ଦକ୍ଷିଣ ଏସିଆର ସବୁଠାରୁ ବଡ ସ୍କ୍ରିନରେ ରିଲିଜ ହେଲା ‘ସାହୋ’, ଜାଣନ୍ତୁ ଏହି ଥିଏଟର ସମ୍ପର୍କରେ

ନୁଆଦିଲ୍ଲୀ ୩୦/୮: ଡିଜିଟାଲ୍ ପ୍ଲାଟଫର୍ମର ଏହି ଯୁଗରେ ମଧ୍ଯ ଏକ ବଡ ସ୍କ୍ରିନରେ ଫିଲ୍ମ ଦେଖିବା ଏକ ଅଲଗା ପ୍ରକାର ଅନୁଭବ । ଆନ୍ଧ୍ରପ୍ରଦେଶର ସୁଲ୍ଲୁରପେଟ ନାମକ ଏକ ଛୋଟ ସହର, ଯାହା ଚେନ୍ନାଇଠୁ ୮୦ କିଲୋମିଟର ଦୂରରେ ସ୍ଥିତ ସେଠାରେ ଏକ ନୂଆ ସିନେମା ଥିଏଟର ଆଜି(ଶୁକ୍ରବାର) ଆରମ୍ଭ ହୋଇଛି । ଏହାର ସ୍କ୍ରିନ୍ ବିଲ୍ଡିଂର ସାଢେ ୫ ଛାତ ସହିତ ସମାନ । ସାଉଥ ଷ୍ଟାର୍ ପ୍ରଭାସଙ୍କ ଫିଲ୍ମ ସାହୋ ଆଜି ୧୦୦ରୁ ମଧ୍ୟ ଅଧିକ ସିନେମାଘରେ ରିଲିଜ ହୋଇଛି ।

ଅନ୍ଯପଟେ ସୁଲ୍ଲୁରପେଟରେ ନବନିର୍ମିତ ଭି ଇପିକ୍(V EPIQ) ଥିଏଟରର ଇପିକ୍ ସ୍କ୍ରିନରେ ମଧ୍ଯ ସାହୋ ରିଲିଜ କରାଯାଇଛି । ଏହି ୬୫୬ ସିଟର ସିନେମା ଥିଏଟର ଭାରତର ଏପର୍ଯ୍ୟନ୍ତ ସବୁଠାରୁ ବଡ ସ୍କ୍ରିନ୍ ଏବଂ ଏହାକୁ ଦକ୍ଷିଣ-ପୂର୍ବ ଏସିଆରେ ମଧ୍ଯ ସବୁଠାରୁ ବଡ ବୋଲି କୁହାଯାଉଛି ।

ଭି ଇପିକ୍ ଥିଏଟରକୁ ଚେନ୍ନାଇର କ୍ୟୁବ୍ ସିନେମା ପାଇଁ ମଧ୍ଯ ସେଲ୍ଯୁଲାଇଡ୍ ଚେନ୍ ପ୍ରସ୍ତୁତ କରିଛି । ଥିଏଟରରେ ୪ ହଜାର ଆରଜିବୀ(ରେଡ୍, ଗ୍ରୀନ୍ ଓ ବ୍ଲୁ) ଲେଜର ପ୍ରୋଟେକ୍ସନ ରହିଛି । ତେବେ ଡିଜିଟାଲ୍ ଯୁଗରେ ଏତେ ବଡ ସ୍କ୍ରିନ୍ ଥିଏଟରର ନିର୍ମାଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଭାବଶାଳୀ ସାଉଣ୍ଡ ଜେନେରେସନ ପାଇଁ ଡୋଲ୍ବି ଆଟମ୍ସ(ବୁଫର) ସିଷ୍ଟମ ଲଗା ଯାଇଛି । ଅନ୍ଯ ସ୍କ୍ରିନ୍ ତୁଳନାରେ ଇପିକର ସ୍କ୍ରିନ୍ ଆସ୍ପେକ୍ଟ ପିକ୍ଚର କ୍ୱାଲିଟି ଅତି ଉତ୍ତମ ।

