୭ ବର୍ଷ ପରେ କ୍ରିକେଟ ମଇଦାନକୁ ଫେରିବେ ଏହି ଷ୍ଟାର କ୍ରିକେଟର, ଖେଳିବେ ଟି-୨୦ ଲିଗ୍

ନୂଆଦିଲ୍ଲୀ,୨୨/ ୧୧: ଦୀର୍ଘ ୭ ବର୍ଷ ପରେ କ୍ରିକେଟ ମଇଦାନକୁ ଓହ୍ଲାଇବେ ୨୦୧୧ ବିଶ୍ବକପ୍‌ ବିଜୟୀ ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଏସ୍. ଶ୍ରୀଶାନ୍ତ। କ୍ରିକେଟ ମଇଦାନକୁ ଫେରିବା ପାଇଁ ଶ୍ରୀଶାନ୍ତ କରିଥିବା ଅପେକ୍ଷାର ଅନ୍ତ ଘଟିଛି। ଏପରିକି ତାଙ୍କ ଉପରେ ଲାଗିଥିବା ବ୍ୟାନ୍‌ ଅବଧି ମଧ୍ୟ ଶେଷ ହୋଇଯାଇଛି। ୨୦୧୩ ମସିହାରେ କେରଳର ଏହି ଦ୍ରୁତ ବୋଲର ଆଇପିଏଲ୍‌ ମ୍ୟାଚ୍‌ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ଏବେ କ୍ରିକେଟ ଖେଳିବା ନେଇ ଶ୍ରୀଶାନ୍ତଙ୍କୁ ମିଳି ସାରିଛି କ୍ଲିନ୍‌ ଚିଟ୍। ସେପ୍ଟେମ୍ବର ମାସରୁ ଶୀଶ୍ରାନ୍ତ ନିଜ ରାଜ୍ୟ ତଥା ଦେଶ ପାଇଁ କ୍ରିକେଟ ଖେଳିବାକୁ ମଧ୍ୟ କ୍ଲିନ୍‌ ଚିଟ୍‌ ମିଳି ସାରିଛି। ପ୍ରତିବନ୍ଧ ହଟିବା ପରେ ଏବେ ଘରୋଇ ଟି-୨୦ କପ୍‌ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି ଶ୍ରୀଶାନ୍ତ। ଏନେଇ କେରଳ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ କହିଛନ୍ତି ଯେ, ଶ୍ରୀଶାନ୍ତଙ୍କ ପ୍ରତ୍ୟାବର୍ତ୍ତନ ଚଳିତଥର ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଆକର୍ଷଣ ହେବ।

କେସିଏ ଅଧ୍ୟକ୍ଷ ଆହୁରି କହିଛନ୍ତି ଯେ,ଟି-୨୦ ଲିଗରେ ଶୀଶ୍ରାନ୍ତଙ୍କ ପଦର୍ଶନ ହିଁ ତାଙ୍କୁ ରାଜ୍ୟ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ବଡ଼ ସୁଯୋଗ ରହିବ। ଏଥିସହିତ ଆଗାମୀ ଆଇପିଏଲ ନିଲାମରେ ମଧ୍ୟ ସହାୟକ ହେବ ବୋଲି ସେ କହିଛନ୍ତି।

୨୦୦୭ ଟି-୨୦ ବିଶ୍ବକପ୍‌ ଓ ୨୦୧୧ ଦିନିକିଆ ବିଶ୍ବକପ୍‌ ବିଜୟୀ ଦଳର ସଦସ୍ୟ ରହିଥିଲେ ଶ୍ରୀଶାନ୍ତ। ଶ୍ରୀଶାନ୍ତ ନିଜର କ୍ରିକେଟ କ୍ୟାରିୟରେ ମେୋଟ ୨୭ଟି ଟେଷ୍ଟ, ୫୩ଟି ଦିନିକିଆ, ଓ ୧୦ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