ଅନ୍‌ଲାଇନ୍‌ରେ ଶସ୍ତାରେ ବୋଲି ଫୋନ୍‌ ବଦଳରେ ଆସିଲା ଲୁଗାଧୁଆ ସାବୁନ୍‌

ଯୋଡା: ଅନଲାଇନ୍‌ ଜରିଆରେ ଫୋନ କିଣିବା ମହଙ୍ଗା ପଡିଛି । ଫୋନ୍‌ ବଦଳରେ ପ୍ୟାକେଟ ଭିତରେ ମିଳିଛି ଲୁଗା ଧୂଆ ସାବୁନ । ଏପରି ଠକେଇର ଶିକାର ହୋଇଛନ୍ତି ବଲାଣି ଅଞ୍ଚଳର ଦିଲ୍ଲୀପ କୁମାର ଉପାଧ୍ୟାୟ । ଦିଲ୍ଲୀପ ବଲାଣି ସେଲ୍‌ ଖଣିରେ କାର୍ଯ୍ୟ କରନ୍ତି । ଚଳିତ ମାସ ୬ ତାରିଖରେ ସେ ତାଙ୍କ ଝିଅ ସାଙ୍ଗର ଅ । କ । ଉ ଣ୍ଟ ର ୁ ଅ । ମ । ଜ ନ . ଇନ ରୁ ଅର୍ଡର ନମ୍ବର ୪୦୪- ୭୯୬୬୬୭୬- ୪୭୯୩୯୪୪ ମାଧ୍ୟମରେ ଗୋଟିଏ ୱାନ ପ୍ଲସ ନୋଟ୍‌ ୫ ଫୋନ ଅର୍ଡର କରିଥିଲେ । ଯାହାର ମୂଲ୍ୟ ୨୭୯୯୯ ଟଙ୍କା ରହିଥିଲା । ହେଲେ ଅର୍ଡର କରିବା ଦିନ ଆମାଜନ. ଇନ ପକ୍ଷରୁ ଅଫର ଥିବାରୁ ଉପୋରକ୍ତ ଫୋନ୍‌କୁ ୨୫ ହଜାର ଟଙ୍କାରେ କ୍ରୟ କରିଥିଲେ । ଚ

ଳିତ ମାସ ୧୮ ତାରିଖ ଅପରାହ୍ନ ପ୍ରାୟ ୪ ଟାରେ ସିଷ୍ଟମ ଭେଞ୍ଜର ପ୍ରାଇଭେଟ ଲିଃ ଦ୍ୱାରା ସାମଗ୍ରୀ ଡେଲିଭରି କରାଯାଇଥିଲା । ଦିଲ୍ଲୀପ ପ୍ୟାକେଟକୁ ଖୋଲିବା ପରେ ଲୁଗା ଧୁଆ ସାବୁନ ଥିବାର ଦେଖିବାକୁ ପାଇଥିଲେ । ସେ ସଙ୍ଗେ ସଙ୍ଗେ ଡେଲିଭରି ବୟ ରଘୁନାଥ ମୁଣ୍ଡାଙ୍କୁ ଏ ସମ୍ବନ୍ଧରେ ଅବଗତ କରାଇଥିଲେ । ଇ-ମେଲ ଜରିଆରେ ଇ-କମର୍ସ କମ୍ପାନୀ ଆମାଜନକୁ ମଧ୍ୟ ଅଭିଯୋଗ କରିଥିଲେ । ଆମାଜନ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ୩-୪ ଦିନ ମଧ୍ୟରେ ଉଚିତ ପଦକ୍ଷେପ ଗ୍ରହଣ କରାଯିବାକୁ ନେଇ ପ୍ରତିଶ୍ରୁତି ମିଳିଥିଲା । ହେଲେ ପରବର୍ତ୍ତୀ ସମୟରେ ଆମାଜନ କମ୍ପାନୀ ସଠିକ ସାମଗ୍ରୀ ପଠାଇଥିବା ନେଇ ଦାବି କରିଥିଲା । ପରେ ପରିବାର ବର୍ଗ ହତାଶ ହୋଇ ପଡିଥିବା ବେଳେ ଶ୍ରୀ ଉପଧ୍ୟାୟ ବଲାଣି ଥାନାରେ ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ଟଙ୍କା ବିନିଯୋଗ କଲେ ହୋଇଯିବ ଦୁଇ ଗୁଣ,୫୦ ହଜାର ବଦଳରେ ମିଳିବ ଏକଲକ୍ଷ ଟଙ୍କା

ଭୁବନେଶ୍ୱରରେ ମିଳୁଛି କୋଭିଡ ଟିକା !

ରାଜ୍ୟର ପ୍ରମୁଖ ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

ରାଜ୍ୟରେ ଏବେ ବେଆଇନ ଧର୍ମଘଟ କଲେ ଏକ ବର୍ଷ ଜେଲ୍‌ କିମ୍ବା ୫ ହଜାର ଜରିମାନା

ଓଡ଼ିଶାର ଚାଷୀଙ୍କୁ ମୋଦି ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌-ଗତ ୬ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ISL-7: ଆଜି ହାଇଦ୍ରାବାଦକୁ ଭେଟିବ ଓଡ଼ିଶା ଏଫ୍‌ସି