ପାଟକୁରା ପାଇଁ ନାମାଙ୍କନ ଦାଖଲ କଲେ ସାବିତ୍ରୀ ଅଗ୍ରୱାଲ୍

କେନ୍ଦ୍ରାପଡା ୩୦/୪: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ୍ । ମଙ୍ଗଳବାର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସାବିତ୍ରୀ । ଗତକାଲି ବିଜେଡି ସୁପ୍ରିମୋ ପାଟକୁରା ଆସନ ପାଇଁ ସାବିତ୍ରୀ ଅଗ୍ରୱାଲଙ୍କ ନାଁ ଘୋଷଣା କରିଥିଲେ ।

ପାଟକୁରା ବିଦାନସଭା ଆସନରୁ ବେଦ ପ୍ରକାଶଙ୍କୁ ପ୍ରାର୍ଥୀ କରିଥିଲା ଦଳ । ସେ ନାମାଙ୍କନପତ୍ର ମଧ୍ଯ ଦାଖଲ କରିସାରିଥିଲେ। ତେବେ ଏପ୍ରିଲ ୨୦ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ଫଳରେ ନିର୍ବାଚନ କମିଶନ ପାଟକୁରା ବିଧାନସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖିଥିଲେ। ତେବେ ଏଥିରେ ଅନ୍ଯ କୌଣସି ଦଳ ପ୍ରାର୍ଥୀ ବଦଳି ନାହାନ୍ତି । କେବଳ ବିଜେଡି ନିଜର ନୂଆ ପ୍ରାର୍ଥୀ ଭାବେ ବେଦ ପ୍ରକାଶଙ୍କ ପତ୍ନୀ ସାବିତ୍ରୀଙ୍କୁ ମଇଦାନକୁ ଉତ୍ତାରିଛି । ଏହି ଆସନ ପାଇଁ ବିଜେପି ପକ୍ଷରୁ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। କହିରଖୁଛୁ ପାଟକୁରା ବିଧାନସଭା ଆସନ ପାଇଁ ମେ ୧୯ ତାରିଖରେ ମତଦାନ ହେବ।

   ସମ୍ବନ୍ଧିତ ଖବର


ବିପତ୍ତି ଆଣିଦେଲା ସୁଯୋଗ, ଏହି କାରିଗର ଆରମ୍ଭ କରିଦେଲେ ସୁନା-ରୁପାର ମାସ୍କ

ଆତ୍ମହତ୍ୟା ଉଦ୍ୟମ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…

ବଢିଲା ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ସମ୍ଭାବନା, ଇରାନ ପରମାଣୁ ବୈଜ୍ଞାନିକଙ୍କ ହତ୍ୟାକୁ ନେଇ ବଢୁଛି ବିବାଦ…

୭ ପାକିସ୍ତାନୀ କ୍ରିକେଟର କରୋନା ସଂକ୍ରମିତ, ନ୍ୟୁଜିଲାଣ୍ଡ ସରକାରଙ୍କ ଚେତାବନୀ-ଏବେ ନିୟମ ଭାଙ୍ଗିଲେ ପଠାଇଦେବୁ

ବମ୍ବେ ହାଇକୋର୍ଟରେ କଙ୍ଗନାଙ୍କୁ ସଫଳତା ପରେ ବିଏମସି ମେୟର ଦେଲେ ବିବାଦୀୟ ମନ୍ତବ୍ୟ, କହିଲେ ଅଭିନେତ୍ରୀ “ଦୁଇ ଟଙ୍କାର ଲୋକ”…

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି