ବିବାହ ବନ୍ଧନରେ ବାନ୍ଧିହେଲେ ସବ୍ୟଅର୍ଚ୍ଚିତା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିବାହ ପରର ପ୍ରଥମ ଫଟୋ

ଭୁବନେଶ୍ବର, ୦୧/ ୦୩: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡର ଚର୍ଚ୍ଚିତ ଯୋଡ଼ି ସବ୍ୟସାଚୀ ମିଶ୍ର ଓ ଚୁଲବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ରାଜସ୍ଥାନରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି। ବିବାହ ପରେ ଏକାଠି ଦୁହେଁ ସାମ୍ନାକୁ ଆସିଛନ୍ତି। ବିବାହ ପରେ ଦୁହେଁ ଏକାଠି ଥିବା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବିବାହ ପରେ ସବ୍ୟସାଚୀ ପୋଷ୍ଟ କରି ଲେଖିଛନ୍ତି ଯେ, ଜୟ ଜଗନ୍ନାଥ, ଆପଣ ମାନଙ୍କ ଶୁଭେଚ୍ଛା ଓ ଭଲ ପାଇବା ଆମ ଜୀବନର ଶେଷ ପର୍ଯ୍ୟନ୍ତ କାମନା କରୁଛୁ। ସବ୍ୟସାଚୀ ସୋସିଆଲ ମିଡିଆରେ ଫଟୋ ସେୟାର କରିବା ପରେ ତାହା ଭାଇରାଲ ହେବାରେ ଲାଗିଛି।
ସୂଚନାଥାଉକି, ଅନେକ ଦିନ ଧରି ସବ୍ୟ-ଅର୍ଚ୍ଚିତାଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଚାଲିଥିଲା। ଦୁହିଁଙ୍କ ଭିତରେ ବନ୍ଧୁତା ଏବଂ ପରେ ପ୍ରେମ ଆଉ ବିବାହ ବନ୍ଧନରେ ଉଭୟ ଆବଦ୍ଧ ହୋଇଛନ୍ତି। ବିବାହ ପରେ ଉଭୟଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମଧ୍ୟ ମିଳୁଛି।