ପ୍ରଣାଳୀକୁ ଭେଦ କରିବାରେ ସକ୍ଷମ ହୋଇପାରିବ । ୨୦୧୮ ଡିସେମ୍ବରରେ ୟରଲର ଡୋମ୍ବରଭସ୍କି କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ରୁଷ ଏହି ମିସାଇଲ ପରୀକ୍ଷା କରିଥିଲା । ଏହା ୬ ହଜାର କି.ମି.ରୁ ଅଧିକ ଦୂରରେ ଥିବା କୌଣସି ଟାର୍ଗେଟକୁ ସଫଳତାର ସହ ଲକ୍ଷ୍ୟଭେଦ କରିବାରେ ସକ୍ଷମ ହୋଇଥିଲା । ପୁଟିନ ଏହି ପରୀକ୍ଷା ଦେଖିଥିଲେ ଏବଂ ଏହି ମିସାଇଲକୁ ସେତେବେଳେ ଏକ ଅଗ୍ନିପିଣ୍ଡୁଳା ବୋଲି ବର୍ଣ୍ଣନା କରିଥିଲେ ।

ଏହି ଅବନଗାର୍ଡ ମିସାଇଲ ଏକସମୟରେ ୨ ମେଗାଟନ ଓଜନ ବିଶିଷ୍ଟ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ । ବିଶ୍ୱର ଅନ୍ୟ କୌଣସି ଦେଶ ଏପର୍ଯ୍ୟନ୍ତ ନିଜ ସେନାରେ ହାଇପରସୋନିକ ମିସାଇଲ ସାମିଲ କରିପାରି ନାହାନ୍ତି । ଅନ୍ୟପକ୍ଷରେ ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ କହିଛି ରୁଷର ମିସାଇଲ ବିଷୟରେ ଏହା କିଛି କହିପାରିବ ନାହିଁ । କିନ୍ତୁ ପେଣ୍ଟାଗନ ନିଜର ହାଇପାରସୋନିକ ମିସାଇଲ ନିର୍ମାଣ କାର୍ଯ୍ୟ ଜାରି ରଖିଛି । ସେପଟେ ୨୦୧୪ରେ ଚୀନ୍‌ ହାଇପରସୋନିକ ମିସାଇଲ ପରୀକ୍ଷା କରିଥିବା ଦାବି କରିଥିଲା । ଗତ ନଭେମ୍ବର ୨୬ରେ ରୁଷ୍‌ ଅବନଗାର୍ଡ ମିସାଇଲ ଅନୁଧ୍ୟାନ କରିବା ଲାଗି ଆମେରିକା ବିଶେଷଜ୍ଞଙ୍କୁ ଅନୁମତି ଦେଇଥିଲା । ୨୦୧୦ରେ ଦୁଇଦେଶ ମଧ୍ୟରେ ସ୍ୱାକ୍ଷରିତ ନୂଆ ଷ୍ଟାର୍ଟ ରାଜିନାମା ଅନୁସାରେ ରୁଷ ଏଭଳି ପଦକ୍ଷେପ ନେଇଥିଲା । ଦୁଇଦେଶ ମଧ୍ୟରେ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ କରିବା ଲାଗି ଉଦ୍ଦିଷ୍ଟ ଏହି ଆଣବିକ ରାଜିନାମା ୨୦୨୧ ଯାଏ ବଳବତ୍ତର ରହିବ ।

ସମ୍ବନ୍ଧିତ ଖବର