PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

୨ ସନ୍ତାନଙ୍କ ଜନନୀ ଏବେ ଜାତୀୟ ରେଫେରୀ: ଏସ୍‌.ଭି.ଚନ୍ଦନା

ବ୍ରହ୍ମପୁର ୮/୯ : ହସଖୁସି ଭରା ଦାମ୍ପତ୍ୟ ଜୀବନ । ଦ୍ୱିତୀୟ ସନ୍ତାନ ଜନ୍ମ ହେବା ପରେ ଶରୀରକୁ ଫିଟ୍‌ ରଖିବା ପାଇଁ ସେ ଆରମ୍ଭ କରିଥିଲେ ହାଲ୍‌କାଫୁଲ୍‌କା ବ୍ୟାୟାମ । ନିୟମିତ ଜିମ୍‌ ଯାଇ ଡମ୍ବଲ୍ସ ଉଠାଇବା (ୱେଟ୍‌ ଲିଫ୍ଟ) ବ୍ୟାୟାମ ଆରମ୍ଭ କରିଥିଲେ । ତେବେ ଧୀରେ ଧୀରେ ଫିଟ୍‌ନେସ୍‌ ପ୍ରାକ୍ଟିସ୍‌ ବଦଳିଗଲା ଗେମ୍‌ ପ୍ରାକ୍ଟିସ୍‌ରେ । ଡମ୍ବଲ୍ସ ଉଠାଉ ଉଠାଉ ଭାରୋତ୍ତୋଳନ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି ପାଇଲା । ଏହା ପରେ ସେ ଆରମ୍ଭ କରିଥିଲେ ପାରମ୍ପରିକ ଭାରୋତ୍ତୋଳନ ଖେଳ । ଧୀରେ ଧୀରେ ପ୍ରାକ୍ଟିସ୍‌ (ଅଭ୍ୟାସ) ଆଉ ତା’ ପରେ ପେସାଦାର ଖେଳାଳି ଭାବେ ଅଭ୍ୟାସ ଚଳାଇଥିଲେ । ଫଳରେ ୨୦୧୭ରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ରୌପ୍ୟ ପଦକ ଆଉ ମାତ୍ର ବର୍ଷକ ପରେ ଜାତୀୟସ୍ତରର କ୍ୟାଟେଗୋରି-୨ ରେଫେରୀ ମାନ୍ୟତା ହାସଲ କରିବାରେ ସକ୍ଷମ ହୋଇଥିଲେ ଏହି ୩୮ ବର୍ଷୀୟା ମହିଳା । ସେ ହେଉଛନ୍ତି ଭୁବନେଶ୍ୱର ବାସିନ୍ଦା ଏସ୍‌.ଭି.ଚନ୍ଦନା । ତାଙ୍କର ସ୍ୱତନ୍ତ୍ର ପରିଚୟଟି ଏୟା ଯେ ସେ ହେଉଛନ୍ତି ରାଜ୍ୟ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ଭିନିଲ୍‌ କ୍ରିଷ୍ଣାଙ୍କ ପତ୍ନୀ ।

ବ୍ରହ୍ମପୁରରେ ଆୟୋଜିତ ରାଜ୍ୟସ୍ତରୀୟ ଭାରୋତ୍ତୋଳନ ଚାମ୍ପିଅନ୍‌ସିପ୍‌ରେ ଅଫିସିଆଲ୍‌ ଭାବେ ଯୋଗ ଦେଇଛନ୍ତି ଏସ୍‌.ଭି.ଚନ୍ଦନା । ଏଠାରେ ସେ ବାଳିକା ପ୍ରତିଯୋଗୀଙ୍କ ବଡି ୱେଟ୍‌ (ଶରୀର ଓଜନ) ଯାଞ୍ଚ କରିବା ସହ ବାଳିକାମାନଙ୍କ ଇଭେଣ୍ଟ୍‌ ବେଳେ ରେଫେରୀ ଭୂମିକା ନିର୍ବାହ କରିଥିଲେ । ଜାତୀୟ ରେଫେରୀ ଭାବେ ଏହା ତାଙ୍କର ପ୍ରଥମ ରାଜ୍ୟ ପ୍ରତିଯୋଗିତା । କିନ୍ତୁ ଏହା ପୂର୍ବରୁ ସେ ବିଶାଖାପାଟଣାରେ ଆୟୋଜିତ ଏକ ଜାତୀୟ ଚାମ୍ପିଅନ୍‌ସିପ୍‌ରେ ଅଫିସିଏଟିଂ କରିଥିବା ବେଳେ ନିକଟ ଭବିଷ୍ୟତରେ ବିହାରର ବୌଦ୍ଧଗୟାରେ ହେବାକୁ ଥିବା ଆଉ ଏକ ଜାତୀୟ ଚାମ୍ପିଅନ୍‌ସିପ୍‌ରେ ମଧ୍ୟ ଅଫିସିଏଟିଂ କରିବାକୁ ଆମନ୍ତ୍ରଣ ପାଇଛନ୍ତି । ତେବେ ତାଙ୍କ କ୍ରୀଡ଼ାର ଯାତ୍ରାରମ୍ଭ ନିଆରା କହିଲେ ଭୁଲ ହେବନି । ୱେଟ୍‌ ଟ୍ରେନର୍‌ ଭାବେ ଜିମ୍‌କୁ ଯାଇ ଯାଇ ଏବେ ସେ ୱେଟ୍‌ଲିଫ୍‌ଟିଂରେ ଜାତୀୟ ଅଫିସିଆଲ୍‌ ।

ଆଲୋଚନା ବେଳେ ସେ କହିଥିଲେ ଯେ- ଏହି ଖେଳ ପ୍ରତି ଆଗ୍ରହ ଧୀରେ ଧୀରେ ବୃଦ୍ଧି ପାଇଥିଲା । ଥାର୍ଟିନ୍‌ ନୁହେଁ, ଥାର୍ଟି ଫାଇଭ୍‌ (୧୩ ନୁହଁ, ୩୫ ବର୍ଷ) ବୟସରେ ଖେଳ ଆରମ୍ଭ କରିବା ଆଦୌ ସହଜ ନଥିଲା । କିନ୍ତୁ ନିଷ୍ଠା ଥିଲା । ଏଣୁ ଖେଳ ଅଭ୍ୟାସ ଆରମ୍ଭ କରିବାର ମାତ୍ର ବର୍ଷକ ପରେ ୨୦୧୭ରେ ସୁନ୍ଦରଗଡ଼ ଠାରେ ଆୟୋଜିତ ରାଜ୍ୟ ପ୍ରତିଯୋଗିତାର ୭୫ କିଲୋ ଓଜନ ବର୍ଗରେ ଜିତିଥିଲେ ରୌପ୍ୟ ପଦକ । ପରବର୍ତ୍ତୀ ସମୟରେ ଖେଳାଳିରୁ ସାଜିଥିଲେ ଅଫିସିଆଲ୍‌ । ୨୦୧୮ରେ ନ୍ୟାସନାଲ୍‌ କ୍ୟାଟେଗୋରି-୨ ରେଫେରୀ ଭାବେ ମାନ୍ୟତା ପାଇଥିଲେ ।

ଜଣେ ଅଫିସିଆଲ୍‌ ବିଶେଷ କରି ଭାରୋତ୍ତୋଳନ କ୍ଷେତ୍ରରେ ପୂର୍ବରୁ ଜଣେ ଖେଳାଳି କିମ୍ବା କୋଚ୍‌ ଭାବେ ଅନୁଭୂତିସମ୍ପନ୍ନ ଥାଆନ୍ତି । ସେ ମଧ୍ୟ ଖେଳାଳିରୁ ଅଫିସିଆଲ୍‌ ପାଲଟିଛନ୍ତି । ତଥାପି ଉଭୟ କ୍ଷେତ୍ର ସ୍ୱତନ୍ତ୍ର । ଅଫିସିଏଟିଂ ଭାବେ ବୈଷୟିକ ଜ୍ଞାନକୌଶଳ (ଟେକ୍ନିକାଲ୍‌) ଦୃଷ୍ଟିରୁ ଦକ୍ଷ ହେବାକୁ ପଡ଼ିବ ବୋଲି ତାଙ୍କ ମତ । ସେହିପରି ରାଜ୍ୟରେ ଭାରୋତ୍ତୋଳନ ଆଗଧାଡ଼ିର କ୍ରୀଡ଼ା ଯାହା ଓଡ଼ିଶାକୁ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ସ୍ଥାନ ଦେଇପାରିଛି । ମହିଳା ଭାରୋତ୍ତୋଳନ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆଗୁଆ ଯେଉଁଠୁ ଝିଲ୍ଲୀ ଦଳବେହେରାଙ୍କ ପରି ଅନ୍ତର୍ଜାତୀୟ ପଦକ ବିଜେତା ସୁନାମଧନ୍ୟ ଖେଳାଳି ବାହାରିଛନ୍ତି ।

