ଏହି ବ୍ୟକ୍ତିଙ୍କ ମୁଣ୍ଡରୁ ଉଠିଥିଲା ଶିଙ୍ଘ,ଏବେ ଅପରେସନ୍ ପରେ ମିଳିଲା ମୁକ୍ତି, ଜାଣନ୍ତୁ ଏହି ଅଜବ ଘଟଣା ସମ୍ପର୍କରେ

ସାଗର,୧୪।୯: ଆପଣମାନେ ପଶୁଙ୍କ ମୁଣ୍ଡରେ ଶିଙ୍ଘ ଦେଖିଥିବେ। କିନ୍ତୁ କୌଣସି ମଣିଷର ମୁଣ୍ଡରେ ସତସତିକା ଶିଙ୍ଘ ଉଠିଥିବା ଖବର ଶୁଣିଲେ ବିଶ୍ବାସ କରିବେ ନାହିଁ। କିନ୍ତୁ ଆମେ ଆପଣଙ୍କୁ ଏଭଳି ଜଣେ ବ୍ୟକ୍ତିଙ୍କୁ ଦେଖାଇବାକୁ ଯାଉଛୁ, ଯାହାଙ୍କୁ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ବ୍ୟକ୍ତିଗଣକ ହେଉଛି ମଧ୍ୟ ପ୍ରଦେଶର ସାଗର ଜିଲ୍ଲାର ଶ୍ୟାମଲାଲ। ଡାକ୍ତରମାନେ ଏବେ ତାଙ୍କ ମୁଣ୍ଡରେ ଥିବା ୪ ଇଞ୍ଚର ଶିଙ୍ଘକୁ ଅପରେସନ୍ କରି ବାହାର କରିଛନ୍ତି।  

ଏଭଳି ଏକ  ସଫଳ ଅସ୍ତ୍ରୋପଚାର କରିଛନ୍ତି ଡଃ ବିଶାଳ ଗଜଭିୟେ ଏବଂ ତାଙ୍କ ଟିମ୍ । ଦୁଇ ଘଣ୍ଟାର ପରିଶ୍ରମ ପରେ ଏଭଳି ଏକ ବିରଳ ଅସ୍ତ୍ରୋପଚାର କରିବାରେ ଡାକ୍ତରୀ ଟିମ୍ ସଫଳ ହୋଇଛି ।ଅପରେସନ ପୂର୍ବରୁ ପ୍ରଥମେ ଶିଙ୍ଗଟି ମୁଣ୍ଡର କେତେ ଭିତର ପର୍ଯ୍ୟନ୍ତ ଯାଇଛି ସେନେଇ ସିଟି ସ୍କାନ କରାଯାଇଥିଲା। ରିପୋର୍ଟରୁ ସ୍ପଷ୍ଟ ହୋଇଯାଇଥିଲା ଯେ, ଏହା ୪ ଇଞ୍ଚର ତେଣୁ  ନ୍ୟୁରୋ ସର୍ଜନଙ୍କର ଆବଶ୍ୟକତା ପଡିନଥିଲା। ଶିଙ୍ଗ ବାହାର କରିବା ପରେ ମୁଣ୍ଡ ଉପରର ଚମଡ଼ା କଟାଯାଇ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି । ତେଣୁ ଆଗକୁ ମଧ୍ୟ ଶିଙ୍ଗ ପୁନର୍ବାର ଉଠିବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ଡାକ୍ତରମାନେ କହିଛନ୍ତି, ଏଭଳି ଘଟଣା ରେୟାରେଷ୍ଟ ଅଫ୍ ରେୟାର କ୍ୟାଟେଗୋରୀରେ ସାମିଲ ହୋଇଥିବାରୁ ଇଣ୍ଟର ନ୍ୟାସନାଲ ଜର୍ଣ୍ଣାଲରେ ମଧ୍ୟ ପ୍ରକାଶିତ ପାଇଁ ପଠାଯିବ । ଏହି ରୋଗକୁ ସେଭିସିୟର୍ସ ହର୍ନ ବୋଲି କୁହାଯାଏ। ଏପରିକି ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ  ମଧ୍ୟ ଏସମ୍ପର୍କରେ ପଢ଼ାଯିବ ବୋଲି ଅପରେସନ୍ କରିଥିବା ଡାକ୍ତର କହିଛନ୍ତି।

କୁହାଯାଉଛି ଯେ, ପାଞ୍ଚ ବର୍ଷ ପୂର୍ବେ ଶ୍ୟାମଲାଲ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲ। ସେହିଠାରୁ ହିଁ ଶିଙ୍ଗ ଉଠିଥିଲା । ବାରମ୍ବାର ବ୍ଲେଡରେ କାଟିବା ପରେ ମଧ୍ୟ ଶିଙ୍ଗ ଉଠୁଥିବାରୁ ବାଧ୍ୟହୋଇ ଅପରେସନ କରାଇଥିଲେ ଶ୍ୟାମଲାଲ। ଏବେ ତାଙ୍କର ଅପରେସନ ସଫଳ ହୋଇଥିବାରୁ ଖୁସି ଖୁସି ଥିବା ବେଳେ ଡାକ୍ତରମାନଙ୍କୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି।

   ସମ୍ବନ୍ଧିତ ଖବର


ବିବାହ ପାଇଁ ଧର୍ମପରିବର୍ତ୍ତନ ବୈଧ ନୁହେଁ, ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ଖଇନି ଖାଇବାର ନିଶା: ଅଧାବାଟରେ ଟ୍ରେନର ଚେନ୍ ଟାଣି କିଣିବାକୁ ଗଲେ ଯାତ୍ରୀ, ଧରାପଡିବା ପରେ…

ରାଷ୍ଟ୍ରୀୟ ଏକତା ଦିବସ: ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି