‘କରୋନା ଭାକ୍‌ସିନ୍‌ ପାଇଁ ଭାରତ ସହ ଯୋଡ଼ି ହେବାକୁ ଚାହୁଁଛି ରୁଷିଆ ‘

ନୂଆଦିଲ୍ଲୀ  – କରୋନା ପାଇଁ ବିଶ୍ୱର ସବୁ ଦେଶ ମଧ୍ୟରେ ତତ୍ପରତା ଦେଖାଦେଇଛି । ଆଉ କରୋନା ଟିକା ବିକଶିତ କରିବାରେ ସବୁଠୁ ଆଗରେ ରୁଷ୍‌ ଅଛି ବୋଲି ସେ ଦାବି କରିଛି । ନିକଟରେ ମଧ୍ୟ ପ୍ରଥମ ଟିକା ବିକଶିତ କରି ପରୀକ୍ଷଣ ସଫଳ ହେବାରେ ରୁଷ୍ ପ୍ରଥମରେ ଅଛି ବୋଲି ଖବର ଆସିଥିଲା । ଏବେ ଖବର ମିଳିଛି ଯେ , ରୁଷ୍‌ ଚାହୁଁଛି , ଭାରତ ସହ ମିଶି କୋଭିଡ୍-୧୯ ଭାକସିନ୍‌ ସ୍ପୁଟନିକ୍ ଭି, ତିଆରି କରିବ । ଏହା ଗତ ଗୁରୁବାର ଦିନ ରୁଷିଆନ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ ( ଆର୍‌ଡିଆଇଏଫ୍‌)ର ସିଇଓ କିରିଲ୍ଲ ଡିମିଟ୍ରିଭ୍ କହିଥିଲେ ।

ରୁଷିଆର ପ୍ରେସିଡେଣ୍ଟ ଭ୍ଲାଦିମିର୍‌ ପୁଟିନ୍‌ ମଧ୍ୟ ଏହା ଘୋଷଣା କରିଥିଲେ କି ତାଙ୍କ ଦେଶ ବିଶ୍ୱର ପ୍ରଥମ କୋଭିଡ୍-୧୯ର ଭାକ୍‌ସିନ୍ ତିଆରି କରିଛନ୍ତି । ଯାହାକି ଖୁବ୍‌ ପ୍ରଭାବଶାଳୀ ଓ ଏହି ରୋଗ ବିରୁଦ୍ଧରେ ଏକ ସ୍ଥାୟୀ ଇମ୍ୟୁନିଟ୍‌ ପ୍ରଦାନ କରିବ।

ସ୍ପୁଟନିକ୍‌-ଭି କୁ ଆର୍‌ଡିଆଇଏଫ୍‌ ସହ ବିକଶିତ କରିଛନ୍ତି ଗାମାଲିୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇପିଡେମିଓଲୋଜି ଓ ମାଇକ୍ରୋବାଓଲୋଜି । ଭାକସିନ୍‌ର ଫେଜ୍‌ -୩ ପରୀକ୍ଷଣ ହୋଇନାହିଁ କିମ୍ୱା ଏକ ବଡ଼ କ୍ଲିନିକାଲ ଟ୍ରାଏଲ୍‌ କରାଯାଇ ନାହିଁ । ଏକ ଅନ୍‌ଲାଇନ୍  ପ୍ରେସ୍‌ ବିବୃତିରେ ସମ୍ୱୋଧନ କରି  ଡିମିଟ୍ରିଭ୍‌ କହିଥିଲେ କି ଅନେକ ଦେଶ ଉତ୍ସାହିତ ଅଛନ୍ତି , ଲାଟିନ୍‌ ଆମେରିକା , ଏସିଆ ଓ ମିଡିଲ୍‌ ଇଷ୍ଟର ଭାକ୍‌ସିନ୍‌ ପ୍ରସ୍ତୁତି କି ନେଇ ।

“ ଭାକସିନ୍‌ ପ୍ରଡକ୍ସନ କରିବା ଏକ ଗୁରୁତ୍ୱପୂର୍ଣ୍ଣ କଥା । ଏହି ସମୟରେ ଆମେ ଭାରତ ସହ ପାର୍ଟନରସିପ୍‌ କରିବାକୁ ଚାହୁଁଛୁ । ଆମେ ବିଶ୍ୱାସ କରୁଛି କି ସେମାନେ ଗାମାଲିୟା ଭାକିସ୍ନ୍‌ ବାହାର କରିବାରେ ସକ୍ଷମ ହେବେ । ଏହା କହିବା ମୁଖ୍ୟ କଥା ଯେ, ଏହି ପାର୍ଟନରସିପ୍‌ରେ ଭାକ୍‌ସିନ୍‌ ପ୍ରଡକ୍ସନ ଆମର ଡିମାଣ୍ଡକୁ ପୁରା କରିପାରିବ ,  “ ବୋଲି ସେ କହିଥିଲେ  ।

ଆଉମଧ୍ୟ ଡିମିଟ୍ରିଭ୍‌ କହିଥିଲେ କି ଏହି ମହାନ ଉଦ୍ଦେଶ୍ୟ ଦିଗରେ ରୁଷିଆ ଅନ୍ତର୍ଜାତୀୟ ସହଯୋଗ ପାଇଁ ଆଗକୁ ବାହାରିଛି ।

   ସମ୍ବନ୍ଧିତ ଖବର


ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର ଓକିଲ ନିଶା, କେବେ ଦିନେ ରାସ୍ତା କଡରେ ଭିକ ମାଗୁଥିଲେ ଆଜି ବିଶ୍ବ ପାଇଁ ଉଦାହରଣ

ଆଜି ୩ଟି କରୋନା ଭ୍ୟାକସିନ ପ୍ରସ୍ତୁତି ସେଣ୍ଟର ବୁଲିବେ ପ୍ରଧାନମନ୍ତ୍ରୀ; ଅହମଦାବାଦ, ପୁଣେ ଓ ହାଇଦ୍ରାବାଦରେ କରିବେ ସମୀକ୍ଷା…

ଏହି ଦେଶର ରାଷ୍ଟ୍ରପତିଙ୍କ ଅଜବ ଯୁକ୍ତି; “ଆମକୁ ଆବଶ୍ୟକ ନାହିଁ କରୋନା ଭ୍ୟାକ୍‌ସିନ, କେବଳ ମୋ କୁକୁରକୁ ଦରକାର”…

ବାଇକକୁ ଧକ୍କା ଦେଇ ହଠାତ୍ ମଝି ରାସ୍ତରେ ହୁତୁ ହୁତୁ ଜଳିଗଲା ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