ଆତ୍ମଘାତୀ ଡ୍ରୋନ୍ ପ୍ରସ୍ତୁତ କରୁଛି ଋଷ କମ୍ପାନୀ

ନୂଆଦିଲ୍ଲୀ,୨୫।୨: ଋଷର କମ୍ପାନୀ କ୍ଲାସିନକୋଭ ଏବେ ବିଶ୍ବରେ ଘାତକ ଏକେ-୪୭ ତିଆରି କରିବାରେ ବେଶ୍ ପ୍ରସିଦ୍ଧ ହୋଇପାରିଛି। କିନ୍ତୁ ଏବେ ଏହି କମ୍ପାନୀ ଖୁବ୍ ଶକ୍ତିଶାଳୀ ଆତ୍ମଘାତୀ ଡ୍ରୋନ୍ ତିଆରି କରିବାକୁ ଯାଉଛି। ଏହାର ପ୍ରଥମ ଝଲକ ଆବୁଧାବୀରେ ଚାଲିଥିବା ପ୍ରତିରକ୍ଷା ପ୍ରଦର୍ଶନୀରେ ଦେଖିବାକୁ ମିଳିଛି। ଏଥର ପ୍ରଦର୍ଶନୀର ବିଶେଷ ଆକର୍ଷଣ ହେଲା ଏହି ଆତ୍ମଘାତୀ ଡ୍ରୋନ୍। କମ୍ପାନୀ ନିଜର ଏହି ଶକ୍ତିଶାଳୀ ଡ୍ରୋନକୁ ନେଇ ଖୁବ୍ ଉତ୍ସାହିତ। ଏହି ଶକ୍ତିଶାଳୀ ଡ୍ରୋନ୍ କାମିକାଜୋ ଅର୍ଥାତ କୁବ-ବ୍ଲାର ବିଶେଷ୍ବତ ସମ୍ପୂର୍ଣ୍ଣ ଭିନ୍ନ।

୪ ଫୁଟର ଏହି ଡ୍ରୋନର ଗତି ୧୨୮.୭ କିଲୋମିଟର ଓ ଏହା ୩୦ ମିନିଟ୍ ପର୍ଯ୍ୟନ୍ତ ଉଡାଣ ଭରିବାରେ ସକ୍ଷମ। ଏହି ଡ୍ରୋନରେ ୨.୯ କିଲୋଗ୍ରାମର ବିସ୍ଫୋରକ ରଖାଯାଇପାରେ। ନିଜର ଗନ୍ତବ୍ୟ ସ୍ଥଳରେ ପହଁଞ୍ଚିବା ପାଇଁ ଏହାର କ୍ଷମତା ଅନ୍ୟ କମର୍ସିଆଲ ଡ୍ରୋନ ତୁଳନାରେ ଖୁବ୍ ଅଧିକ।ଏହି ଡ୍ରୋନ ରିମୋଟ୍ କନଟ୍ରୋଲ ଜରିଆରେ ଚାଲିଥାଏ ଓ ୬୪ କି.ମି ପର୍ଯ୍ୟନ୍ତ ଦୂରକୁ ଲକ୍ଷ୍ୟଭେଦ କରିବାରେ ସକ୍ଷମ। ଏହି ଶକ୍ତିଶାଳୀ ଡ୍ରୋନର ବିଶେଷ୍ବତ ହେଉଛି ଏହାର ଲକ୍ଷ୍ୟଭେଦ କ୍ଷମତା ଖୁବ୍ ପ୍ରଖର। ଗାଇଡେନ୍ସ ସିଷ୍ଟମରେ ଆକ୍ରମଣ କରିବା ବେଳେ ଡ୍ରୋନ ଦ୍ବାରା ଫଟୋ ଅପଲୋଡ୍ କରିପାରିବ।