ବିଶ୍ୱସ୍ତରୀୟ ଭାରୋତ୍ତୋଳନ ଲାଗି ଆମ ରାଜ୍ୟ ସୁନାମ କରିଛି । ଯଦିଓ ରାଜ୍ୟରେ କୋଚିଂ ସୁବିଧା, ଭିତ୍ତିଭୂମି ରହିଛି ତଥାପି ଏହି ଖେଳର ବ୍ୟାପକ ପ୍ରଚାରପ୍ରସାର ଅଭାବରୁ ଅଧିକ ଲୋକପ୍ରିୟ ହୋଇପାରୁନି । କ୍ରିକେଟ୍‌ ବା ଅନ୍ୟ ଖେଳ ଭଳି ଭାରୋତ୍ତୋଳନକୁ କ୍ରୀଡ଼ା (କ୍ୟାରିଅର୍‌) ଭାବେ ଗ୍ରହଣ କରିବାକୁ ଲୋକେ ଅନିଚ୍ଛୁକ । ତେଣୁ ବ୍ୟାପକ ପ୍ରଚାର ପ୍ରସାର କରାଗଲେ ଓ ଅଧିକ ଭିତ୍ତିଭୂମି ସୃଷ୍ଟି କରାଗଲେ ଓଡ଼ିଶା ଭାରୋତ୍ତୋଳନ ପରବର୍ତ୍ତୀ ଉନ୍ନତ ପର୍ଯ୍ୟାୟକୁ ଯାଇପାରିବ । ଭାରୋତ୍ତୋଳକମାନଙ୍କୁ ଅଧିକ ସୁବିଧା ସୁଯୋଗ ଦେବାକୁ ହେବ । ଭାରୋତ୍ତୋଳନ କ୍ଷେତ୍ରରେ ଭାରତରେ ଓଡ଼ିଶା ପରି ଆଉ କେହି ସମକକ୍ଷ ହୋଇପାରିବେ ନାହିଁ ବୋଲି ମତ ଦିଅନ୍ତି ଏହି ଜାତୀୟ ରେଫେରୀ । ବ୍ରହ୍ମପୁର ତାଙ୍କ ପାଇଁ ନୂଆ ନୁହେଁ । ପୂର୍ବରୁ ତାଙ୍କ ଆଇଏଏସ୍‌ ସ୍ୱାମୀ ଗଞ୍ଜାମ ଜିଲ୍ଲାରେ ନିଯୁକ୍ତି ପାଇଥିଲେ । ସ୍ୱାମୀ ସମ୍ପ୍ରତି କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ଭାବେ ଭିତ୍ତିଭୂମି ବିକାଶ ସହ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରି ଦେଶବିଦେଶରେ ଓଡ଼ିଶା ପାଇଁ ସୁନାମ ସାଉଁଟି ଆଣୁଥିବା ବେଳେ ପତ୍ନୀ ମଧ୍ୟ ନିଜକୁ ଜଣେ ପେସାଦାର କ୍ରୀଡ଼ାବିତ୍‌ ଭାବେ ଗଢି଼ ତୋଳିଛନ୍ତି । କର୍ଣ୍ଣାଟକର ଜନୈକ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ଏହି ସୁକନ୍ୟା ବେଙ୍ଗାଲୁରୁ ପରେ ଓଡ଼ିଶାକୁ ନିଜ କର୍ମକ୍ଷେତ୍ର ଓ ରହଣୀସ୍ଥଳ ଭାବେ ଆଦରି ନେଇଛନ୍ତି । ଖେଳ ପ୍ରତି ଆଦର ଓ ନିଷ୍ଠା ତାଙ୍କୁ ଆଜି ଏହି ସ୍ଥାନରେ ପହଞ୍ଚାଇପାରିଛି ବୋଲି କହନ୍ତି ଏସ୍‌.ଭି.ଚନ୍ଦନା ।

ସମ୍ବନ୍ଧିତ ଖବର