PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ନିଆଁରେ ୯୦ ପ୍ରତିଶତ ଜଳିଯାଇଥିଲେ ଜୈନ ସାଧବୀ, ତଥାପି ଛାଡିଲେନି ସାଧନା…

ଭୋପାଳ,୩୦୧୨: ମଧ୍ୟପ୍ରଦେଶ ଛତରପୁରରେ ଏଭଳି ଏକ ଘଟଣା ଘଟିଛି, ଯାହାକୁ ଶୁଣିବାମାତ୍ରେ ଲୋମ ଟାଙ୍କୁରୀ ଉଠିବ। ଧର୍ମ ପ୍ରତି ଆସ୍ଥା ରହିଥିବା ଜଣେ ଜୈନ ସାଧବୀ ସାଧନା ସମୟରେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲେ ମଧ୍ୟ ସେ ନିଜର ସାଧନା ବନ୍ଦ କରିନଥିଲେ। ଏହି ସମୟରେ ତାଙ୍କର ଶରୀରର ୯୦ ପ୍ରତିଶତ ଜଳି  ଚଟାଇରେ ଲାଗିଯାଇଥିଲା।  ଧର୍ମ ପ୍ରତି ଆସ୍ଥା ରଖିଥିବା ଜୈନ ସାଧବୀ ଜଣକ ନିଜର ସାଧନା ଛାଡିନଥିଲେ, ଶେଷ ହେବା ପର୍ଯ୍ୟନ୍ତ ବସି ରହିଥିଲେ।

ଜଳିବା ସମୟରେ ସେ କାହାକୁ ସାହାର୍ଯ୍ୟ ପାଇଁ ଡାକିନଥିଲେ କିମ୍ବା ଚିତ୍କାର କରିନଥିଲେ। ତେଶୁ କାହାକୁ ଏ ସମ୍ପର୍କରେ ଜଣାପଡିନଥିଲା ଯେ ସାଧବୀ ଜଣକ ନିଆଁରେ ଜଳୁଛନ୍ତି। ୧ ଘଣ୍ଟା ପରେ ଯେତେବେଳେ ତାଙ୍କୁ ଅନ୍ୟ ଜଣେ ସାଧବୀ ଦେଖିଥିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ଚଟେଇରୁ ତାଙ୍କୁ ଆଣିବାକୁ ଚେଷ୍ଟା କରିବା ସମୟରେ ସେଥିରେ ତାଙ୍କର ଦେହର ଚମଡା ଲାଗି ଯାଇଥିଲା।ଏହାପରେ ସମସ୍ତେ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇକି ଯାଇଥିଲେ। ସେଠାରେ ଅସହନୀୟ କ​‌ଷ୍ଟ ପରେ ମଧ୍ୟ ସାଧବୀ ଜଣକ ୩୦ ଘଣ୍ଟା ଜୀବିତ ଥିଲେ ଓ ଶେଷରେ ମନ୍ତ୍ର ଜାପ ପରେ ସେ ଦେହତ୍ୟାଗ କରିଥିଲେ।

ପରେ ଜଣାପଡିଥିଲା ଜୈନ ସାଧବୀ ସୁନୟମତୀ ମାତା ଯେତେବେଳେ ସାଧନାରେ ବସୁଥିଲେ, ସେତେବେଳେ  ବହୁତ ଥଣ୍ଡାକୁ ଦେଖି ତାଙ୍କର ଜଣେ ଶିଷ୍ୟା ତାଙ୍କ ସାଧନା ସ୍ଥଳ ନିକଟରେ କିଛି ନିଆଁର ଅଙ୍ଗାର ରଖିଦେଇଥିଲେ, ଯାହାଫଳରେ ସାଧବୀଙ୍କୁ ଯେପରି କିଛି କଷ୍ଟ ନହୁଏ।  ତେବେ ପବନ ବୋହିବାରୁ ଅଙ୍ଗାର ଚଟେଇ ଉପରେ ପଡିଥିଲା ଓ ଏହାପରେ ଯେଉଁ ଚଟେଇରେ ବସି ସୁନୟମାତି ମାତା ଜୀ ସାଧନା କରୁଥିଲେ ତାଙ୍କୁ ନିଆଁ ଧରିନେଇଥିଲା। ସେ ୯୦ ପ୍ରତିଶତ ପୋଡି ଯାଇଥିଲେ।ସୋସିଆଲ ମିଡିଆରେ ଯେତେବେଳେ ଏହି ଖବର ଆସିଲା ଲୋକମାନେ ତାଙ୍କୁ ଅନ୍ତିମ ଦର୍ଶନ କରିବାକୁ ବହୁ ସଂଖ୍ୟାରେ ପହଁଞ୍ଚିଥିଲେ।