ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ମା’ ଅନ୍ୟ ଘରେ ରୁଟି କରୁଥିଲେ ଓ ବାପା ଠେଲାଗାଡିରେ ବ୍ୟବସାୟ, ଆଜି ପୁଅ ହେଉଛି ଦେଶର ସର୍ବକନିଷ୍ଠ ଆଇପିଏସ ଅଫିସର

ନୂଆଦିଲ୍ଲୀ, ୦୪|୧୨:    ଦେଶର ସର୍ବକନିଷ୍ଠ ଆଇପିଏସ ଅଫିସର ସାଫୀନ୍ ହାସନ ସେହି ମାନଙ୍କ ଆଗରେ ଏକ ଉଦାହରଣ ପାଲଟିଛନ୍ତି ଯେଉଁମାନେ ନିଜର ଖରାପ ସ୍ଥିତି ଆଗରେ ହାର ମାନିନିଅନ୍ତି। ତାଙ୍କ ପଢିବା ପାଇଁ ପିତା ଶ୍ରମିକ ଭାବେ କାମ କରୁଥିଲେ। ଏପରିକି ଠେଲାଗାଡିରେ ବ୍ୟାବସାୟ କରିଥିଲେ। ସେହିପରି ମା’ ଅନ୍ୟ ଘରେ ରୁଟି କରି ଗୁଜୁରାଣ ମେଣ୍ଟାଉଥିଲେ। ଆଉ ଏପଟେ ସାଫୀନ୍ ନ ଅଟକି ପାଠପଢିବା ସହ ପ୍ରଥମ ପ୍ରୟାସରେ ଆଇପିଏସ ଅଫିସର ହୋଇଥିଲେ।

{"id":65396,"width":736,"height":708,"sizeSlug":"large"}

ସାଫୀନଙ୍କ ପିଲାଦିନ ଗୁଜରାତର ସୁରତ ଜିଲ୍ଲାରେ କଟିଥିଲା। ତାଙ୍କ ମାତାପିତା ଏକ ହୀରା କମ୍ପାନୀରେ କାମ କରୁଥିଲେ। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ,  ସ୍କୁଲରେ ପଢିବା ସମୟରେ ଥରେ ଜିଲ୍ଲାପାଳ ଆସିଥିଲେ ଓ ତାଙ୍କୁ ସମସ୍ତେ ଇଜ୍ଜତ ଦେଇଥିବା ସେ ଦେଖିଥିଲେ। ଏ ବାବଦରେ ସେ ତାଙ୍କ ମାଉସୀଙ୍କୁ ପଚାରିଥିଲେ। ଏହାପରେ ମାଉସୀ ତାଙ୍କୁ ଜିଲ୍ଲାପାଳ ଜିଲ୍ଲାର ରାଜା ବୋଲି କହିଥିଲେ।  ସେ କିପରି ଜିଲ୍ଲାପାଳ ହେବେ ବୋଲି ପଚାରିଥିଲେ। ଏହାର ଉତ୍ତରରେ ଜଣେ ଭଲ ପଢିଲେ ଜିଲ୍ଲାପାଳ ହୋଇପାରିବ ବୋଲି ମାଉସୀ କହିଥିଲେ। ସେବେଠାରୁ ସେ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

{"id":65397,"width":739,"height":867,"sizeSlug":"large"}

ସର୍ବକନିଷ୍ଠ ଆଇପିଏସ ସାଫୀନ ନିଜ ପାରିବାରିକ ସଙ୍ଘର୍ଷର କାହାଣୀ ବାବଦରେ କହିଛନ୍ତି ଯେ, ୨୦୦୦ ମସିହାରେ ତାଙ୍କର ଘର ତିଆରି ଚାଲିଥିଲା। ସେହିସମୟରେ ମାତା ପିତା ଦିନରେ ଶ୍ରମିକ ଭାବେ କାମ କରନ୍ତି ଓ ରାତିରେ ଘର ପାଇଁ ଇଟା ଯୋଡିଥାନ୍ତି। ପରେ ଆର୍ଥିକ ମାନ୍ଦାବସ୍ଥା ପାଇଁ ତାଙ୍କ ପିତା ଓ ମାତାଙ୍କ ଚାକିରୀ ଚାଲିଯାଇଥିଲା। ଏହା ଦେଖି ସେ ସହି ପାରିନଥିଲେ। ସେ ମଧ୍ୟ ପିତାମାତାଙ୍କ ପାଇଁ କିଛି କରିବେ ବୋଲି ମନସ୍ଥ କରିଥିଲେ। ତାଙ୍କ ବାପା ପଢାଖର୍ଚ୍ଚ ତୁଲାଇବା ପାଇଁ ଆଖପାଖ ଘରେ ବିଦ୍ୟୁତ କାମ କରୁଥିଲେ ଓ ରାତିରେ ଠେଲାଗାଡି ଲଗାଇ ଅଣ୍ଡା ଓ ଚା’ ବିକ୍ରି କରୁଥିଲେ। ତାଙ୍କ ମା’ ମଧ୍ୟ ଅନ୍ୟ ଘରେ ବିଭିନ୍ନ କାର୍ଯ୍ୟକ୍ରମରେ ରୁଟି ପ୍ରସ୍ତୁତ କରୁଥିଲେ। ବେଳେବେଳେ ପରିବାରର ଆୟ ବନ୍ଦ ହୋଇଗଲେ ଭୋକିଲା ଶୋଇବାକୁ ପଡୁଥିଲା।

{"id":65398,"width":741,"height":773,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, ପିଲାଦିନୁ ସେ ଭଲ ପାଠ ପଢୁଥିଲେ। ଏହାସହ ଅନ୍ୟ କ୍ଷେତ୍ରରେ ମଧ୍ୟ ମନ ଦେଉଥିଲେ। ସେ ପ୍ରଥମେ ସରକାରୀ ସ୍କୁଲରେ ପଢିଥିଲେ। ଦଶମରେ ୯୨ ପ୍ରତିଶତ ମାର୍କ ଆଣି ଯୁକ୍ତ ୨ରେ ବିଜ୍ଞାନ ପଢିବା ପାଇଁ ଭାବିଥିଲେ। ଜିଲ୍ଲାରେ ଖୋଲିଥିବା ଏକ ପବ୍ଲିକ ସ୍କୁଲରେ ସେ ଆଡମିଶନ କରିଥିଲେ। ଏଠାରେ ହିଁ ସେ ଇଂରାଜୀ ଶିକ୍ଷିବା ସହ ପିଜା ଓ ବର୍ଗର କଣ ଜାଣିବାକୁ ପାଇଥିଲେ।

{"id":65400,"width":737,"height":698,"sizeSlug":"large"}

ସେ ନିଜ ହଷ୍ଟେଲ ଖର୍ଚ୍ଚ ଭରଣା କରିବା ପାଇଁ ଛୁଟି ସମୟରେ ପିଲାଙ୍କୁ ପଢାଉଥିଲେ। ୟୁପିଏସସିର ପ୍ରଥମ ସୋପାନ ପରୀକ୍ଷା ପାଇଁ ଯିବା ବେଳେ ତାଙ୍କର ଦୁର୍ଘଟଣା ଘଟିଥିଲା। ତଥାପି ସେ ପରୀକ୍ଷା ଦେଇଥିଲେ ଓ ପରୀକ୍ଷା ସରିବା ପରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.