ଏହି ଥିଏଟରର ସହ ସଂସ୍ଥାପକ ଜୟେନ୍ଦ୍ର ପଞ୍ଚପକେନ୍ ଥିଏଟର ସମ୍ପର୍କରେ ମିଡିଆରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଥିଏଟରରେ ଫିଲ୍ମ ଦେଖିବାର ଅନୁଭର ଅକଳ୍ପନୀୟ ହେବ । ଏହାର କୌଣସି ବି ସିଟରେ ବସିଲେ ମଧ୍ଯ ଆଖି ସମ୍ପୂର୍ଣ୍ଣ ସ୍କ୍ରିନକୁ ଦେଖିପାରିବ । ସାଧାରଣତଃ ସିନେମାଘରମାନଙ୍କରେ ସ୍କ୍ରିନ୍ ଆସ୍ପେକ୍ଟ ରେଶିଓ ୨.୩୫ ହୋଇଥାଏ, କିନ୍ତୁ ଏହାର ସ୍କ୍ରିନରେ ୧.୮୯ ସ୍କ୍ରିନ୍ ଆସ୍ପେକ୍ଟ ରେଶିଓ ରହିଛି ଯାହାର ଅର୍ଥ ଏଥିରେ ଇମେଜର ବ୍ରାଇଟନେସ୍ ହୋଇଥାଏ ।

ଏହି ମଲ୍ଟିପ୍ଲେକ୍ସରେ ୨ଟି ଛୋଟ ଛୋଟ ଥିଏଟର ମଧ୍ଯ ଅଛି । କହିରଖୁଛୁ ସୁଲ୍ଲୁରପେଟ ଏକ ଛୋଟ ସହର । ଏହି ସହରର ଲୋକ ସଂଖ୍ଯା ୩ ଲକ୍ଷ । ଏହି ସହର ଅନ୍ଯ ସହରରେ ଚାରିପଟୁ ଘେରି ହୋଇ ରହିଛି । ଏହା ଶ୍ରୀହରିକୋଟାର SHAR ପାଖରେ ଯେଉଁଠୁ ISRO ନିଜ ରକେଟ୍ ଲଞ୍ଚ କରିଥିଲା । କହିରଖୁଛୁ ସେଲ୍ଯୁଲାଇଡର ମାଲିକହ୍କ ଏହି ଭେଞ୍ଚରର ଖର୍ଚ୍ଚ ସମ୍ପର୍କରେ କିଛି ଖୁଲାସା ହୋଇନି । ଏହି ଇପିକ୍ ସ୍କ୍ରିନ୍ ପାଇଁ ଟିକେଟର ଦାମ ୨୦୦ ଟଙ୍କା ଏବଂ ୧୦୦ ଟଙ୍କା ରଖାଯାଇଛି ।

   ସମ୍ବନ୍ଧିତ ଖବର


ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ମେହବୁବା ମୁଫତିଙ୍କ ମନ୍ତବ୍ୟକୁ ନେଇ ବିଜେପି କର୍ମୀଙ୍କ ହଙ୍ଗାମା, ଜମ୍ମୁରେ ପିଡିପି କାର୍ଯ୍ୟାଳୟରେ ଉଡାଇଲେ ତିରଙ୍ଗା

ଫେରୁଛି କରୋନାର ଦ୍ବିତୀୟ ଲହର: ସ୍ପେନରେ ମଇ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ, ଶ୍ରୀଲଙ୍କାରେ ପାସେଞ୍ଜର ଟ୍ରେନ୍ ବନ୍ଦ

ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ

ଦୋହା ବିମାନ ବନ୍ଦରରେ ହଙ୍ଗାମା: ମହିଳାଙ୍କ କପଡା ଖୋଲି ଯାଞ୍ଚ କଲେ ଅଧିକାରୀ, ଜାଣନ୍ତୁ କ’ଣ ଥିଲା ପୁରା ଘଟଣା

ଶୁଙ୍ଘିକି କରୋନା ଭାଇରସକୁ ଚିହ୍ନଟ କରିବ କୁକୁର!ବିଶ୍ବର ଏହି ସବୁ ଦେଶ ଦେଉଛନ୍ତି ଟ୍ରେନିଂ