ଭାଲେଣ୍ଟାଇନ୍ ଡେ’ରେ ସଚିନ୍ କାହାକୁ କହିଥିଲେ ପ୍ରଥମେ I LOVE YOU…

ନୂଆଦିଲ୍ଲୀ : ଭାଲେଣ୍ଟାଇନ୍‌ ଡେ’କୁ ପ୍ରେମ ଦିବସ କୁହାଯାଉଛି । ଆଉ ଆଜିର ଦିନରେ ସବୁ ପ୍ରେମୀ ଯୁଗଳ ମହା ଆଡ଼ମ୍ବରରେ ପାଳନ କରୁଛନ୍ତି ଏହି ମଧୁର ଦିନଟିକୁ। ଏ ଭିତରେ  ବିଶ୍ୱର ମହାନ ବ୍ୟାଟ୍ସମ୍ୟାନ ସଚିନ୍‌ ତେନ୍ଦୁଲକର କେମିତି ପଛରେ ରହିଯିବେ । ସେ ବି ନିଜର ପ୍ରେମ ସାଉଁଟିବାକୁ ପହଁଞ୍ଚି ଯାଇଥିଲେ ନିଜ ପ୍ରିୟ ଲୋକ ପାଖରେ ଏବଂ ସେହି ମୁହୂର୍ତ୍ତର ଝଲକକୁ ନିଜର ପ୍ରଶଂସକଙ୍କୁ ଜଣାଇବାକୁ ଟ୍ୱିଟରରେ ସେୟାର କରିଛନ୍ତି।

ସଚିନ୍‌ ଟ୍ୱିଟରରେ ୧୧ ସେକେଣ୍ଡ ଅବଧିର ଏକ ଭିଡ଼ିଓ ସେୟାର କରିଛନ୍ତି। ଆଉ ଏଥିରେ ପୁଣି ଥରେ ସେ ନିଜର ପ୍ରଥମ ପ୍ରେମର ନାଁକୁ କହିଛନ୍ତି ।  ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ କିଏ ତାହେଲେ ସଚିନଙ୍କର ପ୍ରଥମ ପ୍ରେମ ।

ବାସ୍ତବରେ ସେମିତି କୌଣିସି ବ୍ୟକ୍ତି ବିଶେଷ ସଚିନ୍‌ଙ୍କ ପ୍ରଥମ ପ୍ରେମ ନୁହଁନ୍ତି । ଆଜି ବି ତାଙ୍କର ସେଇ ପ୍ରେମ କ୍ରିକେଟ୍‌ ହିଁ ରହିଛି । ଯିଏ ତାଙ୍କୁ ସବୁ ଯଶ ଖ୍ୟାତି ଦେଇଛି । ସଚିନ୍‌ ଯେତେବେଳେ ବି ସମୟ ପାଆନ୍ତି ବ୍ୟାଟ୍‌କୁ ହାତ ଛଡ଼ା କରନ୍ତି  ନାହିଁ । ଆଜି ଭାଲେଣ୍ଚାଇନ ଡେ ରେ କ୍ରିକେଟର ଜଣେ ସଚ୍ଚା ପ୍ରେମିକ ଭାବେ ସେ ଏମିତି କିଛି କରିଛନ୍ତି ।

ସଚିନ୍‌ ନିଜର ଫ୍ରଣ୍ଟ ଫୁଟ୍‌ରେ ପ୍ୟାଡ୍‌ ଓ ହାତରେ ଗ୍ଲୋଭ୍ସ  ପିନ୍ଧି  କ୍ରିକେଟ୍‌ ପିଚ୍‌ରେ  ନେଟ୍‌ ପ୍ରାକ୍ଟିସ୍‌ କରିଛନ୍ତି । ଆଉ ଏହି ଭିଡ଼ିଓକୁ ମାଷ୍ଟର ବ୍ଲାଷ୍ଟର ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହା ସହ ସେ କ୍ୟାପସନରେ ଲେଖିଛନ୍ତି , ମାଇଁ ଫାଷ୍ଟ ଲଭ୍‌ । ଏହା ପରେ ସେ କ୍ୟାପସନରେ ହସିବାର ଇମୋଜି ଦେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ୭ ବର୍ଷ ପୂର୍ବରୁ ସନ୍ୟାସ ନେଇସାରିଥିବା ସଚିନ୍‌ ତେନ୍ଦୁଲକର  ଯେବେ ବି ସମୟ ପାଇଲେ କ୍ରିକେଟ୍‌ ଖେଳିବାକୁ ଭୁଲନ୍ତି ନାହିଁ ।   

   ସମ୍ବନ୍ଧିତ ଖବର


ଜିମ୍‌ରେ ଧୋନୀଙ୍କ ଷ୍ଟଣ୍ଟ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ ; ଭିଡ଼ିଓ ଭାଇରାଲ

ପୃଥ୍ୱୀଙ୍କ ଉପରେ ଭରସା କରନ୍ତି ବିରାଟ, କୋହଲି କହିଲେ…

ଅଣ୍ଡର-୧୯ ମହିଳା କ୍ରିକେଟ୍‌ରେ ଇତିହାସ ରଚିଲେ କାଶଭି: ଦିନିକିଆ ମ୍ୟାଚ୍‌ରେ ନେଲେ ୧୦ ୱିକେଟ୍‌

ଆଇପିଏଲ୍‌-୧୩: ଅଭ୍ୟାସ୍‌ ପାଇଁ ହୋମ୍ ଗ୍ରାଉଣ୍ଡକୁ ଫୋରିଲେ ମାହୀ, ୨ତାରିଖରୁ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ ଦଳ ସହ ଆରମ୍ଭ କରିବେ ଅଭ୍ୟାସ