ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ ହେବ ମହେଶ ଭଟ୍ଟଙ୍କ ଫିଲ୍ମ ସଡକ-୨

ମୁମ୍ବାଇ ୩୦/ ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସଡକ୍‌-୨’ ଏବେ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ରିଲିଜ୍‌ ହେବା ସ୍ଥିର ହୋଇଛି । ଖୁବ୍‌ ଶୀଘ୍ର ଦର୍ଶକେ ତାକୁ ଓଟିଟିରେ ଦେଖିବାକୁ ପାଇବେ ବୋଲି ପ୍ରଯୋଜକ ମୁକେଶ ଭଟ୍ଟ ସ୍ପଷ୍ଟ କରିଛନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି, ‘କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ଏଭଳି ସ୍ଥିତିରେ ପ୍ରେକ୍ଷାଳୟ ଖୋଲିବା ଭଳି ଲାଗୁଛି କି? ଯଦି ବି ପ୍ରେକ୍ଷାଳୟ ଖୋଲା ରହେ ତା’ ହେଲେ ଲୋକେ କ’ଣ ଦେଖିବାକୁ ଯିବେ? ଲୋକେ ନିଜ ପରିବାରର ସୁରକ୍ଷା କଥା ଚିନ୍ତା କରୁଛନ୍ତି ।

ବର୍ତ୍ତମାନ ଜୀବନ ଗୁରୁତ୍ୱପୂର୍ଣ୍ଣ । ଭବିଷ୍ୟତରେ ଆଉ କୌଣସି ଆଶା ଦେଖୁ ନଥିବାରୁ ମୁଁ ଏହାକୁ ଡିଜିଟାଲ୍‌ ପ୍ଲାଟଫର୍ମରେ ରିଲିଜ୍‌ କରିବା ଲାଗି ବାଧ୍ୟ ହୋଇ ସିଦ୍ଧାନ୍ତ ନେଇଛି ।’ ଏହାଛଡ଼ା ତାଙ୍କ ପାଖରେ ଅନ୍ୟ ବିକଳ୍ପ ନଥିବା ସେ ପ୍ରକାଶ କରିଛନ୍ତି । ଏହି ଫିଲ୍ମଟି ୧୯୯୧ ମସିହାରେ ରିଲିଜ୍‌ ହୋଇଥିବା ‘ସଡକ୍‌’ ଫିଲ୍ମର ସିକ୍ୱେଲ । ଏଥିରେ ସଞ୍ଜୟ ଦତ୍ତ, ପୂଜା ଭଟ୍ଟ, ଆଲିଆ ଭଟ୍ଟ ଏବଂ ଆଦିତ୍ୟ ରୟ କପୁରଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।

   ସମ୍ବନ୍ଧିତ ଖବର


ଇନ୍‌ଷ୍ଟାରେ ଦେଶୀ ଗାର୍ଲଙ୍କ ହଟ୍‌ ଲୁକ୍‌ ଭାଇରାଲ

ବଲିଉଡ ପାଇଁ କଳାଦିନ : ୭୬ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଫିଲ୍ମ ନିର୍ମାତା ହରିଶ ଶାହ

‘ଚକ୍ରବ୍ୟୂହ’ରେ ଓଲିଉଡ ଅଭିନେତ୍ରୀ ଦୀପିକା

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ, ଟୁଇଟରରେ ଟ୍ରେଣ୍ଡ କଲା #PMModiCBIForSSR

ସୁଶାନ୍ତଙ୍କ ଶେଷ ଫିଲ୍ମର ଟ୍ରେଲର ଆଜି ହେବ ରିଲିଜ୍ : ‘ମୁଁ ତାଙ୍କୁ ଏକାଠି ଅନୁଭବ କରିପାରିବି’ ବୋଲି କହିଲେ ସଞ୍ଜନା

‘କଫି ୱିଥ୍‌ କରନ୍‌’ର ଭବିଷ୍ୟତ ନେଇ ଆଶଙ୍କା