ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୮ ରେକର୍ଡ
  • ||
  • ନୀଳଗିରି: ଦଳିଦେଲା କୂଳଡିହା ହାତୀ, ଅଳ୍ପକେ ବର୍ତିଲେ ଛାତ୍ରୀ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪ରେ ପ୍ରଥମ ସୁପର ଓଭର, ଓମାନକୁ ପରାସ୍ତ କଲା ନାମିବିୟା
  • ||
  • ସମ୍ବଲପୁରରେ ନିର୍ମାଣଧିନ ପୋଲ ଉପରୁ ଖସିପଡିଲା ବୋଲେରୋ, ୨ ମୃତ, ୮ରୁ ଅଧିକ ଆହତ
  • ||
  • ଭୋଟ ଗଣତି କାଉଣ୍ଟଡାଉନ୍‌,ମଙ୍ଗଳବାର ବାହାରିବ ଫଳ, ରାଜ୍ୟର ୧୬୮ କେନ୍ଦ୍ରରେ ହେବ ଗଣତି
  • ||
  • ଏମ୍ପି ରାଜଗଡ଼ରେ ଭୟଙ୍କର ଦୁର୍ଘଟଣା, ଟ୍ରାକ୍ଟର ଓଲଟି ୧୩ ମୃତ, ବିବାହ ଉତ୍ସବକୁ ଯାଉଥିଲେ
  • ||
  • ରଥଖଳା ହାଲ୍‌ଚାଲ୍‌...୩୨ ଚକ ଶେଷ, ଯୋକା ଆରମ୍ଭ, ଆଜି ମୁହାଁଟ ବିନ୍ଧ ଅନୁକୂଳ
  • ||
  • ଗାଡି ଚାଳକଙ୍କ ପକେଟକୁ ମହଙ୍ଗା ମାଡ଼, ସୋମବାରଠୁ ଦେଶବ୍ୟାପୀ ଟୋଲ୍‌ ଦେୟ ୩ରୁ୫% ବୃଦ୍ଧି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମପ୍ରବାହ: ଜୁନ୍‌ ୧୫ ଆଗରୁ ମୌସୁମୀ ବର୍ଷା ହେବନି
  • ||

ଆମେରିକାର ପ୍ରଭାବ ହ୍ରାସ ପାଉଛି, ୨୦୩୦ ସୁଦ୍ଧା ଦୁନିଆରେ ବହୁତ କିଛି ବଦଳିଯିବ: ଜୟଶଙ୍କରଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୦।୫: ଆସନ୍ତା ୧୦ ବର୍ଷରେ ବିଶ୍ବରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି। ଆମେରିକାର ସ୍ଥିତି ଆଉ ଆଗ ଭଳି ନାହିଁ ଓ ତା’ର ପ୍ରଭାବ ମଧ୍ୟ କମି ଯାଇଛି ବୋଲି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି। ସେ କହିଛନ୍ତି, ଏଭଳି ସମୟରେ ଏହା ଜରୁରୀ ଯେ, ଆମ ଦେଶର ଏକ ମଜୁବୁତ ହାତରେ ରହିଛି। ଜୟଶଙ୍କର କହିଛନ୍ତି, ୨୦୩୦ ପର୍ଯ୍ୟନ୍ତ ଦୁନିଆରେ ବହୁତ କିଛି ବଦଳି ସାରିଥିବ। ବିଶ୍ବ ଶାନ୍ତି ସନ୍ତୁଳନର ଏହି ଆକଳନରେ ବୈଦେଶିକ ମନ୍ତ୍ରୀ ନିଜ ୫୦ ବର୍ଷର ଅନୁଭବ ଆଧାରରେ କିଛି ଚିନ୍ତିତ କଲା ଭଳି ତଥ୍ୟ ଆଗତ କରିଛନ୍ତି। ଜୟଶଙ୍କର କହିଛନ୍ତି, ଆଜି ଦୁନିଆରେ ସଂଘର୍ଷ, ବିବାଦ ଓ ବିଭାଜନର ସ୍ଥିତି ଲାଗି ରହିଛି। 

ସେ କହିଛନ୍ତି, ୟୁକ୍ରେନ୍ ଯୁଦ୍ଧ, ଗାଜାର ସଂଘର୍ଷ, ଲୋହିତ ସାଗରରେ ଆକ୍ରମଣ, ଦକ୍ଷିଣ ଚୀନ୍ ସାଗରରେ ବିବାଦ ଓ ଅନ୍ୟ ବହୁ ସ୍ଥାନରେ ଆତଙ୍କବାଦକୁ ଚ୍ୟାଲେଞ୍ଜ ଓ ନୂଆ ଟେକ୍ନୋଲୋଜି ଆସିବା ଫଳରେ ପରିବର୍ତ୍ତନ ପାଇଁ ମୁଖ୍ୟ ଭାବରେ ଦାୟୀ। ଆମ ଆଗରେ ମଧ୍ୟ ଏଲଏସି ଉପରେ ଚୀନ୍ ସହିତ ସମସ୍ୟ ରହିଛି, କିନ୍ତୁ ଅନ୍ୟ ଦେଶର ମଧ୍ୟ ଚୀନ୍ ସହିତ ନିଜର ଅଲଗା ପ୍ରସଙ୍ଗ ରହିଛି। ଏହା ସହିତ ବିଶ୍ବ ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନକୁ ନେଇ ପ୍ରତିଯୋଗିତା ବଢିବାରେ ଲାଗିଛି। 

ଏନ୍‌ଡିଏ ପୁଣିଥରେ କ୍ଷମତାକୁ ଫେରିବାର ଦାବି କରି ଜୟଶଙ୍କର କହିଛନ୍ତି, ମୋ ହିସାବରେ ଆଜିର ସ୍ଥିତିରେ ଭାରତୀୟ ମତଦାତାଙ୍କୁ ଏହା ଭାବିବା ଦରକାର ଯେ, କେଉଁ ଦେଶକୁ ଭଲ ଭାବରେ ସମ୍ଭାଳିହେବ। ମତଦାତାଙ୍କୁ ଏହା ଦେଖିବାର ଅଛି ଭାରତର ଶାସନ ଦେବା ପାଇଁ କିଏ ଭରସାଯୋଗ୍ୟ। ମତଦାତାଙ୍କୁ ବିବେକପୂର୍ଣ୍ଣ ଭାବରେ ନିର୍ବାଚନ କରିବା ଦରକାର, ଯାହାଫଳରେ ଭାରତରେ ଏକ ମଜବୁତ, ସ୍ଥିର ଓ ପରିପକ୍ବ ନେତୃତ୍ବ କାୟମ ରହିବ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.