PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ସୋନାଗାଛିରେ ଯୌନକର୍ମୀଙ୍କ ଦିଲ୍ଲୀ ଚଲୋ ପ୍ରସ୍ତୁତି :ସପିଂ ମଲ୍‌କୁ ବିରୋଧ

କୋଲକାତା (ଆପ୍ର): ମାନବ ଚାଲାଣ ରୋଧରେ କେନ୍ଦ୍ର ସରକାର କରିଥିବା ବିଲ୍‌ ଯୌନକର୍ମୀଙ୍କ ପେସାରେ ସମସ୍ୟା ସୃଷ୍ଟି କରିବ ବୋଲି ଅଭିଯୋଗ କରିଥିଲା ଦୁର୍ବାର ମହିଳା ସମନ୍ୱୟ କମିଟି । ଏବେ ସେହି ବିଲ୍‌ ଯେପରି ଆଇନରେ ପରିଣତ ନହୁଏ ସେହି ଦାବି ନେଇ ଦିଲ୍ଲୀ ଦରବାରରେ ଅଭିଯୋଗ କରିବା ପାଇଁ ଯୌନକର୍ମୀମାନେ ପ୍ରସ୍ତୁତି ଚଳାଇଛନ୍ତି ।


ସେମାନେ ଭାବନ୍ତି, ଏହି ବିଲରେ ଯାହା କୁହାଯାଇଛି, ସେଥିରେ ଯୌନକର୍ମୀମାନଙ୍କୁ ଉଚ୍ଛେଦର ସମ୍ଭାବନା ରହିଛି । ଦୁର୍ବାର କମିଟିର ମୁଖପାତ୍ର ମହାଶ୍ୱେତା ମୁଖାର୍ଜୀ କହିଛନ୍ତି, ଆମେ ବି ମାନବ ଚାଲାଣ ବିରୋଧରେ ଅଛୁ । ନିଶ୍ଚିତ କରିବାକୁ ଆମେ ଅନେକ ସହଯୋଗ କରିବୁ । କିନ୍ତୁ କେନ୍ଦ୍ର ଯାହା ଚାହିଁଛି
ସେଥିରେ ଏହି ପୋସା ବିପଦରେ ପଡ଼ିବ । ଆଗାମୀ ଦିନରେ ବୋଧେ ସୋନାଗାଛିରେ ସପିଂ ମଲ ହେଉଛି । ଯୌନକର୍ମୀମାନେ ବିପଦରେ ପଡ଼ିବେ । ଏହି ବିଲ୍‌ ଯେପରି ଆଇନରେ ପରିଣତ ନ ହୁଏ ସେଥିଲାଗି ଯୌନକର୍ମୀମାନଙ୍କ ପ୍ରତିନିଧି ଦଳ ନେଇ ଦିଲ୍ଲୀ ଦରବାର ଯିବାକୁ ଯୋଜନା ଚାଲିଛି ବୋଲି ମହାଶ୍ୱେତା
ଜଣାଇଛନ୍ତି । ଏହା ମଧ୍ୟରେ ଦୁର୍ବାର କମିଟି ବିଭିନ୍ନ ବିରୋଧୀ ଦଳ ନେତା ସାଂସଦମାନଙ୍କ ସହ ଯୋଗାଯୋଗ ଆରମ୍ଭ କରିଛି ।


ମହାଶ୍ୱେତା ଆହୁରି କହିଛନ୍ତି, ନୂଆ ଆଇନ କାର୍ଯ୍ୟକାରୀ ହେଲେ ତାଙ୍କର ଏହି ପେସା ଓ ପଡ଼ା ରହିବ ନାହିଁ ବୋଲି ଦୁର୍ବାର ସହିତ ସମ୍ପୃକ୍ତ ଯୌନକର୍ମୀମାନେ ଆଶଙ୍କା କରିଛନ୍ତି । ସବୁ ପ୍ରମୋଟର ହାତକୁ ଚାଲିଯିବ । ସୂଚନାଯୋଗ୍ୟ, ଟ୍ରାଫିକିଂ ପର୍ସନ୍ସ (ପ୍ରଭେକଶନ, ପ୍ରୋଟେକସନ ଆଣ୍ଡ ରିହାବିଲିଟେସନ) ବିଲ୍‌
ଇତିମଧ୍ୟରେ ଲୋକସଭାରେ ପାସ ହୋଇଯାଇଛି । ଏବେ ରାଜ୍ୟ ସଭାରେ ଅନୁମୋଦନ ପାଇଲେ ତାହା ଆଇନରେ ପରିଣତ ହୋଇଯିବ । ଦୁର୍ବାରର ଆଇନଜୀବୀ ଅଭିଜିତ ଦତ୍ତ କହିଛନ୍ତି, ଆମ୍ଭମାନଙ୍କ ଦେଶରେ ଆଗରୁ ମାନବ ଚାଲାଣ ବିରୋଧୀ ଆଇନ ଅଛି । ତାହାପରେ ଏହି ବିଲରେ କେଉଁଠି ବି ଇଚ୍ଛୁକ, ଅନିଚ୍ଛୁକର କଥା ଉଲ୍ଲେଖ ନାହିଁ । ଅର୍ଥାତ ଇଚ୍ଛାକୃତ ଭାବେ ଏହି ପେସାକୁ ଯେଉଁମାନେ ଆସିବେ, ସେମାନଙ୍କୁ ପୁନର୍ବାସନ ଦେବାର କଥା କୁହାଯାଇଛି । କିନ୍ତୁ ଯେଉଁମାନେ ସ୍ୱେଚ୍ଛାରେ ଏହି ପେସାକୁ ଆସିଛନ୍ତି, ସେମାନଙ୍କୁ ବାଧ୍ୟ କରାଯାଏ ନାହିଁ । ମାନବ ଚାଲାଣ ରୋଧ ନାମରେ କେନ୍ଦ୍ର ଏହି ଯୌନକର୍ମୀମାନଙ୍କ ପେସା ଉଠାଇ ଦେବାକୁ ଚାହୁଁଛନ୍ତି । ଦୀର୍ଘଦିନ ଧରି ଏହି ପେସାରେ ଥିବା ଦୁର୍ବାରର ସଂପାଦକ କାଜଲ ବସୁ କହିଛନ୍ତି, ପୁନର୍ବାସନ ମାନେ କ’ଣ? ସ୍ୱେଚ୍ଛାରେ

ଏହି ପେସାୁ ଯେଉଁମାନେ ବାଛି ନେଇଛନ୍ତି, ସେମାନେ ସରକାରୀ ହୋମକୁ ଯାଇ ଡାଲି, ଭାତ ଖାଇବେ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଅସଲ କଥା ହେଲା କେନ୍ଦ୍ର ଚାହୁଛି ଯେ ଏମାନେ ବିପଦରେ ପଡ଼ନ୍ତୁ । ଏମାନଙ୍କ ପିଲାମାନେ ଚୋର, ଡକାୟତ ହୁଅନ୍ତୁ । ହେଲେ ତାହା ହେବାକୁ ଦେବୁନି । ଦରକାର ହେଲେ ସୁପ୍ରିମକୋର୍ଟ ଯିବୁ । ପେସାକୁ ବଞ୍ଚାଇବାକୁ ରାଜରାସ୍ତାକୁ ମଧ୍ୟ ଓହ୍ଲାଇବୁ ବୋଲି ସେ ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର