PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

ରାକ୍ଷୀ ପୂର୍ଣ୍ଣିମାରେ ୫୦୦ ରାକ୍ଷୀ ବାନ୍ଧିଲେ ସବ୍ୟସାଚୀ, ଓଡ଼ିଶା ନଉଯବାନ ୟୁନିୟନ ଅଭିନେତାଙ୍କ ପାଖକୁ ପଠାଇଥିଲେ

ଭୁବନେଶ୍ୱର,୫।୮: ମହାମାରୀ କରୋନା ଜନିତ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ପରିସ୍ଥିତିରେ ଅଭିନେତା ସବ୍ୟସାଚୀ ମିଶ୍ର ଶତାଧିକ ପ୍ରବାସୀଙ୍କୁ ଉଦ୍ଧାର କରି ଯେଉଁ ମହତ କାର୍ଯ୍ୟ କରୁଛନ୍ତି, ସେଥିପାଇଁ ତାଙ୍କୁ ସାରା ଓଡ଼ିଶାରୁ ଶୁଭେଚ୍ଛାର ସୁଅ ଛୁଟିଛି । କେନ୍ଦ୍ରାପଡ଼ାର ଓଡ଼ିଶା ନଉଯବାନ ୟୁନିୟନ ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ତାଙ୍କ ପାଖକୁ ୫୦୦ ରାକ୍ଷୀ ପଠାଯାଇଛି । ୟୁନିୟନର ମହିଳା ସଦସ୍ୟ ଘର ଘର ବୁଲି ଏହି ରାକ୍ଷୀ ସବୁ ସଂଗ୍ରହ କରିଥିଲେ । ଭର୍ଚୁଆଲ୍‌ ମାଧ୍ୟମରେ ଭିଡିଓ କରି ତାହା ଜଣାଇଛନ୍ତି । ଏହାକୁ ନେଇ ସବ୍ୟସାଚୀ ଉତ୍ସାହିତ ହୋଇପଡ଼ିଛନ୍ତି ।

ୟୁନିୟନ ସଭାପତି ମହମ୍ମଦ ଆମିର୍‌ କୁହନ୍ତି, ଏହା ପୂର୍ବରୁ ସୋନୁ ସୁଦଙ୍କୁ ୧୧ହଜାର ଚିଠି ପଠାଯାଇଥିଲା । ଯାହାକୁ ପାଇ ସୋନୁ ଖୁସିବ୍ୟକ୍ତ କରିବା ସହ ତାକୁ ସବୁଦିନ ନିଜ ଘରେ ସାଇତି ରଖିବେ ବୋଲି କହିଥିଲେ । ସେ ଚିଠିରେ ଲେଖାଥିଲା ସୋନୁଙ୍କୁ କିଏ କେମିତି ଜାଣେ । ବର୍ତ୍ତମାନ ମହାମାରୀ କରୋନା ସମୟରେ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଥିବା ସୋନୁ ଏବଂ ସବ୍ୟ ଦେଶର ଗର୍ବ । ସେମାନଙ୍କୁ ସମ୍ମାନ ଜଣାଇବା ଆମର କର୍ତ୍ତବ୍ୟ । ସେହିପରି ରାଖୀରେ ସବ୍ୟଙ୍କ ପାଖରେ ବହୁତ ସାରା ଡିଜିଟାଲ୍‌ ରାଖୀ ଆସିଛି । ଏତେ ମେସେଜ୍‌ ଆସିଛି, ଯାହାକୁ ସେ ଗଣି ପାରିନାହାନ୍ତି । ସବୁଠୁ ବଡ଼ କଥା ହେଲା ଗତ କିଛିଦିନ ତଳେ କେରଳରେ ଫସି ଥିବା ରାୟଗଡ଼ାର ୪୫ଜଣ ଝିଅଙ୍କୁ ସବ୍ୟ ଓଡ଼ିଶା ଫେରାଇ ଆଣିଥିଲେ । ବର୍ତ୍ତମାନ ସମସ୍ତେ କ୍ୱାରେଣ୍ଟାଇନ୍‌ ସେଣ୍ଟର୍‌ରେ ରହିଛନ୍ତି । ସେହିଠାରେ ରହି ସେମାନେ ଭିଡିଓ କଲ୍‌ରେ ରାଖୀର ବାର୍ତ୍ତା ପଠାଇଥିଲେ । ସବ୍ୟସାଚୀ ସେମାନଙ୍କୁ ପରାମର୍ଶ ଦେଇଥିଲେ ଆଜିର ଦିନରେ ରାଖୀଠାରୁ ମାସ୍କ ଗୁରୁତ୍ୱପୂର୍ଣ୍ଣ । ତେଣୁ ସମସ୍ତେ ନିୟମ ମାନିବା ଏବଂ ମାସ୍କ ପିନ୍ଧିବାକୁ ନିବେଦନ କରିଥିଲେ ।