ଚୀନ୍‌ ପାଖରେ ଅଛି ଏସ୍‌-୪୦୦, କେମିତି ମୁକାବିଲା କରିବ ଭାରତ

ନୂଆଦିଲ୍ଲୀ, ୧।୭ : ଭାରତ ଓ ଚୀନ୍‌ ଉଭୟ ସୀମାରେ ସମରସଜ୍ଜା କରିଥିଲାବେଳେ ଦୁଇ ଦେଶର ସୈନ୍ୟଶକ୍ତିକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ପାଶ୍ଚାତ୍ୟ ଦେଶର ଅନେକ ବିଶେଷଜ୍ଞ ଇତିମଧ୍ୟରେ କହିସାରିଛନ୍ତି ଯେ ସାମରିକ ଶକ୍ତିରେ ଭାରତ ଠାରୁ ଚୀନ୍‌ ବହୁତ ଆଗୁଆ ବୋଲି ସାଧାରଣତଃ ମନେ କରାଯାଏ । କିନ୍ତୁ ପ୍ରକୃତରେ ଏହା ସତ ନୁହେଁ । ବାସ୍ତବ ଦୃଷ୍ଟିରୁ ଚୀନ୍‌ ଓ ଭାରତର ସାମରିକ କ୍ଷମତାରେ ବିଶେଷ କିଛି ଫରକ ନାହିଁ । ତେବେ ଭାରତୀୟ ସେନାବାହିନୀ ନିକଟରେ ଅନେକ ଯୁଦ୍ଧ ଲଢ଼ିବାର ଅଭିଜ୍ଞତା ରହିଛି ଯାହା ଚୀନ୍‌ ପାଖରେ ନାହିଁ । ସେହିପରି ପାର୍ବତ୍ୟାଞ୍ଚଳରେ ଚାଲୁଥିବା ଯୁଦ୍ଧରେ ଭାରତକୁ ବେଶ୍‌ ଆଗୁଆ ବୋଲି ମନେ କରାଯାଏ । ଭାରତୀୟ ବାୟୁସେନା ବି ଚୀନ୍‌ର ବାୟୁସେନାକୁ ଟକ୍କର ଦେବାକୁ ପୂରା ସକ୍ଷମ ଅଟେ । ଭାରତୀୟ ବାୟୁସେନା ୟା’ ଭିତରେ ଲଦାଖ ସୀମାରେ ଚୀନ୍‌ର ମୁକାବିଲା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିଛି । କିନ୍ତୁ ଚୀନ୍‌ ପାଖରେ ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ରହିବା ଭାରତ ପାଇଁ ଚିନ୍ତାର ବିଷୟ ପାଲଟିପାରେ ବୋଲି କିଛି ଲୋକ ମତ ଦେଉଛନ୍ତି ।

ଏସ-୪୦୦ ଟ୍ରାୟମ୍ଫ ହେଉଛି ରୁଷ ନିର୍ମିତ ଏକ ଅତ୍ୟାଧୁନିକ ମିସାଇଲ ପ୍ରଣାଳୀ । ଏହା ସାହାଯ୍ୟରେ ୪୦ରୁ ୪୦୦ କିମି ଭିତରେ ଶତ୍ରୁ ରାଷ୍ଟ୍ରର ଯୁଦ୍ଧବିମାନ, ଗୁଇନ୍ଦା ବିମାନ, ଡ୍ରୋନ ଏବଂ କ୍ରୁଜ୍‌ ମିସାଇଲ ଆଦିକୁ ନଷ୍ଟ କରିହେବ । ଏଥିରେ ଲାଗିଥିବା ରାଡାର ୬୦୦ କିମି ଦୂରତା ଭିତରେ ଶତ୍ରୁ ବିମାନ ଏବଂ ମିସାଇଲକୁ ଚିହ୍ନଟ କରିପାରିବ । ଏକସଙ୍ଗରେ ୩୦୦ ଟାର୍ଗେଟକୁ ଏହା ଚିହ୍ନଟ କରିପାରିବ ଏବଂ ସେମାନଙ୍କ ଗତିବିଧି ଉପରେ ନଜର ରଖିପାରିବ । ଏହି ଅସ୍ତ୍ର ସାହାଯ୍ୟରେ ଏକ ସଙ୍ଗରେ ୩୬ଟି ଟାର୍ଗେଟକୁ ନଷ୍ଟ କରିହେବ । ଅବଶ୍ୟ ଚୀନ୍‌ ପାଖରେ ଏସ-୪୦୦ ଅସ୍ତ୍ରର ଯେଉଁ ସଂସ୍କରଣ ଅଛି, ତାହା ୪୦ରୁ ୨୫୦ କିମି ଭିତରେ ଶତ୍ରୁ ବିମାନ ଓ ମିସାଇଲକୁ ନଷ୍ଟ କରିପାରିବ ।

କୁହାଯାଉଛି କି ଚୀନ୍‌ ଏବେ ରୁଷ ନିର୍ମିତ ଏସ-୩୦୦, ଏସ-୪୦୦ ଏବଂ ନିଜ ତିଆରି ଏଲୱାଇ ୮୦ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ତିକ୍ରତରେ ମୁତୟନ କରିଛି । ଏହାକୁ ବ୍ୟବହାର କରି ସିଏ ଭାରତୀୟ ବାୟୁସେନାର ଆକ୍ରମଣ କ୍ଷମତାକୁ ନଷ୍ଟ କରିଦେବାକୁ ଯୋଜନା କରିଛି । କିନ୍ତୁ ଭାରତୀୟ ବାୟୁସେନା ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ସିଏ ଏଭଳି ପରିସ୍ଥିତିର ସାମ୍ନା କରିବା ପାଇଁ ପୂର୍ବରୁ ରଣନୀତି ପ୍ରସ୍ତୁତ କରିଛି । ଏସବୁ ଅସ୍ତ୍ର ତିକ୍ରତରେ ମୁତୟନ କରାଯାଇଥିଲେ, ସେଭଳି ପରିସ୍ଥିତିରେ କିପରି ଶତ୍ରୁ ଉପରେ ଆକ୍ରମଣ କରିହେବ ତାହାର ସିଏ ଅଭ୍ୟାସ କରିଛି । ଭାରତୀୟ ବାୟୁସେନା ମଧ୍ୟ ଆଶା କରୁଛି ଯେ ତିକ୍ରତ ଓ ଲଦାଖ ପାହାଡିଆ ଅଞ୍ଚଳ ହୋଇଥିବାରୁ ଏବଂ ସମୁଦ୍ର ପତ୍ତନ ଠାରୁ ଅଧିକ ଉଚ୍ଚରେ ଥିବାରୁ ଏହା ଭାରତ ପାଇଁ ସହାୟକ ହୋଇପାରେ । କାରଣ ପର୍ବତଘେରା ଅଞ୍ଚଳରେ ଏସ-୪୦୦ ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀର ରାଡାର ଠିକ୍‌ ଭାବେ କାମ କରିନପାରେ । ତେଣୁ ଏଭଳି ଅସ୍ତ୍ରକୁ ଭାରତ ନିଜର ବ୍ରହ୍ମୋସ ମିସାଇଲ, ଇସ୍ରାଏଲ ନିର୍ମିତ ସ୍ପାଇସ୍‌ ବମ ଏବଂ ଫ୍ରାନ୍ସ ନିର୍ମିତ ସ୍କାଲପ୍‌ ମିସାଇଲକୁ ବ୍ୟବହାର କରି ନଷ୍ଟ କରିଦେଇପାରେ ।

   ସମ୍ବନ୍ଧିତ ଖବର


ଚାଟ୍‌କୁ ନେଇ ପରିବାରରେ ବିବାଦ, ଶେଷରେ ହତ୍ୟା

ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟର ବୋଲସୋନାରୋ କରୋନା ସଂକ୍ରମିତ

ଶ୍ରୀମନ୍ଦିର ରତ୍ନସିଂହାସନରୁ ପଥର ଗାୟବ! ଦେଢ଼ଟି ପଦ୍ମ ପାଖୁଡ଼ା ନଥିବା ଅଭିଯୋଗ

ବିଶ୍ୱାସୀ ନୁହଁ ଡ୍ରାଗନ୍‌- ତୟାର ରହିଛନ୍ତି ଭରତୀୟ ଜବାନ୍‌: ବାୟୁସେନା ପକ୍ଷରୁ ଲଢୁଆ ବିମାନର ରାତ୍ରୀ କାଳିନ ପାଟ୍ରୋଲିଂ ଜାରି

ଖୁବ୍ ଶୀଘ୍ର ଲଞ୍ଚ୍ ହେବ ଇଲେକ୍ଟ୍ରିକ୍ ଭେଇକିଲ୍ Mahindra Atom, ଜାଣନ୍ତୁ ଦାମ୍ ଓ ଫିଚର୍ସ

ହୃଦୟ ବିଦାରକ ଦୃଶ୍ୟ: ଯନ୍ତାରେ ଭୋକିଲା ଶିଶୁକୁ ସାପ ଓ ୭୦୦ ଜୀବଙ୍କ ମଧ୍ୟରେ ରଖିଥିଲେ ମାଆ ଓ ସାବତବାପ- ପୁଲିସ କଲା ଉଦ୍ଧାର