PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର: ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ

କୋରାପୁଟ,୦୩/୦୮: କରୋନା ଯୋଗୁ ଦୀର୍ଘଦିନ ବନ୍ଦ ରହିବା ପରେ ମଙ୍ଗଳବାରରୁ ଭକ୍ତଙ୍କ ପାଇଁ ଖୋଲିବ ଶାବର ଶ୍ରୀକ୍ଷେତ୍ର । ମନ୍ଦିର ଭିତରେ ବାହାର ଭୋଗ ବାରଣ କରାଯାଇଛି । ଭକ୍ତମାନେ କୋଭିଡ଼ ଏସଓପି ପାଳନ ପୂର୍ବକ ସାମାଜକି ଦୂରତା, ହାତ ବିଶୋଧନ ଓ ମାସ୍କ ବ୍ୟବହାର କରି ଠାକୁର ଦର୍ଶନ କରିବେ ।

ସୋମବାର ଦିନ ଆଦିବାସୀ ସଂଗ୍ରହାଳୟ ସମ୍ମିଳନୀ କକ୍ଷରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବସିଥିଲା ଜରୁରୀ ବୈଠକ । ମନ୍ଦିର ପରିଚାଳନା କମିଟି ସମ୍ପାଦକ ଗଦାଧର ପରିଡ଼ା କହିଛନ୍ତି, ରାଜ୍ୟ ସରକାର ମନ୍ଦିର ଖୋଲିବା ନେଇ ନୂଆ ଗାଇଡ୍‌ ଲାଇନ୍‌ ଜାରି କରିବା ପରେ କମିଟି ଏଭଳି ନିଷ୍ପତ୍ତି ନେଇଛି । ଏ ସଂପର୍କରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି । ଭକ୍ତମାନେ ବିନା ମାସ୍କରେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ କୋଭିଡ୍‌ ଏସ୍‌ଓପି ପାଳନ ସହିତ ଚିହ୍ନିତ ଗୋଲାକାର ସ୍ଥାନରେ ରହିବେ । ଭକ୍ତଙ୍କ ଜାଣିବା ଲାଗି କଟକଣା ସଂପର୍କରେ ମନ୍ଦିରର ବିଭିନ୍ନ ସ୍ଥାନରେ ବୋର୍ଡ଼ ଲାଗାଯାଇଛି । ମନ୍ଦିରରେ ପ୍ରବେଶ ପାଇଁ ଶାନ୍ତି ନିକଟ ମୁଖ୍ୟ ପ୍ରବେଶପଥ କେବଳ ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବା ଶ୍ରୀ ପରିଡ଼ା କହିଛନ୍ତି ।