PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ଶେଷ ପ୍ରଚାରରେ ନବୀନଙ୍କୁ ଶାହଙ୍କ ଟାର୍ଗେଟ, ଓଡ଼ିଆ କହୁଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ କର

ଭୁବନେଶ୍ୱର,୨୭ ।୪(ବ୍ୟୁରୋ): ସାରା ଦେଶବାସୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବାକୁ ସଂକଳ୍ପ ନେଇଛନ୍ତି । କେବଳ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ବନାଇଲେ ହେବ ନାହିଁ, ଓଡ଼ିଶାରେ ବିଜେପିକୁ ଜିତାଇ ଜଣେ ଓଡ଼ିଆ କହୁଥିବା ଓ ବୁଝୁଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଭ୍ରଷ୍ଟାଚାରୀ ବିଜେଡି ସରକାରକୁ ଉପାଡ଼ି ଫିଙ୍ଗିବାକୁ ପଡିବ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି । ଶେଷ ପ୍ରଚାରରେ ଯେତିକି ହମଲା ସେତିକି ପ୍ରତିଶ୍ରୁତି ବି ଦେଇଛନ୍ତି ଶାହ । ବିଜେଡି ସରକାରକୁ କାଠଗଡ଼ାରେ ଛିଡ଼ା କରାଇ ବର୍ଷିଛନ୍ତି । ବିଜେପି ସରକାର ରାଜ୍ୟରେ ଶାସନ ଡୋରି ଧରିଲେ, ଚିଟଫଣ୍ଡ ଲୁଟେରାଙ୍କୁ ଜେଲ ପଠାଇବୁ । ଏମିତି ଗ୍ୟାରେଣ୍ଟି ଦେଇଛନ୍ତି ଶାହ । ଖଣି ଲୁଟେରା ମଧ୍ୟ ଜେଲ ଯିବେ । ଚିଟଫଣ୍ଡ ଜମାକାରୀ ଅର୍ଥ ଫେରସ୍ତ ପାଇବେ । ଏ ପ୍ରତିଶ୍ରୁତି ସହ ଶାହ କହିଛନ୍ତି, ପ୍ରତି ପରିବାରରୁ ଜଣକୁ ଚାକିରି ଯୋଗାଇବାର କାମ କରିବ ବିଜେପି ସରକାର ।

ମୟୂରଭଞ୍ଜର ମୋରଡ଼ା ଓ ଯାଜପୁରର ଡୁବୁରୀଠାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟଭିକ୍ଷା କରି ଶାହ କହିଲେ, ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ଚିଟ୍‌ଫଣ୍ଡ ଘୋଟାଲାରେ ସିଧାସଳଖ ସମ୍ପୃକ୍ତ । ଓଡ଼ିଶାରେ ବିଜେପି ସରକାର ଆସିଲେ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରର ଅସଲ ମୁଖା ଖୋଲାଯିବ । ଏଠି ନବୀନ ବାବୁଙ୍କ ପଛରେ ଥାଇ ବାବୁମାନେ ସରକାର ଚଳାଉଛନ୍ତି । ଓଡ଼ିଆ ଭାଷା ଜାଣି ନଥିବା ଭ୍ରଷ୍ଟାଚାରୀ ମୁଖ୍ୟମନ୍ତ୍ରୀଙ୍କୁ ୧୯ବର୍ଷ ଶାସନ କରିବାକୁ ଦେଇ ଓଡ଼ିିଶାବାସୀ କ’ଣ ପାଇଲେ ? ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀ ଏ ବିଜେଡି ସରକାରକୁ ଉପାଡ଼ି ଫିଙ୍ଗି ଦେବାକୁ ଶାହ ଭୋଟରମାନଙ୍କୁ ଆହ୍ୱାନ ଦେଇଥିଲେ ।

