PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍: ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋଭିଡ୍ ପଜିଟିଭ ଚିହ୍ନଟ
  • ||
  • ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ପୂର୍ବ ପ୍ରସ୍ତୁତି: ୩ ତାରିଖରୁ ୭୨ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ସିଲ୍
  • ||
  • ଭୁବନେଶ୍ୱର: ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା, ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ହେବେ ସାମିଲ
  • ||
  • ଭୁବନେଶ୍ୱର: ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି , ଜୁନ୍‌ ୨ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ବାରଙ୍ଗ: ନନ୍ଦନକାନନରେ ଆଖିବୁଜିଲା ଆଫ୍ରିକୀୟ ସିଂହ, ୧୬କୁ ହ୍ରାସ ପାଇଲା ସିଂହଙ୍କ ସଂଖ୍ୟା
  • ||

ଶାଗୁଆ କପ୍‌ କ୍ରିକେଟ୍‌ ୧୪ରୁ ଆରମ୍ଭ

ଭୁବନେଶ୍ୱର,୮ ।୨ (ବ୍ୟୁରୋ): ବାଲିଅନ୍ତା ବ୍ଲକ୍‌ ଶାଗୁଆ ଗ୍ରାଉଣ୍ଡରେ ଆରମ୍ଭ ହେବାକୁ ଯାଉଛି ମା’ ଉପୁଳାଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ । ଶାଗୁଆ ଦ କ୍ଲାରିୟନ ୟୁଥ୍‌ କ୍ଲବ୍‌ ଆନୁକୂଲ୍ୟରେ ଆସନ୍ତା ୧୪ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ମ୍ୟାଚ୍‌ଗୁଡିକ ୧୬ ଓଭର ବିଶିଷ୍ଟ ହେବ । ମୋଟ ୧୬ଟି ଟିମ୍‌ ଭାଗ ନେବେ । ୨୪ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ । ଟୁର୍ଣ୍ଣାମେଣ୍ଟରେ ବିଜୟୀ ଦଳ ଓ ଦର୍ଶକଙ୍କ ପାଇଁ ଆକର୍ଷଣୀୟ ପୁରସ୍କାର ବ୍ୟବସ୍ଥା କରାଯାଇଛି । ବିଜୟୀ ଦଳକୁ ନଗଦ ୧ ଲକ୍ଷ ଟଙ୍କା ଓ ରନର୍ସ ଅପ୍‌ ଟିମକୁ ୭୦ ହଜାର ଟଙ୍କା ପୁରସ୍କାର ମିଳିବ । ପ୍ରତିଦିନ ଜଣେ ଦର୍ଶକଙ୍କୁ ସ୍ମାର୍ଟ ଫୋନ୍‌, ସେମିଫାଇନାଲରେ ଏଲଇଡି ଟିଭି ଓ ଫାଇନାଲରେ ରେଫ୍ରିଜେରେଟର ପୁରସ୍କାର ଦିଆଯିବ । ଏହା ବ୍ୟତୀତ ଶୃଙ୍ଖଳିତ ଟିମକୁ ନଗଦ ଅର୍ଥରାଶି ମିଳିବ । ଟୁର୍ଣ୍ଣାମେଣ୍ଟରୁ ଭାଗ ନେବାକୁ ଆଗ୍ରହୀ କ୍ରିକେଟ୍‌ ଟିମ୍‌ ୬୩୭୧୦୪୦୪୨୬ କିମ୍ବା ୮୨୪୯୨୧୩୧୧୨ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।