ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…

ଆଗ୍ରା ୧୯/୧୦: ଆଗ୍ରାର ରୁଟି ଅମ୍ମା ଏବେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ରୁଟି ଅମ୍ମା ନାଁରେ ଫେମସ ଭଗବାନ ଦେବୀଙ୍କ ପତିଙ୍କ ମୃତ୍ୟୁ ହୋଇସାରିଛି । ତାଙ୍କର ୨ ପୁଅ ଏବେ ତାଙ୍କୁ ପାଖରେ ରଖୁ ନାହାଁନ୍ତି । ଏବେ ଅମ୍ମା ନିଜ ପେଟ ପୋଷିବା ପାଇଁ ଅନ୍ୟମାନଙ୍କ ଭୋକ ମେଣ୍ଟାଉଛନ୍ତି ।

image courtesy:https://www.aajtak.in/

ଅମ୍ମାଙ୍କ ଭିଡିଓ ଭାଇରାଲ ହେଉଛି କିନ୍ତୁ ବେଶି କିଛି ପ୍ରଭାବ ପଡୁନି । ଅମ୍ମା ଲୋକଙ୍କୁ ୨୦ ଟଙ୍କାରେ ଏକ ପ୍ଲେଟ ଭାତ, ଡାଲି, ରୁଟି, ତରକାରୀ  ଖାଇବାକୁ ଦେଉଛନ୍ତି । ଏବଂ ସେଥିରେ ହେଉଥିବା ଆୟରେ ନିଜ ଭରଣ ପୋଷଣ କରୁଛନ୍ତି ।

image courtesy:https://www.aajtak.in/

ଅମ୍ମା ଗତ ୧୪-୧୫ ଦିନ ହେବ ଲୋକଙ୍କୁ ଖାଇବାକୁ ଦେଉଛନ୍ତି । ତାଙ୍କ ପାଖକୁ ଶ୍ରମିକ, ରିକ୍ସାବାଲା ଆଦି ଖାଇବାକୁ ଆସୁଥିଲେ । ଏବେ ସେମାନଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଯାହା ଫଳରେ ଅମ୍ମାଙ୍କ ଚିନ୍ତା ବଢିଯାଇଛି ।

image courtesy:https://www.aajtak.in/

ରାସ୍ତା କଡରେ ହୋଇଥିବା ଯୋଗୁଁ ତାଙ୍କୁ ସେଠାରୁ ହଟାଇ ଦିଆଯାଇଛି । ରୁଟି ଅମ୍ମାଙ୍କ କହିବାନୁସାରେ କେହି ତାଙ୍କୁ ସହଯୋଗର ହାତ ବଢାଉନାହାଁନ୍ତି । ଯଦି କେହି ତାଙ୍କୁ ସାହାଯ୍ୟ କରେ ତେବେ ତାଙ୍କର ଏମିତି ପରିସ୍ଥିତି ହୋଇନଥାନ୍ତା ।

image courtesy:https://www.aajtak.in/

ଅମ୍ମା କୁହନ୍ତି ସେ ଲୋକଙ୍କୁ ଖାଦ୍ୟ ଖୁଆଇ ନିଜ ପେଟ ପୋଷୁଛନ୍ତି । ତାଙ୍କୁ ହଟାଇ ଦେଲେ ସେ କଣ କରିବେ ସେଥିପାଇଁ ସେ ଚିନ୍ତିତ । ଯଦି ତାଙ୍କୁ ଗୋଟେ ଦୋକାନ ମିଳିଯାଏ ତେବେ ସେ ନିଜ ଭରଣ ପୋଷଣ କରିପାରିବେ ବୋଲି କୁହନ୍ତି ରୁଟି ଅମ୍ମା ।

   ସମ୍ବନ୍ଧିତ ଖବର


ବିଶ୍ବାସ ନା ଅନ୍ଧବିଶ୍ବାସ ! ଭାରତର ଏହି ମନ୍ଦିରରେ କରାଯାଉଛି କଳା କୁକୁରକୁ ପୂଜା, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

୪୩ ମୋବାଇଲ ଆପ୍‌କୁ ଭାରତ ‌ବ୍ୟାନ କରିବା ପରେ ଚୀନ ରାଗରେ ପାଚି ଲାଲ୍, କହିଲା ମିଳିବ କଡା ଜବାବ…

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…

କରୋନା ପାଇଁ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରିପାରିବେ ରାଜ୍ୟ ସରକାର- ସମ୍ପୂର୍ଣ୍ଣ କର୍ଫ୍ୟୁ ପାଇଁ କଟକଣା, ଡିସେମ୍ବର ପାଇଁ କେନ୍ଦ୍ରର ନୂଆ ଗାଇଡ୍‌ ଲାଇନ୍‌

ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…