ମୋରଡାରେ ଶାହ କହିଲେ, କେବଳ ମୋଦିଙ୍କୁ ପ୍ରଧାନମନ୍ତ୍ରୀ କଲେ ହେବନାହିଁ, ଭ୍ରଷ୍ଟାଚାରରେ ଲିପ୍ତ ବିଜୁ ଜନତା ଦଳ ସରକାରକୁ ବଦଳାଇ ବିଜେପି ସରକାରକୁ ଏଠି ଆଣିବାକୁ ହେବ । ଜଣେ ଓଡ଼ିଆ କହୁଥିବା ଓ ବୁଝୁଥିବା ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ । ଏକୁଟିଆ ମୋଦିଜୀ ଓଡିଶାର ବିକାଶ କରିପାରିବେ ନାହିଁ । ଏଥିପାଇଁ ରାଜ୍ୟରେ ଏକ ମଜବୁତ ନେତୃତ୍ୱ ଦରକାର । ତେଣୁ ଭୋଟରମାନେ ଡବଲ ଇଞ୍ଜିନ ସରକାର ଆଣନ୍ତୁ ।ଡୁବୁରୀରେ ଶାହ ପ୍ରତିଶ୍ରୁତି ଦେଇଥିଲେ, ରାଜ୍ୟରେ ବିଜେପି ସରକାର ଆସିଲେ ରାଜ୍ୟରେ କ୍ଷୁଦ୍ର ଚାଷୀଙ୍କୁ ବିନା ସୁଧରେ ଋଣ ଯୋଗାଇ ଦିଆଯିବ । କୃଷକଙ୍କୁ ମାସକୁ ୩ ହଜାର ପେନସନ ପ୍ରଦାନ କରାଯିବ । ୧ ଲକ୍ଷ କୋଟି ଖର୍ଚ୍ଚରେ ସିଂଚାଇ ଯୋଜନାରେ ଚାଷୀର ଜମିରେ ପାଣି ପହଞ୍ଚିବ । କେଜିରୁ ପିଜି ପର୍ଯ୍ୟନ୍ତ ସମସ୍ତ ଶିକ୍ଷା ମାଗଣାରେ ଦିଆଯିବ । ୨ ବର୍ଷ ଭିତରେ ସମସ୍ତ ସରକାରୀ ପଦବୀ ପୂରଣ ହେବ । ୧ ପ୍ରତିଶତ ଋଣରେ ଯୁବକଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ । ଆଦିବାସୀମାନଙ୍କୁ ଏକ ବର୍ଷ ଭିତରେ ଜମି ପଟ୍ଟା ଦିଆଯିବ । ୩ ମାସ ଭିତରେ ଜଙ୍ଗଲ ଜାତ ଦ୍ରବ୍ୟକୁ ଏମଏସପିରେ ଖରିଦ କରାଯିବ ବୋଲି ଶାହ କହିଥିଲେ ।

ଭୋଟଭିକ୍ଷା କରି ଶାହ କହିଲେ, ପ୍ରଧାନମନ୍ତ୍ରୀ ଖଣି ଖାଦାନରୁ ଅର୍ଥ ଆଦାୟ କରି ଆଦିବାସୀ ଓ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଟଙ୍କା ଦେଉଛନ୍ତି । ମାତ୍ର ବିଜେଡି ନେତା ଓ ବିଧାୟକ ଏହି ଟଙ୍କାକୁ ହରିଲୁଟ୍‌ କରୁଥିବା ଶାହା କମିଶନ ତାଙ୍କ ରିପୋର୍ଟରେ ପ୍ରକାଶ କରିଛନ୍ତି । ପାନୀୟ ଜଳ ନାହିଁ, ଔଷଧ ନାହିଁ, ଡାକ୍ତର ନାହାନ୍ତି, ରାସ୍ତା ନାହିଁ, ବିଜୁଳି ନାହିଁ ହେଲେ ନବୀନ ବାବୁ କିଛି ବୁଝି ପାରୁନାହାନ୍ତି । ଓଡ଼ିଆ ଲୋକଙ୍କ କଥା ବୁଝି ପାରୁନଥିବା ନବୀନ ସରକାର ଓଡ଼ିଶାରୁ ହଟିବା ଦରକାର । ଦୁଇଟି ଯାକ ଭୋଟ ସମାବେଶରେ ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ନିଜ ସପକ୍ଷରେ ଭୋଟଭିକ୍ଷା କରିଥିଲେ । ପ୍ରବଳ ଖରା ସତ୍ତେ୍ୱ ବହୁସଂଖ୍ୟାରେ ଲୋକ ସମାବେଶରେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର